ଚେଇଁ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ:ଭୁବନ-ଯାଜପୁର ରାସ୍ତା ଡେଥ୍‌ ଜୋନ୍‌

ଭୁବନ, ୧୫।୬ (ଡି.ଏନ.ଏ.)ଢେଙ୍କାନାଳ ଜିଲା ଭୁବନରୁ ଯାଜପୁର ଜିଲାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ରାସ୍ତା ଡେଥ୍‌ ଜୋନ୍‌ ପାଲଟିଛି। ଖାଲଖମାରେ ଭର୍ତ୍ତି ହୋଇଥିବା ଉକ୍ତ ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି। କେବଳ ଏତିକି ନୁହେଁ, ଏହି ରାସ୍ତା ଅନ୍ତର୍ଗତ ପାଣ୍ଡରା ସେତୁ ଆପ୍ରୋଚ ରାସ୍ତା ଗୁରୁବାର ସାମାନ୍ୟ ବର୍ଷାରେ ଧୋଇଯାଇଛି। ରାସ୍ତାର ଏପରି ଦୁରବସ୍ଥା ସମ୍ପର୍କରେ ଅବଗତ ଥିଲେ ସୁଦ୍ଧା ବିଭାଗ ପକ୍ଷରୁ ପ୍ରତିକାର କରାଯାଉନାହଁି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏହି ରାସ୍ତା ଭୁବନ ଏନ୍‌ଏସିର ପୂର୍ବ ଦିଗରେ ପ୍ରବାହିତ ରଗଡ଼ି ନାଳଠାରୁ ଏକତାଳି ପଞ୍ଚାୟତକୁ ସଂଯୋଗ କରୁଛି। ଏଥିସହ ଯାଜପୁର ଜିଲାକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ। କଟକ, ଯାଜପୁର ସମେତ ଭୁବନ ବ୍ଲକର ବିଭିନ୍ନ ଗ୍ରାମକୁ ଯାତାୟାତ କରିବାକୁ ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଦୀର୍ଘ ୪ବର୍ଷ ହେଲା ଠିକାଦାର ରାସ୍ତା କାମ କରୁଛନ୍ତି। ଅଟକଳ ରହିଛି ପାଖାପାଖି କୋଟିଏ। ତେବେ ନିମ୍ନମାନର କାମ ଯୋଗୁ ଏବେଠାରୁ ଅନେକ ସ୍ଥାନରେ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଗଲାଣି। ଏହି କାରଣରୁ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ସମସ୍ୟା ସମ୍ପର୍କରେ ଅଞ୍ଚଳର ବୁଦ୍ଧିଜୀବୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଗୁରୁବାର ସାମାନ୍ୟ ବର୍ଷାରେ ପାଣ୍ଡରା ନାଳ ଉପରେ ତିଆରି ହୋଇଥିବା ବ୍ରିଜ୍‌ର ଆପ୍ରୋଚ୍‌ ରୋଡ୍‌ କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାର ରଜ ପାଳନ କରିବାକୁ ଆସୁଥିବା ଅନେକ ବାଇକ୍‌ ଆରୋହୀ ଏଠାରେ ପଡ଼ି କ୍ଷତବିକ୍ଷତ ହୋଇଥିବା ଅଭିଯୋଗ ହୋଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।
ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଅଭିଷେକ ଓଝା କୁହନ୍ତି, ରାସ୍ତା ଏବଂ ଆପ୍ରୋଚ୍‌ ରୋଡ୍‌ ତିଆରି ଲାଗି ମାର୍ଚ୍ଚରେ ୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ଶୀଘ୍ର କାମ ସାରିବାକୁ ଠିକାଦାରଙ୍କୁ ତାଗିଦ୍‌ କରାଯିବ। ନିମ୍ନମାନର କାମ ସମ୍ପର୍କରେ ପଚାରିବାରୁ ସେ କହିଲେ, ଅଭିଯୋଗର ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri