ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ – ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା କବଲା ଧରି ହିନସ୍ତା ହେଉଛନ୍ତି ଢେଙ୍କାନାଳ ସଦର ବ୍ଲକ ଢେଙ୍କାନାଳ ସଦର ବ୍ଲକ ନଡିଆଳି ଗ୍ରାମର ଭୂମିହୀନ ଜନସାଧାରଣ। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସୁଫଳ ନ ମିଳିବାରୁ ସେମାନେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ମାଗିଛନ୍ତି ନ୍ୟାଯ୍ୟଦାବି।
ଅଭିଯୋଗରୁ ଜଣାପଡିଛି, ୨୦୦୬ରେ ନଡ଼ିଆଳି ଗ୍ରାମକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଅଞ୍ଚଳର ଭୂମିହୀନଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ କରିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାରୁ ସେମାନଙ୍କ ଜମି ଚିହ୍ନଟ ହୋଇପାରି ନ ଥିଲା। ଦଖଲ ନ ମିଳିବାରୁ ସମ୍ପୃକ୍ତ ହିତାଧିକାରୀମାନେ ବ୍ୟକ୍ତିଗତ ଏବଂ ସାମୂହିକ ଭାବେ ବହୁବାର ଜିଲା ପ୍ରଶାସନ ଏବଂ ସଦର ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେଇ ସାରିଲେଣି। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ମଧ୍ୟ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଘରଡିହ ପଟ୍ଟାରେ ଆଉ ଜାଗା ମିଳିବ କି ନାହଁି ତାହା ସନ୍ଦେହ ସୃଷ୍ଟି କରିଛି। ୧୫ଦିନ ଭିତରେ ଜମି ଚିହ୍ନଟ, ଦଖଲ ପ୍ରଦାନ କରିବା ସହ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଙ୍ଗରାଜ ଦେହୁରୀ, ହେମ ଦେହୁରୀ, ଲକ୍ଷ୍ମଣ ଦେହୁରୀ, ହୀରା ଦେହୁରୀ, ଶୁକ ଦେହୁରୀ ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ଭବେଶ ନାୟକ କୁହନ୍ତି, ଅଭିଯୋଗ ହସ୍ତଗତ ହୋଇଛି । ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ...

ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର...

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି...

କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

ନୀରବ, ନିମଶ୍ଚଳ ହାତୀ ଉଦ୍ଧାର କେନ୍ଦ୍ର

ଢେଙ୍କାନାଳ,୧୭ା୩(ରତନ ନାୟାର) ଖାଁ ଖାଁ ଲାଗୁଛି ପୂରା ପରିବେଶ। ସବୁଠି ଯେମିତି ଛାଇଯାଇଛି ନୀରବତା। ନିଶ୍ଚଳ ହୋଇଯାଇଛି ସବୁକିଛି। ଚୁପ୍‌ଚାପ୍‌ ହୋଇଯାଇଛନ୍ତି ମାହୁନ୍ତ ଦୀପୁଙ୍କ ସମେତ...

ଗାଧୋଉଥିବା ବେଳେ ନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର

ପରଜଙ୍ଗ,୧୪।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri