ଚଳିତ ମାସରେ ଆସିବ ନୂଆ ଅବକାରୀ ନୀତି: ମନ୍ତ୍ରୀ

ଭୁବନେଶ୍ୱର, ୧୧।୯(ସୁନିତ୍‌ ମିଶ୍ର): ଚଳିତ ମାସରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବେ। ନୂଆ ଅବକାରୀ ନୀତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଆଲୋଚନା ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୃଥ୍ବୀରାଜ କହିଛନ୍ତି, ନୂଆ ଅବକାରୀ ନୀତି ଲାଗୁ କରିବା ଲାଗି ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଭାଗର ପ୍ରତିନିଧି ଦଳରେ କେତେଜଣ ଅଧିକାରୀ ଦୁଇଟି ରାଜ୍ୟକୁ ଯାଇ ସେମାନଙ୍କ ରାଜ୍ୟରେ ଲାଗୁ ହୋଇଥିବା ଅବକାରୀ ନୀତିକୁ ଅନୁଧ୍ୟାନକରି ଫେରିଛନ୍ତି। ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହୋଇଯିବ। ନୂଆ ଅବକାରୀ ନୀତିରେ ଚୋରା ମାଦକ ଦ୍ରବ୍ୟର ବିକ୍ରି ଉପରେ ରୋକ୍‌ ଲଗାଯିବ। ଚୋରା ମାଦକଦ୍ରବ୍ୟ ବିକ୍ରି ଉପରେ ଚଢ଼ାଉ ଜୋର୍‌ଦାର କରାଯାଉଛି।

ଯେଉଁମାନେ ଏଥିରେ ଦୋଷୀ ହୋଇଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ମାସେବ୍ୟାପୀ ‘ନିଶା ନୁହେଁ ଜୀବନ’ କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବାରେ ବହୁ ଦିନ ବିଳମ୍ବ କରିସାରିଲେଣି। ୨୦୨୫ ଜାନୁଆରୀରୁ ନୂଆ ଅବକାରୀ ନୀତି ଆଣିବେ ବୋଲି ବିଭିନ୍ନ ସମୟରେ ଅନେକ ତାରିଖ ଦିଆଯାଇଥିଲା। ହେଲେ ସରକାର ଏହା ଆଣିବାରେ ସମୟ ଗଡ଼ାଇ ଚାଲିଛନ୍ତି। ପରବର୍ତ୍ତୀ ସମୟରେ ନୂଆ ଅବକାରୀ ନୀତି ଆଣିବା ଆଗରୁ ଦେଶର ଅନ୍ୟ କେତେକ ରାଜ୍ୟ କେଉଁ ନିୟମ ରଖିଛନ୍ତି ତାକୁ ଦେଖିବା ପରେ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସେହି କ୍ରମରେ ୨ଟି ରାଜ୍ୟରୁ ତଥ୍ୟ ସଂଗ୍ରହ ପରେ ସରକାର ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ବୋଲି ସୂଚନା ଦିଆଯାଇଛିି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri