ଟ୍ରକ ବନ୍ଦୀରେ କେନ୍ଦୁଝର ସହର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)-ବହୁ ସଂଖ୍ୟାରେ ଏବଂ ଅନିୟନ୍ତ୍ରିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ ଯୋଗୁ କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି। କଟକଣା ଅଭାବରୁ କେନ୍ଦୁଝର ସହର ଦେଇ ହଜାର ହଜାର ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଦିନ ରାତି ଚଳାଚଳ କରୁଥିବାରୁ ଯାତାୟାତ ଅସୁରକ୍ଷିତ ହୋଇପଡୁଛି । ସହରର ବାଲିଆଗୁଡା-ଧ୍ରୂପଦା-ଗାନ୍ଧୀ ଛକ ରାସ୍ତାରେ ଲୁହାପଥର ବୋଝେଇ ଟ୍ରକର ଲମ୍ବାଧାଡି ଯୋଗୁ ସାଧାରଣ ଲୋକ ଯିବାଆସିବା କରିପାରୁ ନାହାନ୍ତି। ଫଳରେ ଏଭଳି ଅବସ୍ଥା କାରଣରୁ ବୁଧବାର ଲୋକ ମାନେ ପ୍ରାୟ ୧୦ କି.ମି. ବୁଲି ପୁରୁଣାସହର ଦେଇ ସହରକୁ ଆସିବାକୁ ବାଧ୍ୟ ହେଉଥିବା କହିଛନ୍ତି। କେନ୍ଦୁଝର ସେହିପରି ଗାନ୍ଧୀଛକରୁ ଜୁଡିଆ ରାସ୍ତାରେ ଏହି ସବୁ ଲୁହାପଥର ବୋଝେଇ ଟ୍ରକ ଯିବା ଆସିବା କରୁଥିବାରୁ ରାସ୍ତାଜାମ ହେବା ସହ ଧୂଳିଧୂଆଁ ପ୍ରଦୂଷଣ, ଦୁର୍ଘଟଣା ଆଦି ଘଟୁଛି।
ପ୍ରକାଶ ଯେ ଶୁଆକାଠି ଖଣି ଅଞ୍ଚଳରୁ ଏନ୍‌ଏଚ୍‌ ୪୯ ଦେଇ ପାରାଦୀପ ଯାଉଥିବା ଲୁହାପଥର ବୋଝେଇ ଟ୍ରକ, ଟ୍ରେଲର ଆଦି ଭାରିଯାନ କେନ୍ଦୁଝର ସହର ଗାନ୍ଧୀ ଛକରୁ ବାଲିଆଗୁଡା ଦେଇ ଏନ୍‌ଏଚ୍‌ ୨୦ରେ ବୁଲି ଯିବା ଆସିବା କରୁଛି । ଜୁଡିଆ ଘାଟି ନିକଟରେ ଏନ୍‌ଏଚ୍‌ ୪୯ ନିକଟରେ ଏନ୍‌ଏଚ୍‌ ୨୦ ଯାଇଥିଲେ ହେଁ ସଂଯୋଗ ରାସ୍ତା ନ ଥିବାରୁ ହଜାର ହଜାର ସଂଖ୍ୟାରେ ଟ୍ରକ କେନ୍ଦୁଝର ସହର ଦେଇ ଅଯଥା ପାଖାପାଖି ୧୫ କି.ମି. ବୁଲି ଯାଉଥିବାରୁ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡୁଛି । ଏଠାରେ ସୂଚନାଯୋଗ୍ୟ ଯେ, ଜୁଡିଆ ନିକଟରେ ଦମକଳ ବିଭାଗ କାର୍ଯ୍ୟାଳୟ ନିକଟରେ ଏନଏଚ ୪୯ ଓ ଏନଏଚ ୨୦ କୁ ସଂଯୋଗ କରିବା ପାଇଁ ଏକ ବ୍ୟୟବହୁଳ କଂକ୍ରିଟ ରାସ୍ତା ନିର୍ମାଣ ହୋଇ କାମ ସରିଥିଲେ ହେଁ ଖୋଲାଯାଉନଥିବାରୁ ଲୁହାପଥର ବୋଝେଇ ଟ୍ରକଗୁଡ଼ିକ ସହର ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ପ୍ରଶାସନ ଫୁ କରି ରାସ୍ତା ଖୋଲାଯାଉନଥିବା ଅଭିଯୋଗ ହେଉଛି । ରାସ୍ତାକାମ ସରିଥିବାରୁ ଏହାକୁ ତୁରନ୍ତ ଖୋଲା ଯାଇ ସହରକୁ ଟ୍ରାଫିକ ସମସ୍ୟାରୁ ଉଦ୍ଧାର କରିବାକୁ ବିଧାୟକ ମୋହନ ଚରଣ ମାଝି ଦାବି କରିଛନ୍ତି। ସେହିପରି ଗାନ୍ଧୀଛକଠାରୁ ଜୁଡିଆ ରାସ୍ତା କଡ଼ରେ ନୋ ପାର୍କିଂ ବୋର୍ଡ ମରାଯାଇଥିଲେ ହେଁ ବେଆଇନ ଭାବେ ଟ୍ରକ ପାର୍କିଂ କରାଯାଉଥିବାରୁ ଅନେକ ସମୟରେ ରାସ୍ତା ଜାମ ହୋଇ ଦୁର୍ଘଟଣା ଘଟୁଛି । ଏଣୁ ଏ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ବଞ୍ଚୋ,୧୧।୧୦(ପ୍ରଦୋଷ ବିଶ୍ୱାଳ ): କ୍ୟାମ୍ପସରୁ ଗାଁ ମୁହାଁ ହେଲାଣି ଛାତ୍ର ସଂସଦ ନିର୍ବାଚନର ତାତି । ମହାବିଦ୍ୟାଳୟ ପରିସରରେ ସୀମିତ ରହିନାହିଁ ଛାତ୍ର ରାଜନୀତି । ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?