ଟଙ୍କା ଲୋଭରେ ନାବାଳକ ଘଟାଉଛନ୍ତି ଅପରାଧ

ବ୍ରହ୍ମପୁର ଅଫିସ,୧୮ା୭-ଏବେ ସମସ୍ତେ ଏକ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବିତାଇବା ପାଇଁ ଇଚ୍ଛା କରୁଛନ୍ତି।
ଏଥିପାଇଁ କିଏ କଠିନ ପରିଶ୍ରମ କରୁଛି ତ ଆଉ କେହି ଧନୀ ହେବା ପାଇଁ ଅପରାଧ ରାସ୍ତା ବାଛି ନେଉଛନ୍ତି। ଠିକ୍‌ ସେହିଭଳି ନାବାଳକମାନେ ମଧ୍ୟ ଟଙ୍କା ଲୋଭରେ ଅପରାଧ ରାସ୍ତାରେ ଯାଉଛନ୍ତି। ଯେଉଁ ନାବାଳକ ଏଭଳି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଧରା ପଡ଼ୁଛନ୍ତି ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ବାଳସୁଧାର ଗୃହରେ କାଉନସେଲିଂ କରାଯାଉଛି।
କିନ୍ତୁ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି କେତେକ ନାବାଳକ ବାଳ ସୁଧାର ଗୃହରୁ ଆସିବା ପରେ ପୁଣିଥରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଧରାପଡ଼ୁଛନ୍ତି। ଏହା ଏବେ ଆମ ସମାଜ ପାଇଁ ଚିନ୍ତାର କାରଣ ହୋଇଛି।
ଅପରାଧରେ ସାମିଲ ହେବା ପଛରେ ଟଙ୍କା ଲୋଭ ହିଁ ଏକମାତ୍ର କାରଣ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବ୍ରହ୍ମପୁର ପୋଲିସ ଜିଲାର ଗତ ୧୦ ବର୍ଷ ମଧ୍ୟରେ ନାବାଳକମାନେ ବହୁ ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଏପରିକି ଟଙ୍କା ଲୋଭରେ ପଡ଼ି ହତ୍ୟା କରିବାକୁ ମଧ୍ୟ ସେମାନେ ପଛାଇ ନାହାନ୍ତି।
୨୦୧୬ରୁ ୨୦୧୯ ଜୁନ ସାଢ଼େ ୩ ବର୍ଷରେ ବ୍ରହ୍ମପୁର ପୋଲିସ ଜିଲାରେ ୮୯ ନାବାଳକ ବିଭିନ୍ନ ଆପରାଧିକ ମାମଲାରେ ଧରା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଦାମୀ ମୋବାଇଲ ଫୋନ, ସ୍ପିଡ୍‌ ବାଇକ ଆଶା କିପରି ପୂରଣ ସେ ଚିନ୍ତାରେ ରହୁଛନ୍ତି। ତା’ ସାଙ୍ଗକୁ ଘାରୁଛି ଟଙ୍କା ଲୋଭ।
ଉତ୍ତମ ଶିକ୍ଷା ଓ ଚରିତ୍ର ଗଠନ ଦ୍ୱାରା ନାବାଳକମାନେ ନିଜକୁ ଅପରାଧ ଦୁନିଆରୁ ଦୂରେଇ ରଖିପାରିବେ। ତଥାପି ଏହା ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇ ପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ କିଛିମାସ ମଧ୍ୟରେ ସହର ସଦର ଥାନା ଇଲାକାରେ ତାଲା ବନ୍ଦ ଘରୁ ନାବାଳକମାନେ ସୁନା ଗହଣା ଓ ଟଙ୍କା ଚୋରି କରିଥିଲେ। ଏପରିକି ବଡ଼ବଜାର ଅଞ୍ଚଳରେ ୪ ବାଇକ୍‌ ଚୋରି, ଗୋଷାଣୀନୂଆଗଁା ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ନିକଟରେ ଥିବା କେଟିଏମ୍‌ ଶୋ’ରୁମରୁ ଟଙ୍କା ଚୋରି, କାଞ୍ଜିବାରି ସାହି ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନାବାଳକମାନେ ସମ୍ପୃକ୍ତ ଥିବା ଜଣାପଡିଛିି। ସେହିପରି ବୈଦ୍ୟନାଥପୁର ଥାନା ଇଲାକାରେ ୨ ଚୋରି ଘଟଣାରେ ପୋଲିସ କେତେକ ନାବାଳକଙ୍କୁ ଧରିଛି। ଏଥିପୂର୍ବରୁ ୨ ଜଣ ନାବାଳକ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡିରେ ଥିବା ଏକ ସିମେଣ୍ଟ ଦୋକାନରୁ ୫ ଲକ୍ଷ ୨୫ ହଜାର ଟଙ୍କା ଚୋରି କରିଥିଲେ। ଏହା ପରେ ସେମାନେ ଏକ ବାଇକ୍‌ ଓ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ।
ସମ୍ପ୍ରତି ନାବାଳକମାନେ ଅପରାଧ ଦୁନିଆକୁ ଓହ୍ଲାଉଥିବା ବେଳେ ସମାଜ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି। ବିଶେଷକରି ନୈତିକ ଶିକ୍ଷା ହ୍ରାସ ଯୋଗୁ ନାବାଳକମାନେ ବାରମ୍ବାର ଅପରାଧ ଘଟାଉଥିବା ନେଇ ମନସ୍ତତ୍ତ୍ବବିତ୍‌ ସୁଦୀପ୍ତା ପାଣିଗ୍ରାହୀ କହିଛନ୍ତି, ଯୁବପିଢ଼ି ବିପଥଗାମୀ ହେବା ପଛରେ ଉଭୟ ପରିବାର ଓ ଶିକ୍ଷକଙ୍କ ଭୂମିକା ରହିଛି। ବିଶେଷକରି ନାବାଳକମାନଙ୍କୁ ସୁଧାର ଗୃହରେ ନାମକୁ ମାତ୍ର ସଂସ୍କାରମୂଳକ ଶିକ୍ଷା ଦିଆ ନ ଯାଇ ଏଥିପ୍ରତି ଗୁରୁତ୍ୱ ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri