ଜଗନ୍ନାଥଙ୍କ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ,୧।୬ – ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର କଳା କେନ୍ଦ୍ର ଓ ନୋସି ଇମ୍ଫାର ମିଳିତ ଆନୁକୂଲ୍ୟରେ ରବିବାର ୬ଷ୍ଟ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ରେମୁଣା ଗୋଲେଇ ନିକଟସ୍ଥ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ଓ ରାଣୀ ମନୋଜା ମଞ୍ଜରୀ ଦେବୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପଟିଦିଅଁ ଅଙ୍କନ ଉତ୍ସବର ଆବାହକ ଶିଳ୍ପୀ କେଶୁଦାସ ପୌରୋହିତ୍ୟ କରିଥିବା ବେଳେ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ସେବକ ମନୋରଞ୍ଜନ ସାହୁ, ଅଭିମନ୍ୟୁ ସାହୁ ଓ ପଟିଦିଅଁ ଅଙ୍କନର ଚିତ୍ରକର ପ୍ରୀତମ ନାୟକ, ଅରୁଣ ବାରିକ, ପ୍ରବୀର ପାତ୍ର, ଦିବ୍ୟ ରାଉତ, ଗୋପାଳ ପରିଡ଼ା, ହିମାଂଶୁ ବଇଠା, ଆଦିତ୍ୟ ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ପଟିଦିଅଁ ପରମ୍ପରା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଚଳିତବର୍ଷ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ୫ତାରିଖ (ସ୍ନାନ ପୂର୍ଣ୍ଣିମା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବାଲେଶ୍ବରର ୫ଟି ଜଗନ୍ନାଥ ମନ୍ଦିର ଯଥା ନୀଳଗିରି, ଶାସଙ୍ଗ, ଜୟଦେବ କସବା, ମଙ୍ଗଳପୁର ଓ ଦୁବଲାଗଡି ଲାଗି ପଟିଦିଅଁ ଅଙ୍କନ କରାଯିବ। ଲକ୍‌ଡାଉନର ସରକାରୀ ନିୟମକୁ ପାଳନ କରାଯାଇ କାର୍ଯ୍ୟକ୍ରମ କରାଯିବ ବୋଲ ସ୍ଥିର କରାଯାଇଛି । ଏଥିରେ ମନ୍ଦିର ପୂଜକ ସହ ନିରଞ୍ଜନ ଗିରି, ନିରଞ୍ଜନ ସାହୁ, ସଞ୍ଜୁଲତା ସାହୁ, ରାଜଶ୍ରୀ ସାହୁ ଓ ସଞ୍ଜୁତା ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବାଲେଶ୍ବର ଇସ୍କନ ସଦସ୍ୟ ଜିତାମିତ୍ର ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri