ଶିଳ୍ପ, ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୫୩୩.୬୨ କୋଟି ଜଳକର ବାକି

ବ୍ରହ୍ମପୁର,୧୧ା୯(ଅଶୋକ କୁମାର ସାହୁ): ଚଳିତ ଆର୍ଥିକ ବର୍ଷ ଜୁନ୍‌ ସୁଦ୍ଧା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ସଂସ୍ଥା ନିକଟରେ ଜଳକର ବାବଦକୁ ୫୩୩.୬୨କୋଟି ଟଙ୍କା ବାକି ପଡିଛି। ୨ମାସ ଭିତରେ ଏହା ଆଦାୟ କରିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଗତ ୧ ତାରିଖ ଚିଠି ନଂ. ୨୫୭୩୬ରେ ବ୍ରହ୍ମପୁର ଜଳସେଚନ ବିଭାଜନ, ଭଞ୍ଜନଗର ଜଳସେଚନ ବିଭାଜନ ଓ ହରଭଙ୍ଗୀ ଜଳସେଚନ ବିଭାଜନ ନଂ.୩କୁ ଜଣାଇ ଦିଆଯାଇଛି। ଉପରୋକ୍ତ ୩ ଜିଲାର ୧୧୯ ଶିଳ୍ପ ଓ ବ୍ୟବସାୟିକ ସଂସ୍ଥା ଉପରେ ଉପରୋକ୍ତ ପରିମାଣର ଜଳକର ଦେବାକୁ ଅଛି। ସମ୍ପୃକ୍ତ ଶିଳ୍ପ ସଂସ୍ଥାଗୁଡିକ ଏକକାଳୀନ ସମାଧାନ ବା ଓ୍ବାନ ଟାଇମ୍‌ ସେଟେଲମେଣ୍ଟ(ଓଟିଏସ୍‌) କରିନାହାନ୍ତି କି କର ପୈଠ କରିନାହାନ୍ତି। ତେଣୁ ସମ୍ପୃକ୍ତ ସଂସ୍ଥାଗୁଡିକୁ ତୁରନ୍ତ କର ପୈଠ କରିବା ପାଇଁ ନୋଟିସ ଦେବାକୁ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ପ୍ଲାନିଂ ଆଣ୍ଡ ଡିଜାଇନଙ୍କ ପକ୍ଷରୁ କୁହାଯାଇଛି। ହରିଭଙ୍ଗୀ ଜଳସେଚନ ବିଭାଜନ ଅଧୀନରେ ଅଧିକ ଜଳକର ବାକି ପଡିଥିବାବେଳେ ଦ୍ୱିତୀୟରେ ବ୍ରହ୍ମପୁର ଓ ତୃତୀୟରେ ଭଞ୍ଜନଗର ରହିଛି। ବିଶେଷକରି ମଦ ଓ ଇଟା ତିଆରି ଶିଳ୍ପ ଉପରେ ଅଧିକ କର ବାକି ପଡିଛି। ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ନୈରାଶ୍ୟଜନକ ଥିବାବେଳେ ଶିଳ୍ପ ସଂସ୍ଥାକୁ ପାଣି ଦେବାରେ ସରକାର ଆଗଭର ବୋଲି ଚର୍ଚ୍ଚା ହେଉଛି। ରାଜ୍ୟର ବିଭିନ୍ନ ନଦୀନାଳରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡିକ ପରିଚାଳନା ପାଇଁ ହଜାର ହଜାର କ୍ୟୁସେକ ପାଣି ଉତ୍ତୋଳନ କରୁଛନ୍ତି। ଦୀର୍ଘଦିନରୁ ଏତେ ଟଙ୍କା ବାକି ଥିଲେ ବି ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ କର ପୈଠ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ ବ୍ରହ୍ମପୁର ଜଳସେଚନ ବିଭାଜନରୁ ଜଳ ଶୋଷୁଥିବା ପ୍ରାୟ ୬୮ଟି ଛୋଟ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ୧୧୨୨.୮୮ ଲକ୍ଷ ଟଙ୍କା କର ପୈଠ କରିବାକୁ ଅଛନ୍ତି। ସେଥିମଧ୍ୟରେ ବ୍ରହ୍ମପୁର ଓ୍ବାଟ୍‌କୋ ୧୮.୯୫୯ ଲକ୍ଷ, ଆଇଆରଇଏଲକୁ ଜଳ ଯୋଗାଉଥିବା ବ୍ରହ୍ମପୁର ଜନସ୍ବାସ୍ଥ୍ୟ ବିଭାଗ ୨୭୫.୭୧୩ ଲକ୍ଷ, ପୂର୍ବତଟ ରେଲଓ୍ବେ ବାଲୁଗାଁ ଓ ବ୍ରହ୍ମପୁର ୬୯.୨୪୧ ଲକ୍ଷ, ପୂର୍ବତଟ ରେଲଓ୍ବେ ଛତ୍ରପୁର, ଜଗନ୍ନାଥପୁର ଓ ବ୍ରହ୍ମପୁର ୬୭୨.୭୫୮ ଲକ୍ଷ ଟଙ୍କା ପୈଠ କରିନାହିଁ। ସେହିପରି ଭଞ୍ଜନଗର ଜଳସେଚନ ବିଭାଜନରୁ ପାଣି ନେଉଥିବା ୨ଟି ସଂସ୍ଥା ୧୮୮.୨୩୦ ଲକ୍ଷ ଟଙ୍କା ବାକି ରଖିଥିବା ବେଳେ ହରଭଙ୍ଗୀ ଜଳସେଚନ ବିଭାଜନରୁ ପାଣି ନେଉଥିବା ୪୯ ଶିଳ୍ପ, ଅନୁଷ୍ଠାନ ଓ ବ୍ୟବସାୟିକ ସଂସ୍ଥା ପାଖରେ ୫୨୦୫୧.୪୯ ଲକ୍ଷ ଟଙ୍କା ବାକି ପଡିଛି। ତେବେ ଏମାନଙ୍କ ମଧ୍ୟରେ ରାୟଗଡାର ଜେ.କେ.ପେପର ଲିମିଟେଡ ସିଂହଭାଗ ବାକି ରଖିଛି।

 

 

ଶିଳ୍ପ, ବ୍ୟବସାୟିକ …
ସେ ୫୧୯୦୬.୯୬୭୧୧ ଲକ୍ଷ ଟଙ୍କା କର ଦେବାକୁ ଅଛି। ସେହିପରି ଜେ.କେ.ଆକ୍ୱା ପ୍ରଡକ୍ଟ ୨.୧୬୪୩୧ ଲକ୍ଷ ଟଙ୍କା, ରାୟଗଡାର ତେଜସ୍ବୀ ହୋଟେଲ ୫.୫୧୦୯୭ ଲକ୍ଷ, ରାୟଗଡା ବାସୁଦେବ ଲଜ୍‌ ୨.୨୩୫୭୨ ଲକ୍ଷ, ପାରଳାଖେମୁଣ୍ଡି ସହରକୁ ଜଳଯୋଗାଣ କରୁଥିବା ବ୍ରହ୍ମପୁର ଜନସ୍ବାସ୍ଥ୍ୟ ବିଭାଗ ୧୦.୪୧୨୪ ଲକ୍ଷ, ରାୟଗଡା ଜନସ୍ବାସ୍ଥ୍ୟ ବିଭାଗ ୬.୨୮ ଲକ୍ଷ, ରାୟଗଡା ରେଲଓ୍ବେ ବିଭାଗ ୫୮.୫୨୬୨୯ ଲକ୍ଷ, ମିଟସ୍‌ ଇଞ୍ଜିନିୟରିଂ କଲେଜ ୧୨.୩୨ ଲକ୍ଷ ଟଙ୍କା ବାକି ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବିଭିନ୍ନ ନଦୀ, ନାଳ ଜରିଆରେ ପମ୍ପ ସାହାଯ୍ୟରେ ଏମାନେ ପାଣି ନେଉଥିବାବେଳେ ଜଳକର ଦେବାକୁ ପଛଘୁଞ୍ଚା ଦେଉଥିବାରୁ ସରକାରଙ୍କ ରାଜସ୍ବ ହାନୀ ହେଉଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ଋଷିକୁଲ୍ୟା, ବାହୁଦା, ବଂଶଧାରା ଓ ନାଗାବଳୀ ଅବବାହିକାର ମୁଖ୍ୟଯନ୍ତ୍ରୀ ନିର୍ବିଘ୍ନ ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଚିଠି ଆସିନାହିଁ। ଚିଠି ଆସିଲେ ତୁରନ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?