ଜରୁରୀ ସେବାରେ ଏନ୍‌ଜେନର ମନମାନି:ସନ୍ଦେହରେ ପ୍ରଶାସନର ନୀରବତା

ତାଳଚେର, ୧୫ା୬(ମନୋଜ ନନ୍ଦ)କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ତାଳଚେର ବିଦ୍ୟୁତ୍‌ ସବ୍‌ଡିଭିଜନ ଚାଇଁପାଳ ଅଧୀନରେ କାର୍ଯ୍ୟ କରୁଥିବା ଏନ୍‌ଜେନର ୩୯୩ କର୍ମଚାରୀ ଏପ୍ରିଲ ୨୨ରୁ ଆନ୍ଦୋଳନରେ ବସିଛନ୍ତି। ଫଳରେ ରକ୍ଷଣାବେକ୍ଷଣଠାରୁ ମରାମତି ଯାଏ କୌଣସି କାର୍ଯ୍ୟ ଠିକଣା ଭାବେ ହୋଇପାରୁ ନାହିଁ। ସେସୁର କେତେଜଣ କର୍ମଚାରୀ ସେବା ଯୋଗାଇଦେବାକୁ ଚେଷ୍ଟା ଜାରି ରଖିଥିଲେ ହେଁ ବଡ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବିଦ୍ୟୁତ୍‌ ଉପଭୋକ୍ତା। ସମସ୍ୟାର ସମାଧାନ ଦାୟିତ୍ୱ ଏନ୍‌ଜେନର ହୋଇଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ଏଯାଏ ଆଗ୍ରହ ପ୍ରକାଶ କରିନାହାନ୍ତି। ଏପରି କି ଶର୍ମାଛକସ୍ଥିତ ଅଫିସରେ ୫୨ ଦିନ ଧରି ପଡ଼ିଥିବା ତାଲା କିପରି ଖୋଲିବ ସେ ନେଇ କର୍ତ୍ତୃପକ୍ଷ ଆଦୌ ଚେଷ୍ଟା କରୁ ନ ଥିବା ବେଳେ ଉପଖଣ୍ଡ ଓ ଜିଲା ପ୍ରଶାସନ ଏତେଦିନ ଧରି ନୀରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।
ତାଳଚେର ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ ରହିଛି ତାଳଚେର, ବଲଣ୍ଡା, ସମଲ, କଣିହାଁ ଓ ହାଟତୋଟା ଅଞ୍ଚଳ। ଏଠାରେ ପ୍ରାୟ ୩୫ ହଜାର ଉପଭୋକ୍ତା ରହିଛନ୍ତି। ୨୦୧୨ରୁ ବିଦ୍ୟୁତ୍‌ ବଣ୍ଟନ ସହଭାଗିତାରେ ଏନଜେନ କମ୍ପାନୀ ତାଳଚେରରେ କାମ କରୁଛି। ରକ୍ଷଣାବେକ୍ଷଣ କରିବା, ଉନ୍ନତମାନର ସେବା ଯୋଗାଇବା, ବିଲ୍‌ ଆଦାୟ ସହ ପଇଠ, ବିଦ୍ୟୁତ୍‌ ସଂକ୍ରାନ୍ତୀୟ ଲୋକଙ୍କ ସମସ୍ୟାର ସମାଧାନ, ବିଦ୍ୟୁତ୍‌ ଚୋରି ଓ କ୍ଷତି କମାଇବା ଏନଜେନର କାମ। କିନ୍ତୁ ଗତ ଏପ୍ରିଲ ୨୨ରେ ମରାମତି ବେଳେ ଠିକା ଶ୍ରମିକ ରାସୋଳର ଅଭିଜିତ ସାହୁଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି କର୍ମଚାରୀଙ୍କ ଆନ୍ଦୋଳନ ପରଠାରୁ ଏନଜେନ ଏଠାରେ ଆଉ ସେବା ଠିକ୍‌ ଭାବେ ଯୋଗାଇ ଦେଉ ନାହିଁ। ଏପରି କି ଶର୍ମାଛକ ଠାରେ ଥିବା ଅଫିସରେ କର୍ମଚାରୀମାନେ ଝୁଲାଇଥିବା ତାଲା କିପରି ଖୋଲିବ ସେ ନେଇ କିଛି ବି ପଦକ୍ଷେପ ସଂସ୍ଥା ପକ୍ଷରୁ ନିଆଯାଉ ନାହିଁ। ଏଠାରେ ଥିବା ୨ଜଣ ଜେଇ, ଜଣେ ଏସ୍‌ଡିଓ, ଜଣେ କମର୍ସ ମ୍ୟାନେଜର, ଜଣେ ଟେକନିକାଲ ମ୍ୟାନେଜର, ଜଣେ କମର୍ସହେଡ ମୋବାଇଲ ବନ୍ଦକରି ଚୁପ୍‌ଚାପ୍‌ ବସିଯାଇଥିବା ବେଳେ ସାଧାରଣ ଉପଭୋକ୍ତାମାନେ ବାରମ୍ବାର ଅଫିସ ଧାଇଁ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି। ଗତ ୨ମାସ ହେଲା ବଦ୍ୟୁତ୍‌ ବିଲ୍‌ ଦିଆଯାଇ ନାହିଁ। ଉପଭୋକ୍ତାଙ୍କ ଲାଇନ ଖରାପ ହେଲେ ଠିକ୍‌ କରିବାକୁ କେହି ନାହିଁ। ନିର୍ବାଚନ ଓ ଭୋଟଗଣତି ବେଳେ ମଧ୍ୟ ଏନ୍‌ଜେନ କର୍ମଚାରୀ କାମ କଲେ ନାହିଁ। ସେସୁର କେତେଜଣ କର୍ମଚାରୀ ସେବେଠାରୁ କାମଚଳା ଭାବେ କିଛି କିଛି କାମ କରୁଛନ୍ତି। ମାତ୍ର ଉପଭୋକ୍ତାଙ୍କ ସମସ୍ୟା ଦୂର ହୋଇ ପାରୁ ନ ଥିବାରୁ ଉପଖଣ୍ଡ କିମ୍ବା ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା କଥା। କିନ୍ତୁ ପ୍ରଶାସନ ଯେପରି ୫୨ ଦିନ ହେଲା ନୀରବରେ ବସିରହିଛି ତାହାକୁ ନେଇ ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଉପଭୋକ୍ତା ଚୈତନ୍ୟ ପ୍ରଧାନ କହିଛନ୍ତି, ଏଭଳି ସଂସ୍ଥା କେବେ ଦେଖି ନ ଥିଲୁ। ବିନା ନୋଟିସରେ ଜରୁରୀ ବିଦ୍ୟୁତ୍‌ ସେବା ଅଫିସରେ ୨ମାସ ହେଲା ତାଲା ଝୁଲୁଛି। ପ୍ରଶାସନ ଏଠି କରୁଛି କ’ଣ ତାହା ବୁଝି ହେଉ ନାହିଁ। ଧୀରମୋହନ ରାୟ କହିଛନ୍ତି, ଏନଜେନର ବରିଷ୍ଠ ଅଧିକାରୀ ଜାଣିଶୁଣି କିଛି କରୁ ନାହାନ୍ତି। ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ଠୋସ ନିଷ୍ପତ୍ତି ନେଇ ପାରୁ ନାହିଁ। ଆଇନଜୀବୀ ଜ୍ଞାନରଞ୍ଜନ ପାଣି କହିଛନ୍ତି, ଏନଜେନ ରାଜ୍ୟ ସରକାରଙ୍କ ସହିତ କରିଥିବା ଏଗ୍ରିମେଣ୍ଟ ଖିଲାପ କରୁଛି। ଭିତ୍ତିଭୂମିର ବିକାଶ ନାହିଁ। ତୁରନ୍ତ ଏଠାରୁ ସରକାର ଏନଜେନକୁ ବିଦା କରିବା ଦରକାର। ପ୍ରେସ୍‌କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି, ଲୋକଙ୍କ କଥା ଶୁଣିବାକୁ ଏଠି କେହିନାହିଁ। ଅନ୍ୟପକ୍ଷରେ ଏନଜେନ କର୍ମଚାରୀ ପ୍ରଦୀପ୍ତ ଭୂତିଆ ଓ ଆଲୋକ ସାହୁ କହିଛନ୍ତି, କାଳବୈଶାଖୀ ବେଳେ କୁହାଗଲା କାମ କର, ସମସ୍ୟା ସମାଧାନ ହେବ। ଉପଜିଲାପାଳଙ୍କ କଥା ମାନି କାମକଲୁ। କିନ୍ତୁ ସମାଧାନ ପାଇଁ ଏବେ କେହି ଆଗକୁ ଆସୁନାହାନ୍ତି। ଏନଜେନ ଓଡ଼ିଶା ହେଡ୍‌ ଫିଲିପ ନାୟକ କହିଛନ୍ତି, ସମସ୍ୟା ସମାଧାନ ପାଇଁ ସମସ୍ତଙ୍କ ପାଖକୁ ଦୌଡି ଦୌଡି ନିରାଶ ହେଲୁଣି। ଶକ୍ତିସଚିବ ସ୍ଥାନୀୟ ବିଧାୟକଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଧାୟକ ଏବେ ନାହାନ୍ତି। ସେ ଫେରିବା ପରେ ତାଙ୍କ ସହିତ ବସି ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ। ସେସୁ ଏସ୍‌ଡିଓ ମନୋଜ ପାଣି କହିଛନ୍ତି, ୨ମାସ ହେଲା ଏନଜେନ କର୍ମଚାରୀ କାମ କରୁନାହାନ୍ତି। ୩୩ କେଭି, ୧୧ କେଭି କାମ କରିବାକୁ ଆମ ପାଖରେ ଲୋକ ନାହାନ୍ତି। ଏନଜେନ ବିରୋଧରେ ଚାରିଆଡେ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଲାଣି। ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଓ ଲାଇନ କଟିବା ବେଳେ ଲୋକେ ଏନଜେନ ଅଫିସରଙ୍କୁ ନ ପାଇ ସେସୁ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଘଟଣା ସମ୍ପର୍କରେ ଉପଜିଲାପାଳ ପରେଶ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଛୁଟିରେ ଥିବାରୁ ମତାମତ ଦେବାକୁ ମନା କରି ଦେଇଥିଲେ। ତେବେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯିବ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri