ଚନ୍ଦନପୁର ମଦ ମୃତ୍ୟୁ ଘଟଣା: ୬ ମାସ ପରେ ବି ଆସିଲାନି ଭିସେରା ରିପୋର୍ଟ

ଅନୁଗୋଳ ଅଫିସ, ୧।୭:  ଅନୁଗୋଳ ଜିଲା ବନ୍ତଳା ଥାନା ଚନ୍ଦନପୁରଠାରେ ଏକ କୁକୁଡା ଫାର୍ମରେ ବିଷାକ୍ତ ମଦ ପିଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ୬ ମାସ ପୂରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭିସେରା ରିପୋର୍ଟ ଆସିପାରିନାହିଁ। ପୋଲିସ ତଦନ୍ତରେ ଶିଥିଳତା ଯୋଗୁ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡି ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।
ଚନ୍ଦନପୁରରେ ଥିବା ଅରୁଣ ସିଂହଙ୍କ କୁକୁଡ଼ା ଫାର୍ମରେ ସୁନ୍ଦରଗଡ଼ ଜିଲା କୋଇଡା ଅଞ୍ଚଳର ବୁଦୁନି ନାଏକ(୪୦) ଓ ବିମଳା ନାଏକ(୫୦) କାମ କରୁଥିଲେ। ଗତ ବର୍ଷ ଡିସେମ୍ବରରେ ଉଭୟେ ମଦ୍ୟପାନ କରି ଶୋଇଥିବା ଅଭିଯୋଗ ହୋଇଥିଲା। ସକାଳେ ସେମାନେ ନ ଉଠିବାରୁ ଉଭୟଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ପକ୍ଷରୁ ଭିସେରା ରିପୋର୍ଟ ପାଇଁ ଭୁବନେଶ୍ୱରର ପରୀକ୍ଷାଗାରକୁ ନମୁନା ପଠାଯାଇଥିଲା। ହେଲେ ଅଦ୍ୟାବଧି ରିପୋର୍ଟ ଆସି ନ ଥିବା ଜଣାପଡିଛି।
ବନ୍ତଳା ଥାନା ଅଧିକାରୀ ପ୍ରଦୀପ ପ୍ରଧାନଙ୍କ ୯୪୩୭୧୫୩୦୩୩ ମୋବାଇଲ ନମ୍ବରକୁ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରିନାହିଁ। ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଘଟଣାକୁ ବହୁତ ଦିନ ହେଲାଣି। ରିପୋର୍ଟ ଆସିଯିବା କଥା। କିନ୍ତୁ କେଉଁ କାରଣରୁ ଆସି ନାହିଁ ସେ ନେଇ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବି ବୋଲି କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନୁଗୋଳ ତଳଗଡ଼ ଅଞ୍ଚଳର ୩ ଜଣ ଲୋକ ମଦ ପିଇ ମୃତ୍ୟୁ ବରଣ କରିଥିଲେ। ଏହା ସତ୍ତ୍ୱେ ମଦ ରନ୍ଧା ଓ ବିକ୍ରି ଉପରେ କଟକଣା ଲଗାଯାଉ ନ ଥିବାରୁ ଅଞ୍ଚଳରେ ବେଆଇନ ଭାବେ ଏହି କାରବାର ଚାଲିଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri