ଗଞ୍ଜେଇ ଚୋରା ଚାଲାଣ ମାମଲା: ୨ ଅଭିଯୁକ୍ତଙ୍କୁ ୧୫ ବର୍ଷ ଲେଖାଏ ଜେଲ

ବ୍ରହ୍ମପୁର ଅଫିସ,୧୭ା୭: ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ)-୧ ସଞ୍ଜୟ କୁମାର ସାହୁ ୨ ଅଭିଯୁକ୍ତଙ୍କୁ ୧୫ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରତ୍ୟେକଙ୍କୁ ଦେଢ଼ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଉଭୟ ଅଭିଯୁକ୍ତଙ୍କୁ ଅଧିକ ୨ ବର୍ଷ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ହୋଇଛି ବୋଲି ଅତିରିକ୍ତ ପିପି ଅନିଲ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୧୭ ଅକ୍ଟୋବର ୨୮ ଭୋର ୫ଟା ବେଳେ ଦିଗପହଣ୍ଡି ନିକଟ ପୁଞ୍ଜିକୟା ଛକରେ ଅବକାରୀ ପୋଲିସ ଚଢାଉ କରି ଏକ ଅଟୋ ଯାଞ୍ଚ କରିଥିଲା। ସେଥିରେ ୬ଟି ଜରି ବ୍ୟାଗରେ ୧୭୧ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପାନଗୁଡା ଗ୍ରାମର ଦିଲୀପ ଅଧିକାରୀ ଓ ଡେଙ୍ଗାସରଙ୍ଗ ଗ୍ରାମର ମାଥ୍ୟୁସ ନାୟକଙ୍କୁ ଅବକାରୀ ପୋଲିସ ଗିରଫ କରିଥିଲା। ଜେରା ବେଳେ ମୋହନା ଅଞ୍ଚଳରୁ ଗଞ୍ଜେଇ ବ୍ରହ୍ମପୁରକୁ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ଉପରୋକ୍ତ ଅଭିଯୁକ୍ତଙ୍କୁ ମାମଲା ନଂ.୧୭/୧୭ରେ ଅବକାରୀ ପୋଲିସ କୋର୍ଟ ଚାଲାଣ କରିଥିଲା। ସେମାନେ ଆଜିଯାଏ ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ମଙ୍ଗଳବାର ଏନ୍‌ଡିପିଏସ୍‌ ମାମଲା ନଂ. ୨ ଏସିସି ୧୨/୧୭ର ବିଚାର ବେଳେ ଏଡିଜେ-୨ ସଞ୍ଜୟ କୁମାର ସାହୁ ୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉଭୟ ଅଭିଯୁକ୍ତଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଅନିଲ ସାହୁ ଓ ମୁଦଲାଙ୍କ ପକ୍ଷରୁ ଆଇନଜୀବୀ ସୁଧାଂଶୁ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ: ୭ ଦିନ ବ୍ୟାପୀ ବ୍ଲକ, ପଞ୍ଚାୟତରେ ଚାଲିବ…

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ସପ୍ତାହ ବ୍ୟାପୀ ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ ସଚେତନତା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ସରପଞ୍ଚ ମହାସଂଘ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଛତ୍ରପୁର, ୧୮।୬ (ଦିଲ୍ଲୀପ ସାମଲ ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପୁର ପଞ୍ଚାୟତ ସମିତି ଅଧୀନ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

ଦିଗପହଣ୍ଡି ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ; ନାଗରିକଙ୍କ ସହଭାଗିତା, ସଚେତନତା, ସୁଶାସନ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ…

ଶେଷ ଦିନରେ ୧୩ ଜଣ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ, କିଏ କେଉଁ ଜୋନ୍‌ରୁ ଦେଖନ୍ତୁ ପୂରା ଲିଷ୍ଟ

ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri