କ୍ରଲ୍‌ରେ ରହିବ ‘ରାକେଶ’

ଢେଙ୍କାନାଳ ଅଫିସ, ୧୮।୩ – ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ବନ୍ଦୀ ଜୀବନ କାଟୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ କ୍ରଲ୍‌ (କାଠବାଡ଼)ରେ ଆବଦ୍ଧ କରି ରଖିବାକୁ ଯୋଜନା କରୁଛି ବନ ବିଭାଗ। କ୍ରଲ୍‌ରେ ରହିବା ପରେ ହାତୀ ଶୃଙ୍ଖଳ ମୁକ୍ତ ହୋଇପାରିବ। ଏହା ଫଳରେ ଶିକୁଳି ଯୋଗୁ ଦନ୍ତା ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତ ଶୁଖିବାରେ ସହାୟକ ହେବ ବୋଲି ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କପିଳାସ ଚିଡ଼ିଆଖାନା ଇତିହାସରେ ଏପରି ବ୍ୟବସ୍ଥା ପ୍ରଥମ ଥର କରାଯିବ ବୋଲି ଜଣାପଡ଼ିଛି।
ପରଜଙ୍ଗ-ତାଳଚେର ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୧୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଉକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରି ଗତ ଜାନୁୟାରୀ ୨୨ରେ କପିଳାସ ଜୁ’କୁ ଅଣାଯାଇଥିଲା। ଉନ୍ମତ୍ତ ହାତୀକୁ ରେସକ୍ୟୁ ସେଣ୍ଟର ପରିସରରେ ଥିବା ଏକ ଖୋଲା ମଣ୍ଡପ ଚାରିପଟେ ଟ୍ରେଞ୍ଚ ଖୋଳାଯାଇ ରଖାଯାଇଛି। କାଳେ ହାତୀ କୌଣସି ଦୁର୍ଘଟଣା ଘଟାଇବ ସେଥିଲାଗି ତା’ର ୪ ଗୋଡ଼କୁ ଶିକୁଳିରେ ବନ୍ଧା ଯାଇଛି। ହେଲେ ଶିକୁଳି ଘଷି ହେବା ଯୋଗୁ ଦନ୍ତାର ପଛ ଦୁଇଗୋଡ଼ରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ଯନ୍ତ୍ରଣାରେ ହାତୀ ଗର୍ଜନ କରୁଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ ଦୁଇଦିନ ତଳେ କପିଳାସ ଚିଡିଆଖାନା ପରିଦର୍ଶନ କରି ହାତୀର ସ୍ବାସ୍ଥ୍ୟାବସ୍ଥା ପରଖିଥିଲେ। ଏହାପରେ କ୍ରଲ୍‌ରେ ‘ରାକେଶ’କୁ ରଖିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।
ଏ ନେଇ ଡିଏଫ୍‌ଓ କୁହନ୍ତି, ରାକେଶକୁ କ୍ରଲରେ ରଖାଯିବା ପରେ ଚିଡ଼ିଆଖାନାରେ ପୂର୍ବରୁ ଥିବା ୪ ହାତୀ କାର୍ତ୍ତିକ, ଉମା, ଚନ୍ଦୁ ଏବଂ ହିରୋ ସୁରକ୍ଷିତ ରହିପାରିବେ। ଏଥିସହ ହାତୀଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତ ମଧ୍ୟ ଶୀଘ୍ର ଶୁଖିବାରେ ସହାୟକ ହେବ।

କ’ଣ ଏହି କ୍ରଲ୍‌

ସାଧାରଣତଃ ଅମାନିଆ ହାତୀକୁ ଆୟତ୍ତ କରିବା ଏବଂ ଏହାର ହିଂସ୍ର ସ୍ବଭାବରେ ପରିବର୍ତ୍ତନ ଆଣିବାକୁ କ୍ରଲ୍‌ ବ୍ୟବସ୍ଥା କରାଯାଇଥାଏ। କ୍ରଲ୍‌ ହେଉଛି ଏକ ପ୍ରକାର କାଠ ନିର୍ମିତ ଚୌପାଢ଼ି। ଅର୍ଥାତ୍‌ ଏକ ସ୍ଥାନକୁ ବଡ଼ ବଡ଼ କାଠ ଗଣ୍ଡି ଦ୍ୱାରା ଆବଦ୍ଧ କରାଯାଇଥାଏ। ଏହା ଭିତରେ ହାତୀ ରହିବା ଭଳି ଜାଗା ଥାଏ। ହାତୀକୁ କ୍ରଲ୍‌ରେ ରଖିବା ପରେ ଏହାର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ଏବଂ ଚିକିତ୍ସା କରିବାରେ ସୁବିଧା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri