ଜୁନିୟର କଲେଜ ଯୁକ୍ତ ୨ ପରୀକ୍ଷା ଫଳ; ବାଣିଜ୍ୟରେ ୯୨.୩୯%, କଳାରେ ୭୭.୭୭% ପାସ୍‌

ଢେଙ୍କାନାଳ ଅଫିସ, ୨୧।୬-ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ୨ ବାଣିଜ୍ୟ ଏବଂ କଳା ବିଭାଗ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶିତ ହୋଇଛି। ବାଣିଜ୍ୟରେ ଐଶ୍ୱର୍ଯ୍ୟା ସାହୁ ଏବଂ କଳାରେ ରାଜଲକ୍ଷ୍ମୀ ପଣ୍ଡା କଲେଜ ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୯୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୮୫ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୯୨.୩୯%। ୬ଜଣ ଅକୃତକାର୍ଯ୍ୟ ହୋଇଥିବାବେଳେ ଜଣେ ଅନୁପସ୍ଥିତ ଥିଲେ। ପାସ୍‌ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯, ଦ୍ୱିତୀୟ ଶ୍ରେଣୀରେ ୧୪ ଏବଂ ତୃତୀୟ ଶ୍ରେଣୀରେ ୩୨ଜଣ ଅଛନ୍ତି। ମୋଟ ୬୦୦ରୁ ୫୪୧ ମାର୍କ (୯୦.୧୬%) ରଖିଥିବା ଛାତ୍ରୀ ଐଶ୍ୱର୍ଯ୍ୟା ସାହୁ କଲେଜ ଟପ୍ପର ହୋଇଛନ୍ତି।
ସେହିପରି କଳାରେ ୨୩୪ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୨ଜଣ ପାସ୍‌ କରିଛନ୍ତି। ୫୨ଜଣ ଫେଲ ହୋଇଛନ୍ତି । ପାସ୍‌ହାର ରହିଛି ୭୭.୭୭%। ପ୍ରଥମ ଶ୍ରେଣୀରେ ୨୦, ଦ୍ୱିତୀୟ ଶ୍ରେଣୀରେ ୩୦ ଏବଂ ତୃତୀୟ ଶ୍ରେଣୀରେ ୧୩୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରୀ ରାଜଲକ୍ଷ୍ମୀ ପଣ୍ଡା ମୋଟ ୬୦୦ରୁ ୫୨୨ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି। ତାଙ୍କର ପାସ୍‌ହାର ରହିଛି ୮୭%।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri