ବନ୍ତଳା, ୧୮ା୬(ଡି.ଏନ.ଏ.)ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଗ୍ରାମର ଶୁଭଙ୍କର ବେହେରା(୩)ଙ୍କୁ ଗତ ମାସ ୨୫ ତାରିଖରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକଶନ ଦେବାବେଳେ ଛୁଞ୍ଚି ଭାଙ୍ଗି ତାଙ୍କ ଅଣ୍ଟାରେ ରହିଯାଇଥିଲା। ନର୍ସଙ୍କ ଦାୟିତ୍ୱହୀନତା ଯୋଗୁ ଶିଶୁଟିର ଅବସ୍ଥା ଗୁରୁତର ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଦୀର୍ଘ ମାସେ ହେବ ସମ୍ପୃକ୍ତ ନର୍ସ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପୁଅର ଆରୋଗ୍ୟ ପାଇଁ କୌଣସି ସହଯୋଗ କରା ନ ଯିବାରୁ ସୋମବାର ସକାଳେ ଶୁଭଙ୍କରଙ୍କ ବାପା ନିରାକାର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି, ଶୁଭଙ୍କର ଖେଳୁଥିବା ସମୟରେ ପଡିଯିବାରୁ ଜିଭ ଖଣ୍ଡିଆ ହୋଇଯାଇଥିଲା। ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଣାଯିବା ପରେ ଡାକ୍ତର ୨ଟି ଇଞ୍ଜେକଶନ ନେବାକୁ ଲେଖିବା ସହ ଷ୍ଟାଫ ନର୍ସଙ୍କୁ ଇଞ୍ଜେକଶନ ଦେବାକୁ ପରାମର୍ଶ ଦେଇଥିଲେ। ନର୍ସ ଚନ୍ଦ୍ରକାନ୍ତି ମେହେର ଇୟରଫୋନ ଦେଇ ମୋବାଇଲରେ କଥା ହେଉଥିବା ବେଳେ ଶୁଭଙ୍କରଙ୍କ ଅଣ୍ଟାରେ ଇଞ୍ଜେକଶନ ଦେଇଥିଲେ। ଏହି ସମୟରେ ଛୁଞ୍ଚିଟି ଭାଙ୍ଗି ଶୁଭକରଙ୍କ ଅଣ୍ଟାରେ ରହିଯାଇଥିଲା। ଡାକ୍ତର ଶୁଭଙ୍କରଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେହିଦିନ ରାତିରେ ତାଙ୍କୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଦିନ ରହିବା ପରେ ୨୭ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଦୀର୍ଘ ୧୨ ଦିନ ରହିବା ପରେ ମେଶିନ ଖରାପ ଅଛି କହି ଡାକ୍ତର ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପଠାଇଥିଲେ। ୭ ଦିନ ପରେ ଆସିବାକୁ କହି ଏମ୍ସ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ପୁନର୍ବାର ଏମ୍ସ ଯିବା ପରେ ଡାକ୍ତର ଏକ ମାସ ପରେ ଆସିବାକୁ କହିଥିବା ନିରାକାର ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଧାର ଉଧାର କରି ସେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଥିଲେ ବି ପୁଅ ଅଣ୍ଟାରୁ ଛୁଞ୍ଚି ବାହାରିପାରି ନ ଥିବା ନିରାକାର ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନର୍ସ ମେହେର କୁହନ୍ତି, ଏହା ଏକ ଦୁର୍ଘଟଣା। ଯେଉଁ ଭଳି ଅଭିଯୋଗ ଆସୁଛି ତାହା ମିଛ। ଉଦ୍ଦେଶ୍ୟମୂଳକ ଭାବରେ ଏଭଳି କରାଯାଉଛି। ୭ ବର୍ଷ ହେଲା ଚାକିରି କାଳରେ କେବେ ଏଭଳି ଘଟିନାହିଁ। ଏ ବିଷୟରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଘନଶ୍ୟାମ ବେହେରା କୁହନ୍ତି, ଯେଉଁ ଘଟଣା ଘଟିଛି ତାହା ଉଦ୍ଦେଶ୍ୟମୂଳକ ଭାବେ ହୋଇନାହିଁ। ଶିଶୁ ନିଜେ ଡରି ହାତରେ ଇଞ୍ଜେକଶନ ଟାଣି ଦେବାରୁ ଏଭଳି ହୋଇଛି। ବନ୍ତଳା ଥାନା ଆଇଆଇସି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି, ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ନିଆଯିବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

