ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୮-୪: ଗୁଗଲ ଏବଂ ଆପଲ ନିଜର ଆପ୍‌ ଷ୍ଟୋରରୁ ଟିକଟକ ଆପ୍‌କୁ ହଟାଇ ଦେଇଛି। ମାଡ୍ରାସ ହାଇକୋଟର୍ର୍ ଭାରତରେ ଏହି ଆପ୍‌କୁ ବ୍ୟାନ କରିବା ପରେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନ ଥିଲେ। ଫଳରେ ଏବେ ଏହି ଆପ୍‌କୁ ହଟାଇ ଦେବା ଲାଗି ଗୁଗଲ ଓ ଆପଲ ବାଧ୍ୟ ହୋଇଛି। ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍‌ର ଆପ୍‌ ଷ୍ଟୋରରେ ଏବେ ଟିକଟକକୁ ଖୋଜିଲେ ମିଳୁ ନାହିଁ। ସୂଚନାଥାଉ କି, ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩ରେ ଏହି ଆପ୍‌କୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଏହି ମୋବାଇଲ ଆପ୍‌ ଜରିଆରେ ପର୍ନୋଗ୍ରାଫି ଏବଂ ଆପତ୍ତିଜନକ ସାମଗ୍ରୀ ଉପଲବ୍ଧ କରାଯାଉଛି ବୋଲି ମିଡିଆ ରିପୋର୍ଟକୁ ଆଧାର କରି ହାଇକୋର୍ଟ ରାୟ ଦେଇଥିଲେ। ମିଡିଆ ମଧ୍ୟ ଟିକଟକ ଆପ୍‌ ନ ଚଳାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟ ରାୟ ଓ ସୁପ୍ରିମକୋର୍ଟ ରହିତାଦେଶ ଦେବାକୁ ମନା କରିଦେବା ପରେ ମଧ୍ୟ ଟିକଟକ ପ୍ରସାରଣ ଜାରି ରହିଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁଗଲ ଓ ଆପଲକୁ ହାଇକୋର୍ଟ ରାୟ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ଡାଉନଲୋଡ ହୋଇଥିବା ଏହି ଆପ୍‌ ପ୍ରସାରଣ ସମ୍ଭବ ହେଉଥିବାରୁ ହାଇକୋର୍ଟ ରାୟ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ବର୍ତ୍ତମାନର ବ୍ୟବହାରକାରୀ ଏହାକୁ ଶେୟାରଇଟ୍‌ ଭଳି ଆପ୍‌ ଜରିଆରେ ଶେୟାର କରିପାରିବେ। ଶେୟାର ହେବା ପରେ ଜଣେ ନୂଆ ବ୍ୟବହାରକାରୀ ଏହାକୁ ଇନ୍‌ଷ୍ଟଲ କରି ବ୍ୟବହାର କରିପାରିବେ। ଏହାକୁ ରୋକାଯିବା ଆବଶ୍ୟକ। ସୂଚନାଥାଉ କି, ଚାଇନାର ଏହି ଆପ୍‌ ଭାରତରେ ଯୁବବର୍ଗଙ୍କ ଭିତରେ ବେଶ ଲୋକପ୍ରିୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?