ଜବରଦଖଲ ଉଚ୍ଛେଦ ଦାବିରେ ଅନଶନ

ବନ୍ତ,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଷେଣ୍ଢତୀରା ପଞ୍ଚାୟତ ଅଧୀନ ବରପଦା ରାଜସ୍ବ ଗ୍ରାମର ସରକାରୀ ବସ୍ତି ଯୋଗ୍ୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ବୁଧବାର ଗ୍ରାମର ମହିଳା ଓ ପୁରୁଷମାନେ ତହସିଲ ଅଫିସ୍‌ ସମ୍ମୁଖରେ ଅନଶନରେ ବସିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଉକ୍ତ ମୌଜାରେ ଥିବା ପତିତ କିସମର ଜମି ମହିଳା ସମିତି ଓ ଯୁବକ ସଂଘ ପାଇଁ ସଂରକ୍ଷିତ ରହିଛି। ଉକ୍ତ ସରକାରୀ ଜମିକୁ ଗ୍ରାମର କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଫଳରେ ଗ୍ରାମର ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସେହିପରି ଅନୁସୂଚିତ ଜନଜାତିର ବାସିନ୍ଦାମାନେ ଘରବାଡ଼ି ପଟ୍ଟା ପାଇଥିଲେ ମଧ୍ୟ ଥଇଥାନ ବ୍ୟବସ୍ଥା ହୋଇ ନ ଥିବାରୁ ସେମାନେ ପକ୍କା ଗୃହ ନିର୍ମାଣ କରିପାରୁନାହାନ୍ତି। ଉକ୍ତ ଗ୍ରାମରୁ ଜବରଦଖଲ ଉଚ୍ଛେଦ କରିବା ନେଇ ପୂର୍ବରୁ ବହୁବାର ଧାରଣା ସହ ଅନଶନ କରାଯାଇଥିଲା। ୨୦୧୯ ଅଗଷ୍ଟରେ ତହସିଲ ପକ୍ଷରୁ ଘରଡିହ ପଟ୍ଟା ପାଇଥିବା ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ଜମି ଚିହ୍ନଟ ଦେଇଥିଲେ ମଧ୍ୟ ସେଥିରେ ତ୍ରୁଟି ରହିଯାଇଥିଲା। ତ୍ରୁଟିକୁ ସଂଶୋଧନ କରିବା ସହ ସରକାରୀ ଜମିରୁ ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ଦାବି ହୋଇଆସୁଛି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗ୍ରାମର ସୁନାଲତା ପଣ୍ଡା, ଅରୁଣା ଓଝା, ଚମ୍ପା ମୁଣ୍ଡା, ରାଇମଣି ମୁଣ୍ଡା, ବାସନ୍ତୀ ମୁଣ୍ଡା, ଲିପି ମୁଣ୍ଡା, ମଞ୍ଜୁ ମୁଣ୍ଡା, ରେବତୀ ମୁଣ୍ଡା, ସାବିତ୍ରୀ ମୁଣ୍ଡା, ସପନା ମୁଣ୍ଡା, ସୋନାଲି ମୁଣ୍ଡା, ଶମ୍ବରୀ ମୁଣ୍ଡା, ପାଣ୍ଡବ ମୁଣ୍ଡା, ଗଣେଶ ମୁଣ୍ଡାଙ୍କ ସମେତ ବହୁ ମହିଳା ଓ ପୁରୁଷ ଅନଶନରେ ବସିଥିଲେ। କୌଣସି କାର୍ଯ୍ୟରେ ଉପଜିଲାପାଳ ପୀତାମ୍ବର ସାମଲ ତହସିଲ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ନିୟମ ଅନୁଯାୟୀ ସମସ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା କହିଥିଲେ। ଉକ୍ତ ଗ୍ରାମରୁ ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ ସେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ଅନଶନରୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri