ଚାଷ ଦେଇଛି ପୁରସ୍କାର

ବଅଁରପାଳ, ୧୦।୮(ଡି.ଏନ୍‌.ଏ.) – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ବି ଚାଷକୁ କରିହେବ ପେସା। ଭଲ ଲାଭ ମିଳିପାରିବ ଏଥିରୁ। ଏହାକୁ ପ୍ରମାଣିତ କରିଛନ୍ତି ବଅଁରପାଳ ବ୍ଲକ କୁରୁଡୁଲୁ ଗ୍ରାମର ଦମ୍ପତି କୁମର ସାହୁ ଓ ତାଙ୍କ ସ୍ତ୍ରୀ ବିନୋଦିନୀ ସାହୁ। ବର୍ଷ ବର୍ଷ ଧରି ଏମାନେ ଧାନ ସହ ପରିବା ଚାଷ କରି ବେଶ୍‌ ସମୃଦ୍ଧ ହୋଇପାରିବା ସହ ଅନ୍ୟ ବ୍ୟବସାୟ ପାଇଁ ମଧ୍ୟ ଅର୍ଥ ବାହାର କରିପାରିଛନ୍ତି। କେବଳ ଏତିକି ନୁହେଁ, ଚାଷରେ ଅର୍ଜନ କରିଥିବା ସଫଳତା ପାଇଁ ସେମାନଙ୍କୁ ଅନେକ ସ୍ଥାନରୁ ପୁରସ୍କାର ମଧ୍ୟ ମିଳିଛି।
କୁମରଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ନୁହେଁ। ଗଁା ସ୍କୁଲରେ ୫ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ବାପା ନାରାୟଣ ସାହୁ ଚାଷ କାର୍ଯ୍ୟ କରୁଥିଲେ। ତାଙ୍କ ପରେ କୁମର ଚାଷ ସମ୍ଭାଳିଛନ୍ତି। ବର୍ତ୍ତମାନ ସେ ୪ ଏକର ଜମିରେ ଧାନ ଓ ୨ ଏକରରେ ଭେଣ୍ଡି, କଦଳୀ, ବାଇଗଣ, କାକୁଡି, ଟମାଟୋ, କଖାରୁ, ଅମୃତଭଣ୍ଡା, ଆଳୁ ଆଦି ପରିବା ଲଗାଇଛନ୍ତି। ସକାଳୁ ସନ୍ଧ୍ୟା ଯାଏ ଉଭୟ ବିନୋଦିନୀ ଓ କୁମାର ଚାଷ କାର୍ଯ୍ୟ କରନ୍ତି। ବର୍ଷ ତମାମ ପରିବା ଫସଲ ଅମଲ କରୁଥିବାରୁ ଦୈନିକ ଆଖପାଖ ଅଞ୍ଚଳର ବ୍ୟବସାୟୀମାନେ ତାଙ୍କ ଘରକୁ ଆସି ତାଜା ପରିବା କିଣି ନେଇଥାନ୍ତି। ଅନେକ ସମୟରେ ନିଜେ କୁମର ମଧ୍ୟ ବାଡି ପରିବା ବିଭିନ୍ନ ହାଟ ବଜାରରେ ବିକ୍ରି କରିଥାନ୍ତି। ଜଣେ ଭଲ ପରିବା ଚାଷୀ ହୋଇଥିବାରୁ ତାଙ୍କୁ ଅନେକ ସ୍ଥାନରୁ ପୁରସ୍କାର ମିଳିଛି। ଏପରି କି ବିଭିନ୍ନ ଜିଲାରେ ଅନୁଷ୍ଠିତ ପ୍ରଦର୍ଶନୀରେ ଓ ପଶ୍ଚିମବଙ୍ଗରୁ ମଧ୍ୟ ପୁରସ୍କାର ପାଇଛନ୍ତି। ଏହି ପରିବା ଚାଷରୁ ମିଳୁଥିବା ଅର୍ଥରେ କୁମର ଏକ ଟେଣ୍ଟ ହାଉସ କରିଛନ୍ତି। ବିବାହ, ବ୍ରତ ସମେତ ଗ୍ରାମରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଟେଣ୍ଟ ହାଉସ ସାମଗ୍ରୀ ଭଡାରେ ଲଗାଇ ଅଧିକ ଅର୍ଥ ରୋଜଗାର କରିପାରୁଛନ୍ତି। ଗୋଟିଏ ଝିଅ ଓ ୨ ପୁଅଙ୍କୁ ନେଇ ପରିବାର କରିଥିବା ବିନୋଦିନୀ ଓ କୁମର ଠିକା ଶ୍ରମିକ ଭାବେ କେଉଁ କମ୍ପାନୀରେ ଖଟିବା ଅପେକ୍ଷା ଚାଷକୁ ପେଶା କରି ବେଶ୍‌ ଭଲରେ ଚଳୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri