ତେଜିଲା ମାକ୍‌ରଁ ବିରୋଧୀ ଆନ୍ଦୋଳନ

ସୋସିଆଲ ମିଡିଆ ନିଷିଦ୍ଧ ଭଳି କେତେକ ଜନବିରୋଧୀ ସରକାରୀ ପଦକ୍ଷେପ ପାଇଁ ନେପାଳରେ ଯୁବ, ଛାତ୍ର ଗୋଷ୍ଠୀ ଯେଭଳି ବ୍ୟାପକ ହିଂସା ଘଟାଇ ଶାସନ ପରିବର୍ତ୍ତନ ନିମନ୍ତେ ପରିବେଶ ସୃଷ୍ଟି କରିଛନ୍ତି, ସେଭଳି ସ୍ଥିତି ବୁଧବାର ୟୁରୋପୀୟ ଦେଶ ଫ୍ରାନ୍ସରେ ଘଟିଛି। ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୀତି ଦୁଃସ୍ଥିତିରେ ଅତିଷ୍ଠ ଫ୍ରାନ୍ସବାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସା ଘଟାଇଛନ୍ତି। ‘ବ୍ଲକ୍‌ ଏଭ୍ରିଥିଙ୍ଗ୍‌’ ମୁଭ୍‌ମେଣ୍ଟ ଚଳାଇ ଫ୍ରାନ୍ସ ନାଗରିକମାନେ ବ୍ୟାପକ ପୋଡ଼ାଜଳା କରିଛନ୍ତି। ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଦମନ ପାଇଁ ବଳପ୍ରୟୋଗ ହୋଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିପାରିନାହିଁ। ଏହି ଆନ୍ଦୋଳନ ପ୍ରତି ସ୍ବତଃପ୍ରବୃତ୍ତ ଜନସମର୍ଥନ ଥିବାରୁ ମାକ୍‌ରଁ ସରକାର ପାଇଁ ବିପଦ ଘନେଇଛି।

ପ୍ୟାରିସ୍‌,୧୦ା୯
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁଙ୍କ ବିରୋଧରେ ଦେଶରେ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ। ମାକ୍‌ରଁ ନିଜ ଅନୁଗତ ତଥା ପ୍ରତିରକ୍ଷା ମନ୍ତ୍ରୀ ସେବାସ୍ତିଆନ୍‌ ଲେକୋର୍ନୁ(୩୯)ଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ବର୍ଷକ ମଧ୍ୟରେ ଦେଶରେ ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ନିଯୁକ୍ତି, ରାଜନୈତିକ ଅସ୍ଥିରତା ଓ ଆର୍ଥିକ ନିଅଣ୍ଟ ସ୍ଥିତିକୁ ନେଇ କ୍ଷୁବ୍ଧ ଫରାସୀ ନାଗରିକମାନେ ବୁଧବାର ମାକ୍‌ରଁ ଏବଂ ତାଙ୍କ ସରକାର ବିରୋଧରେ ବଡ଼ଧରଣର ବିକ୍ଷୋଭ କରିଛନ୍ତି। ‘ବ୍ଲକ୍‌ ଏଭ୍ରିଥିଙ୍ଗ୍‌ ମୁଭ୍‌ମେଣ୍ଟ’ ବ୍ୟାନରରେ ରାଜଧାନୀ ପ୍ୟାରିସ୍‌ ସମେତ ଦେଶର ବିଭିନ୍ନ ଭାଗରେ ରାସ୍ତା ଅବରୋଧ କରି ଯାନବାହନଗୁଡ଼ିକୁ ଜଳାପୋଡ଼ା କରିଛନ୍ତି। ଆନ୍ଦୋଳନକାରୀଙ୍କ ଜଳାପୋଡ଼ା ଓ ଭଙ୍ଗାରୁଜା ଭିତରେ ଏହି ୟୁରୋପୀୟ ରାଷ୍ଟ୍ର ଅଶାନ୍ତ ହୋଇପଡ଼ିଛି। ପରିବହନ ଓ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିକ୍ଷୋଭକାରୀମାନେ ବିଦ୍ରୋହର ପରିବେଶ ସୃଷ୍ଟି କରୁଥିବା ଦର୍ଶାଇ ପ୍ରାୟ ୩୦୦ ଜଣଙ୍କୁ ଗିରଫ କରାଯାଇଥିବା ଗୃହମନ୍ତ୍ରୀ ବୁର୍ନୋ ରିଟାଇଲ୍ଲେଉ କହିଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସାରା ଦେଶରେ ୮୦,୦୦୦ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଏହାସତ୍ତ୍ୱେ ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି, ଟାୟାର ଜାଳି ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ୟାରିସ୍‌ରେ ଅଳିଆଗଦାଗୁଡ଼ିକରେ ସେମାନେ ନିଅଁା ଲଗାଇଦେବାରୁ ରାଜଧାନୀର ପ୍ରମୁଖ ଅଞ୍ଚଳରେ ଲୋକେ ଯାତାୟାତ କରିପାରିନାହାନ୍ତି।
ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍‌ ବେରୌ ସୋମବାର ପାର୍ଲାମେଣ୍ଟରେ ଆସ୍ଥା ହରାଇବା ପରେ ନିଜ ପଦରୁ ବିଦା ହୋଇଛନ୍ତି। ମାତ୍ର ୯ ମାସ ପ୍ରଧାନମନ୍ତ୍ରୀ ରହିଥିବା ୭୪ ବର୍ଷୀୟ ବେରୌଙ୍କ ପ୍ରତି ଏମ୍‌ପିମାନେ ଅନାସ୍ଥା ପ୍ରକଟ କରିବା ପରେ ସମ୍ବିଧାନର ଅନୁଚ୍ଛେଦ ୫୦ ଅନୁଯାୟୀ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାକ୍ରମ ୟୁରୋପର ଦ୍ୱିତୀୟ ସର୍ବବୃହତ୍‌ ଅର୍ଥନୀତି ପାଇଁ ନୂଆ ସଙ୍କଟକୁ ଡାକିଆଣିଛି। ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ କାଳବିଳମ୍ବ ନ କରି ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ସେବାସ୍ତିଆନ୍‌ ଲେକୋର୍ନୁଙ୍କୁ ବେରୌଙ୍କ ନୂଆ ଉତ୍ତରାଧିକାରୀ ଚୟନ କରିଛନ୍ତି। ୧୨ ମାସ ମଧ୍ୟରେ ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ପରିବର୍ତ୍ତନକୁ ଦେଶବାସୀ ଗ୍ରହଣ କରିପାରି ନାହାନ୍ତି। ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇ ଅର୍ଥନୀତି ଖରାପ ଆଡ଼କୁ ଗତି କରୁଥିବାବେଳେ ମାକ୍‌ରଁ ସେଥିପ୍ରତି ଅଣଦେଖା କରୁଥିବାରୁ ଦେଶରେ ଅସନ୍ତୋଷ
ତେଜିଲା ମାକ୍‌ରଁ …
ବଢ଼ିବାରେ ଲାଗିଛି। ଦେଖିବାକୁ ଗଲେ ଫ୍ରାନ୍ସରେ ରାଜନୈତିକ ସ୍ତରରେ ଭୁଲ୍‌ ପଦକ୍ଷେପ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ୟୁରୋପୀୟ ପାର୍ଲାମେଣ୍ଟରେ ମାକ୍‌ରଁଙ୍କ ଦଳର ଦୁର୍ବଳ ପ୍ରଦର୍ଶନ ପରେ ସାନି ନିର୍ବାଚନ କରାଇବା ନେଇ
ନିଷ୍ପତ୍ତି ତାଙ୍କ ସରକାରକୁ ଆହୁରି ଅସ୍ଥିର କରିଦେଇଥିଲା। ନୂଆ ନ୍ୟାଶନାଲ ଆସେମ୍ବ୍ଲି ବାମପନ୍ଥୀ ବ୍ଲକ୍‌, ମାରିନ୍‌ ଲି ପେନ୍‌ଙ୍କ ନ୍ୟାଶନାଲ ପାର୍ଟି ଓ ସେଣ୍ଟ୍ରିଷ୍ଟଙ୍କୁ ନେଇ ଭାଗଭାଗ ହୋଇଯାଇଛି। ଏଥିଯୋଗୁ ପୂର୍ବରୁ ୩ ଜଣ ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍‌ ଅଟ୍ଟଲ, ମିଶେଲ ବର୍ନିଏ ଓ ଫ୍ରାଙ୍କୋଇସ୍‌ ବେରୌଙ୍କୁ ପଦ ହରାଇବାକୁ ପଡ଼ିଛି। ଅର୍ଥନୀତିଜ୍ଞମାନେ କହିଛନ୍ତି, ଫ୍ରାନ୍ସରେ ସ୍ଥିରତା ଆଣିବାକୁ ହେଲେ ଟିକସ ବୃଦ୍ଧି ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫% ଖର୍ଚ୍ଚ କାଟ୍‌ ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଏହି ସବୁ ପ୍ରସଙ୍ଗରେ ମାକ୍‌ରଁଙ୍କ ଉଦାସୀନତାକୁ ଦେଶବାସୀ ନାପସନ୍ଦ କରି ‘ବ୍ଲକ୍‌ ଏଭ୍ରିଥିଙ୍ଗ୍‌ ମୁଭ୍‌ମେଣ୍ଟ’ ଚଳାଇଛନ୍ତି। ବିଶେଷକରି ଟିକ୍‌ଟକ୍‌, X ଓ ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ଚ୍ୟାନେଲଗୁଡ଼ିକରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସମ୍ପ୍ରତି ଦାନା ବାନ୍ଧିବାରେ ଲାଗିଛି। ଷ୍ଟ୍ରାଇକ୍‌, ବର୍ଜନ, ରାସ୍ତାରେ ବିକ୍ଷୋଭ ସହ ଶ୍ରମିକ, ଛାତ୍ରୀଛାତ୍ର ଓ ଅଧିକାର କର୍ମୀମାନେ ମାକ୍‌ରଁଙ୍କ ଅସମାନତା ନୀତିକୁ ଜୋର୍‌ଦାର ବିରୋଧ କରୁଛନ୍ତି। ଏହି ଆନ୍ଦୋଳନର କେହି କେନ୍ଦ୍ରୀୟ ନେତୃତ୍ୱ ନାହାନ୍ତି। ଏହାସତ୍ତ୍ୱେ ରାସ୍ତା ଅବରୋଧ, ବ୍ୟାଙ୍କରୁ ଅର୍ଥ ଉଠାଣ ଓ ବଡ଼ ସଂସ୍ଥାଗୁଡ଼ିକୁ ବର୍ଜନ କରିବା ୨୦୧୮-୧୯ର ‘ୟେଲୋ ଭେଷ୍ଟ’ ପ୍ରୋଟେଷ୍ଟର ସ୍ମୃତିକୁ ଉଜ୍ଜୀବିତ କରିଛି। ପୋଲିସ ବୁଧବାର ସକାଳେ ୭୫ ଜଣଙ୍କୁ ଅଟକ ରଖିଥିବାବେଳେ ଅପରାହ୍ନ ହେଲାବେଳକୁ ଗିରଫ ଆନ୍ଦୋଳନକାରୀଙ୍କ ସଂଖ୍ୟା ୩୦୦ ଛୁଇଁଛି। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ନିସ୍‌, ମାର୍ସିଲେ, ବସ୍ତିଆ, ଆଜାକ୍କିଓ ଓ ଅନ୍ୟ ସହରଗୁଡ଼ିକରେ ବିମାନବନ୍ଦର ପାଇ ସତର୍କତା ଜାରି କରିଛନ୍ତି। ଯାତ୍ରୀମାନେ ସେମାନଙ୍କ ବିମାନ ଚଳାଚଳରେ ବିଳମ୍ବ ଓ ରଦ୍ଦ ନେଇ ଯାଞ୍ଚ କରିନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତି ସହ ମାକ୍‌ରଁଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି। ରାଷ୍ଟ୍ରପତି ଭୋଟରଙ୍କ ନୈରାଶ୍ୟକୁ ଅଣଦେଖା କରି ନିଜ ଅନୁଗତଙ୍କୁ ଥଇଥାନ କରିବାକୁ ଉଦ୍ୟମ କରିଥିବା ସୋସିଆଲିଷ୍ଟ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri