ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୬-୪: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଆରମ୍ଭ ହେବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଆଉ ଏକ ସଫଳତା ହାସଲ କରିଛି। ଗ୍ରାହକ ସଂଖ୍ୟା ଆଧାରରେ ଏହା ଭାରତୀ ଏୟାରଟେଲକୁ ପଛରେ ପକାଇ ଦେଶର ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ ହୋଇଛି। ନଂ ୧ କମ୍ପାନୀ ହେବାଠାରୁ ଏହା ପାଦେ ଦୂରରେ ରହିଛି। ୩୦.୬ କୋଟି ଗ୍ରାହକ ସହ ଜିଓ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭୋଡ଼ାଫୋନ-ଆଇଡିଆ ପ୍ରଥମ ସ୍ଥାନରେ ରହିଛି। ଏୟାରଟେଲ ନିକଟରେ ୨୮.୪ କୋଟି ଗ୍ରାହକ ରହିଥିବା ବେଳେ ଭୋଡ଼ାଫୋନ-ଆଇଡିଆ ନିକଟରେ ଡିସେମ୍ବର ୨୦୧୮ ସୁଦ୍ଧା ୩୮.୭ କୋଟି ଗ୍ରାହକ ରହିଛି। ଏୟାରଟେଲ ଗ୍ରାହକ ସଂଖ୍ୟା ସ୍ବୀକାର କରିଛି। ଜଣେ ଟେଲିକମ୍‌ ବିଶେଷଜ୍ଞ କହିଛନ୍ତି ଯେ, ଜିଓ ଖୁବଶୀଘ୍ର ଭୋଡ଼ାଫୋନ-ଆଇଡିଆକୁ ପଛରେ ପକାଇ ଦେବ। ଏଥିପାଇଁ କମ୍ପାନୀକୁ ୩ରୁ ୪ ତ୍ରୈମାସ ସମୟ ଲାଗିବ। ସୂଚନାଥାଉ କି, ଭାରତୀୟ ଟେଲିକମ୍‌ ସେକ୍ଟରରେ ଦୁଇ ଦଶନ୍ଧି ଧରି ଏୟାରଟେଲ ସର୍ବବୃହତ କମ୍ପାନୀ ସ୍ଥାନ ଦଖଲରେ ରଖିଥିଲା। ତେବେ ଭୋଡ଼ାଫୋନ-ଆଇଡିଆ ମିଶ୍ରଣ ପରେ ଏହା ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା। ଏବେ ଜିଓ ଦ୍ୱିତୀୟ ସ୍ଥାନକୁ ଉଠିଆସିଛି। ଅତ୍ୟନ୍ତ ଶସ୍ତା ଟାରିଫ ପ୍ଲାନ ଯୋଗୁ ଜିଓ ଉକ୍ତ ଉପଲବ୍ଧି ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri