ଟଙ୍କା ଲୋଭରେ ନାବାଳକ ଘଟାଉଛନ୍ତି ଅପରାଧ

ବ୍ରହ୍ମପୁର ଅଫିସ,୧୮ା୭-ଏବେ ସମସ୍ତେ ଏକ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବିତାଇବା ପାଇଁ ଇଚ୍ଛା କରୁଛନ୍ତି।
ଏଥିପାଇଁ କିଏ କଠିନ ପରିଶ୍ରମ କରୁଛି ତ ଆଉ କେହି ଧନୀ ହେବା ପାଇଁ ଅପରାଧ ରାସ୍ତା ବାଛି ନେଉଛନ୍ତି। ଠିକ୍‌ ସେହିଭଳି ନାବାଳକମାନେ ମଧ୍ୟ ଟଙ୍କା ଲୋଭରେ ଅପରାଧ ରାସ୍ତାରେ ଯାଉଛନ୍ତି। ଯେଉଁ ନାବାଳକ ଏଭଳି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଧରା ପଡ଼ୁଛନ୍ତି ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ବାଳସୁଧାର ଗୃହରେ କାଉନସେଲିଂ କରାଯାଉଛି।
କିନ୍ତୁ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି କେତେକ ନାବାଳକ ବାଳ ସୁଧାର ଗୃହରୁ ଆସିବା ପରେ ପୁଣିଥରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଧରାପଡ଼ୁଛନ୍ତି। ଏହା ଏବେ ଆମ ସମାଜ ପାଇଁ ଚିନ୍ତାର କାରଣ ହୋଇଛି।
ଅପରାଧରେ ସାମିଲ ହେବା ପଛରେ ଟଙ୍କା ଲୋଭ ହିଁ ଏକମାତ୍ର କାରଣ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବ୍ରହ୍ମପୁର ପୋଲିସ ଜିଲାର ଗତ ୧୦ ବର୍ଷ ମଧ୍ୟରେ ନାବାଳକମାନେ ବହୁ ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଏପରିକି ଟଙ୍କା ଲୋଭରେ ପଡ଼ି ହତ୍ୟା କରିବାକୁ ମଧ୍ୟ ସେମାନେ ପଛାଇ ନାହାନ୍ତି।
୨୦୧୬ରୁ ୨୦୧୯ ଜୁନ ସାଢ଼େ ୩ ବର୍ଷରେ ବ୍ରହ୍ମପୁର ପୋଲିସ ଜିଲାରେ ୮୯ ନାବାଳକ ବିଭିନ୍ନ ଆପରାଧିକ ମାମଲାରେ ଧରା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଦାମୀ ମୋବାଇଲ ଫୋନ, ସ୍ପିଡ୍‌ ବାଇକ ଆଶା କିପରି ପୂରଣ ସେ ଚିନ୍ତାରେ ରହୁଛନ୍ତି। ତା’ ସାଙ୍ଗକୁ ଘାରୁଛି ଟଙ୍କା ଲୋଭ।
ଉତ୍ତମ ଶିକ୍ଷା ଓ ଚରିତ୍ର ଗଠନ ଦ୍ୱାରା ନାବାଳକମାନେ ନିଜକୁ ଅପରାଧ ଦୁନିଆରୁ ଦୂରେଇ ରଖିପାରିବେ। ତଥାପି ଏହା ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇ ପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ କିଛିମାସ ମଧ୍ୟରେ ସହର ସଦର ଥାନା ଇଲାକାରେ ତାଲା ବନ୍ଦ ଘରୁ ନାବାଳକମାନେ ସୁନା ଗହଣା ଓ ଟଙ୍କା ଚୋରି କରିଥିଲେ। ଏପରିକି ବଡ଼ବଜାର ଅଞ୍ଚଳରେ ୪ ବାଇକ୍‌ ଚୋରି, ଗୋଷାଣୀନୂଆଗଁା ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ନିକଟରେ ଥିବା କେଟିଏମ୍‌ ଶୋ’ରୁମରୁ ଟଙ୍କା ଚୋରି, କାଞ୍ଜିବାରି ସାହି ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନାବାଳକମାନେ ସମ୍ପୃକ୍ତ ଥିବା ଜଣାପଡିଛିି। ସେହିପରି ବୈଦ୍ୟନାଥପୁର ଥାନା ଇଲାକାରେ ୨ ଚୋରି ଘଟଣାରେ ପୋଲିସ କେତେକ ନାବାଳକଙ୍କୁ ଧରିଛି। ଏଥିପୂର୍ବରୁ ୨ ଜଣ ନାବାଳକ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡିରେ ଥିବା ଏକ ସିମେଣ୍ଟ ଦୋକାନରୁ ୫ ଲକ୍ଷ ୨୫ ହଜାର ଟଙ୍କା ଚୋରି କରିଥିଲେ। ଏହା ପରେ ସେମାନେ ଏକ ବାଇକ୍‌ ଓ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ।
ସମ୍ପ୍ରତି ନାବାଳକମାନେ ଅପରାଧ ଦୁନିଆକୁ ଓହ୍ଲାଉଥିବା ବେଳେ ସମାଜ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି। ବିଶେଷକରି ନୈତିକ ଶିକ୍ଷା ହ୍ରାସ ଯୋଗୁ ନାବାଳକମାନେ ବାରମ୍ବାର ଅପରାଧ ଘଟାଉଥିବା ନେଇ ମନସ୍ତତ୍ତ୍ବବିତ୍‌ ସୁଦୀପ୍ତା ପାଣିଗ୍ରାହୀ କହିଛନ୍ତି, ଯୁବପିଢ଼ି ବିପଥଗାମୀ ହେବା ପଛରେ ଉଭୟ ପରିବାର ଓ ଶିକ୍ଷକଙ୍କ ଭୂମିକା ରହିଛି। ବିଶେଷକରି ନାବାଳକମାନଙ୍କୁ ସୁଧାର ଗୃହରେ ନାମକୁ ମାତ୍ର ସଂସ୍କାରମୂଳକ ଶିକ୍ଷା ଦିଆ ନ ଯାଇ ଏଥିପ୍ରତି ଗୁରୁତ୍ୱ ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri