ଘରଭଙ୍ଗା ସହାୟତା ପାଇଁ ଦାବିପତ୍ର

ବାଲିଅନ୍ତା,୩୧ା୧୨(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଘର ଭାଙ୍ଗିଯାଇଥିବା ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବିରେ ସୋମବାର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ସ୍ବାଇଁଙ୍କୁ ସୋମବାର ଦାବିପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଏମ୍‌ପିଙ୍କ ପ୍ରତିନିଧି ସିଦ୍ଧେଶ୍ୱର ନାଥ ଓ ଭିଙ୍ଗାରପୁର ମଣ୍ଡଳ ସଭାପତି ସଞ୍ଜୟ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରତାପରୁଦ୍ରପୁର, ଜୟଦେବ, ସରକଣା, କାକରୁଦ୍ରପୁର ଆଦି ପଞ୍ଚାୟତର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଦାବିପତ୍ର ପ୍ରଦାନ କରିଥିଲେ। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ସହାୟତା ଦିଆଯାଇ ନାହିଁ। ପାଖରେ ଟଙ୍କା ନ ଥିବାରୁ ଭଙ୍ଗାଘର ମରାମତି ହୋଇପାରୁ ନାହିଁ। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

ଅଧରାତିରେ ବାଣପୁର ଥାନାରେ ଉନ୍ମତ୍ତକାଣ୍ଡ: ପୋଲିସ ହାଏ ହାଏ ସ୍ଲୋଗାନ ଦେଲେ ଯୁବକ

ବାଣପୁର,୨୧।୫(ଦିଲ୍ଲୀପ କୁମାର ସ୍ବାଇଁ): ବୁଧବାର ଅଧରାତିରେ ବାଣପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠି ପୋଲିସ ପାଖକୁ ଯିବାକୁ ସାଧାରଣ ଲୋକେ ଡରନ୍ତି କିନ୍ତୁ ବିଳମ୍ବିତ…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଉତ୍ତେଜନା

ବାଣପୁର, ୨୦।୫(ଦିଲ୍ଲୀପ କୁମାର ସ୍ବାଇଁ): ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ପୋଖରୀରୁ ମିଳିଲା ହାତୀ ଛୁଆର ମୃତଦେହ , ଘଟଣାସ୍ଥଳରେ ବନବିଭାଗ

ନିରାକାରପୁର ୨୦।୫(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ଜଙ୍କିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମ ପୋଖରୀରୁ ବୁଧବାର ସକାଳୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri