ଚାବି ହଜିଲେ ଖୋଜାପଡ଼ନ୍ତି ଯଶୋବନ୍ତ

ଘର ଉତ୍ତରପ୍ରଦେଶ। କିନ୍ତୁ ତାଙ୍କ ପରିଚୟ ରହିଛି ନାଲ୍‌କୋ ଅଞ୍ଚଳରେ। ଜଣେ ଭଲ ଚାବି କାରିଗର ଭାବେ ବର୍ଷ ବର୍ଷ ଧରି ସେ ଏଠାରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ବାପା ମଧ୍ୟ ନାଲ୍‌କୋ ଅଞ୍ଚଳରେ ରହି ବ୍ୟବସାୟ ଚଳାଇ ଆସୁଥିଲେ। କୌଳିକ ବୃତ୍ତି ହୋଇ ନ ଥିଲେ ବି ବାପା କରିଥିବା ଦୋକାନ ସମ୍ଭାଳୁଛନ୍ତି ଯଶୋବନ୍ତ ସିଂ।
ଅନୁଗୋଳ ସହରରେ ରହୁଥିବା ଯଶୋବନ୍ତଙ୍କ ବୟସ ପ୍ରାୟ ୩୩। ପରିବାର କହିଲେ ସ୍ତ୍ରୀ ଓ ୪ ଝିଅପୁଅ। ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସେ ପଢ଼ିଛନ୍ତି। ତେବେ ଆର୍ଥିକ ଅଭାବ ଓ ପାରିବାରିକ ସମସ୍ୟା ଯୋଗୁ ତାଙ୍କୁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ବାପା ନାଲ୍‌କୋ ମେନଗେଟ୍‌ ନିକଟରେ ଦୋକାନ ଦେବା ସହ ଏହି ପେଶାରେ ଥିବାରୁ ଯଶୋବନ୍ତ ମଧ୍ୟ ଉତ୍ତରାଧିକାରୀ ସୂତ୍ରରେ ଉକ୍ତ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ଉତ୍ତମ ବ୍ୟବହାର ଓ କାରିଗରୀ ଜାଣିଥିବାରୁ ଯଶୋବନ୍ତ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ଘର ତାଲା ହେଉ କି ଗାଡ଼ି ଚାବି ହଜିଯିବା, ଏପରି କି ଗଡରେଜ ଚାବି ହଜିଯାଇଥିଲେ ଖବରପାଇ ଘରେ ପହଞ୍ଚି ତାଲା ଖୋଲିଦେଇଥାନ୍ତି ଯଶୋବନ୍ତ। ଦୀର୍ଘବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସିଥିବାରୁ ଚାବି ହଜାଇ ଦେଉଥିବା ବ୍ୟକ୍ତିମାନେ ପ୍ରଥମେ ଯଶୋବନ୍ତଙ୍କୁ ମନେ ପକାନ୍ତି। ନୂଆ ତାଲା ବିକ୍ରି ଠାରୁ ଆରମ୍ଭ କରି ମରାମତି କାର୍ଯ୍ୟ ସେ କରିଥାନ୍ତି। ଏଥିପାଇଁ ଦୈନିକ ସେ ୫ଶହରୁ ୮ ଶହ ପର୍ଯ୍ୟନ୍ତ ରୋଜଗାର କରିପାରିଥାନ୍ତି। ସେଥିରୁ ମିଳୁଥିବା ଲାଭ ଅର୍ଥରେ ତାଙ୍କ ସଂସାର ଠିକ୍‌ ଠାକ ଚାଲିଥିବା ଯଶୋବନ୍ତ କହିଛନ୍ତି। ପ୍ରତ୍ୟକ ଦିନ ପୂର୍ବାହ୍ନ ୯ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେ ଦୋକାନରେ ବେପାର କରୁଥିବା ଯଶୋବନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri