ଚାବି ହଜିଲେ ଖୋଜାପଡ଼ନ୍ତି ଯଶୋବନ୍ତ

ଘର ଉତ୍ତରପ୍ରଦେଶ। କିନ୍ତୁ ତାଙ୍କ ପରିଚୟ ରହିଛି ନାଲ୍‌କୋ ଅଞ୍ଚଳରେ। ଜଣେ ଭଲ ଚାବି କାରିଗର ଭାବେ ବର୍ଷ ବର୍ଷ ଧରି ସେ ଏଠାରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ବାପା ମଧ୍ୟ ନାଲ୍‌କୋ ଅଞ୍ଚଳରେ ରହି ବ୍ୟବସାୟ ଚଳାଇ ଆସୁଥିଲେ। କୌଳିକ ବୃତ୍ତି ହୋଇ ନ ଥିଲେ ବି ବାପା କରିଥିବା ଦୋକାନ ସମ୍ଭାଳୁଛନ୍ତି ଯଶୋବନ୍ତ ସିଂ।
ଅନୁଗୋଳ ସହରରେ ରହୁଥିବା ଯଶୋବନ୍ତଙ୍କ ବୟସ ପ୍ରାୟ ୩୩। ପରିବାର କହିଲେ ସ୍ତ୍ରୀ ଓ ୪ ଝିଅପୁଅ। ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସେ ପଢ଼ିଛନ୍ତି। ତେବେ ଆର୍ଥିକ ଅଭାବ ଓ ପାରିବାରିକ ସମସ୍ୟା ଯୋଗୁ ତାଙ୍କୁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ବାପା ନାଲ୍‌କୋ ମେନଗେଟ୍‌ ନିକଟରେ ଦୋକାନ ଦେବା ସହ ଏହି ପେଶାରେ ଥିବାରୁ ଯଶୋବନ୍ତ ମଧ୍ୟ ଉତ୍ତରାଧିକାରୀ ସୂତ୍ରରେ ଉକ୍ତ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ଉତ୍ତମ ବ୍ୟବହାର ଓ କାରିଗରୀ ଜାଣିଥିବାରୁ ଯଶୋବନ୍ତ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ଘର ତାଲା ହେଉ କି ଗାଡ଼ି ଚାବି ହଜିଯିବା, ଏପରି କି ଗଡରେଜ ଚାବି ହଜିଯାଇଥିଲେ ଖବରପାଇ ଘରେ ପହଞ୍ଚି ତାଲା ଖୋଲିଦେଇଥାନ୍ତି ଯଶୋବନ୍ତ। ଦୀର୍ଘବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସିଥିବାରୁ ଚାବି ହଜାଇ ଦେଉଥିବା ବ୍ୟକ୍ତିମାନେ ପ୍ରଥମେ ଯଶୋବନ୍ତଙ୍କୁ ମନେ ପକାନ୍ତି। ନୂଆ ତାଲା ବିକ୍ରି ଠାରୁ ଆରମ୍ଭ କରି ମରାମତି କାର୍ଯ୍ୟ ସେ କରିଥାନ୍ତି। ଏଥିପାଇଁ ଦୈନିକ ସେ ୫ଶହରୁ ୮ ଶହ ପର୍ଯ୍ୟନ୍ତ ରୋଜଗାର କରିପାରିଥାନ୍ତି। ସେଥିରୁ ମିଳୁଥିବା ଲାଭ ଅର୍ଥରେ ତାଙ୍କ ସଂସାର ଠିକ୍‌ ଠାକ ଚାଲିଥିବା ଯଶୋବନ୍ତ କହିଛନ୍ତି। ପ୍ରତ୍ୟକ ଦିନ ପୂର୍ବାହ୍ନ ୯ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେ ଦୋକାନରେ ବେପାର କରୁଥିବା ଯଶୋବନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ମୋହନଙ୍କ ପତିଆରା: ଗୋଟିଏ ପରେ ଗୋଟିଏ ଗୁରୁଦାୟିତ୍ୱ ଦେଉଛି ଭାଜପା

ଭୁବନେଶ୍ୱର,୬ା୫(ସୁନିତ୍‌ ମିଶ୍ର):ପଶ୍ଚିମବଙ୍ଗରେ ଭାଜପା ଏକାକୀ ସରକାର ଗଠନ କରିବାକୁ ଯାଉଛି। ଭାଜପା ବିଧାୟକ ଦଳ ନେତା ବାଛିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ…

ଇମୋଶନାଲ୍‌ ହୋଇ ଏ କ’ଣ କହିଦେଲେ ଥଲାପତି ବିଜୟ: ଚାରିଆଡେ ହେଉଛି ଚର୍ଚ୍ଚା

ଚେନ୍ନାଇ,୬।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଏକ ବିବୃତ୍ତି ଜାରି କରି ରାଜ୍ୟବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।…

ଚର୍ଚ୍ଚାରେ ବିଜୟଙ୍କ ଗାଡ଼ି ନମ୍ବର ‘TN 07CM 2026’: ଥିଲା ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ତାମିଲନାଡୁ ବିଧାନସଭା ନିର୍ବାଚନରେ ଲୋକପ୍ରିୟ ତାମିଲ ଅଭିନେତା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟଙ୍କ ଦଳ ଟିଭିକେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସମସ୍ତଙ୍କ ପାଇଁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ: ସ୍କୁଟି ଚାଳକଙ୍କୁ ହାଇୱାରେ ଧକ୍କା ଦେଇ…

ଦେବଗଡ଼, ୬।୫(ଶଶାଙ୍କ ଶେଖର ଝାଙ୍କର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ। ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ…

ପ୍ରାକୃତିକ ନୁହେଁ, ମନୁଷ୍ୟକୃତ ମରୁଡ଼ି: ଧାନଚାଷ ଉଜୁଡିଯିବା ଘଟଣାରେ…

ନୂଆପଡ଼ା,୬ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ପାଣି ଶୁଖି ଧାନଚାଷ ଉଜୁଡିଯିବା ଘଟଣାକୁ ନେଇ ମଙ୍ଗଳବାର ବିଜେଡିର ରାଜ୍ୟସ୍ତରୀୟ ଦଳ…

ଚାଷୀଙ୍କୁ ଘାରିଲା କେନାଲ ପାଣି ଚିନ୍ତା: ପ୍ରଭାବିତ ଧାନ ଫସଲର ନମୁନା ଧରି ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ଚାଷୀ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ୧୧ତାରିଖ କେନାଲ ପାଣି ଯୋଗାଣ ବନ୍ଦ ରହିବ। କେନାଲ ପାଣି ବନ୍ଦ ରହିବାକୁ ଆଉମାତ୍ର ୫ଦିନ ବାକି ରହିଛି। ଅନ୍ୟପଟେ…

୨ ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର: ଜାଣନ୍ତୁ ସେମାନେ କିଏ

ନ୍ୟୁୟର୍କ,୬ା୫(ପିଟି):ସମ୍ପ୍ରତି ଡିଜିଟାଲ ସ୍କାମ୍‌ ବା ସାଇବର ଠକେଇ ବହୁ ମାତ୍ରାରେ ବଢ଼ିଚାଲିଛି। ଉଚ୍ଚ ଶିକ୍ଷିତ ଲୋକମାନେ ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି। ଏହା ସମାଜ ପାଇଁ…

ପଶ୍ଚିମବଙ୍ଗରେ ଭାଜପାର ପ୍ରଚଣ୍ଡ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ/କଲିକତା,୫।୫: ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଐତିହାସିକ ବିଜୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri