ଜବରଦଖଲକାରୀଙ୍କ କବ୍‌ଜାରେ ମାର୍କେଟ

ବଅଁରପାଳ, ୧୭।୬ (ଡି.ଏନ୍‌.ଏ) ନାଲ୍‌କୋ ଟାଉନଶିପ୍‌ଠାରେ ଥିବା କୃଷକ ବଜାର ବ୍ୟବସାୟୀଙ୍କ କାମରେ ଆସୁନି। ଏହି ମାର୍କେଟରେ ଥିବା ଦୋକାନଗୁଡିକ କେତେଜଣ ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ଅଭିଯୋଗ ହୋଇଛି। ଫଳରେ ଏହି ମାଛ, ମାଂସ ମାର୍କେଟଟି ଦୀର୍ଘ ଦିନ ହେଲା ବ୍ୟବହାରରେ ଆସୁନି। ଏଥିଯୋଗୁ ବ୍ୟବସାୟୀମାନେ ରାସ୍ତାକଡରେ ବସି ବେପାର କରୁଛନ୍ତି।
ପନିପରିବା ସମେତ ବିଭିନ୍ନ ପ୍ରକାର ଜିନିଷପତ୍ର ଓ ମାଛ ମାଂସ କିଣାବିକା ପାଇଁ ସ୍ବତନ୍ତ୍ର ଭାବେ ଏହି ମାର୍କେଟ ରହିଛି। ହେଲେ ଏଠାରେ ଥିବା ଦୋକାନଗୁଡିକ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାବେଳେ ବିଭିନ୍ନ ପ୍ରକାର ଅସାମାଜିକ ବ୍ୟକ୍ତିମାନେ ବିଶୃଙ୍ଖଳା କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମାର୍କେଟ ଦୋକାନ ଗୃହ ଗୁଡ଼ିକ ଭାଙ୍ଗିରୁଜି ଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବଜାରର ଶେଷ ସୀମାରେ ମାଛ ଓ ମାଂସ ଦୋକାନ ଗୃହ ରହିଥିବାରୁ ଏଠାରେ ଭଲ ବ୍ୟବସାୟ ହେଉ ନ ଥିବା କେତେଜଣ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଫଳରେ ମାଛ ଓ ମାଂସ ଦୋକାନୀ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ସେମାନଙ୍କ ପସରା ଖୋଲିଛନ୍ତି। ଏଥିଯୋଗୁ ରାସ୍ତା ଉପରେ ଗ୍ରାହକଙ୍କ ଭିଡ଼ ଜମୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ଅନେକ ସମୟରେ ଦୋକନୀମାନେ ମାଛ କାତି, କୁକୁଡ଼ା ପର, ଛେଳି ମେଣ୍ଢା ମଳମୂତ୍ର ସବୁକୁ ରାସ୍ତା କଡ଼ରେ ପକାଇ ଦେଉଛନ୍ତି। ଏଥିଯୋଗୁ ପରିବେଶ ପୁତିଗନ୍ଧମୟ ହେଉଛି। ରାସ୍ତା ପାର୍ଶ୍ୱରୁ ଏହି ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇ ବଜାର ମଧ୍ୟରେ ବ୍ୟବସାୟୀଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri