କୋମନା ବ୍ଲକରେ ହାଡଭଂଗା ଶୀତ: ରାଏତ୍‌ବେଲା ୬ ଡିଗ୍ରୀକେ ଖସୁଛେ ତାପ୍‌ମାନ

କୋମନା, ୩।୧ (ଡି.ଏନ୍‌.ଏ.)-
ଦିନାକେତେ ହେଲା ପଶ୍ଚିମ ଓଡ଼ିଶାରେ ହାଡ଼ଭଂଗା ଶୀତ ହେଉଛେ। ରାଏତ୍‌ବେଲା ବଡ଼ଭାଗି ସହରର ତାପ୍‌ମାନ ୧୦ ଡିଗ୍ରୀ ତଲେ ରହୁଛେ। ଏନ୍‌ତାଥି ବୁଢ଼ାବୁଢ଼ି, ଛୁଆପିଲା, ରୁଗୀମାନେ ବଡ଼ା ଗୁଲ୍‌ଗୁଲା ହେଉଛନ୍‌। ଇ ହିସାବେ ନୂଆପଡ଼ା ଜିଲା କୋମନା ବ୍ଲକ ଅଂଚଲରେ ବି ଦିନାକେତେ ହେଲା ହାଡ଼ଭଂଗା ଶୀତ ହେଉଛେ। ରାଏତ୍‌ବେଲା ତାପ୍‌ମାନ ୬ ଡିଗ୍ରୀ ତଲ୍‌କେ ଖସିଯାଉଛେ। କୋମନା ବ୍ଳକର ସୁନାବେଡ଼ା, ସୋସେଙ୍ଗ, ପଏଁର, ମହୁଲଭଟା, ବରକୋଟ, କମକେଡ଼ା, ବିଶିବାହାଲ ଲେଖେଁ ପାହାଡ଼ ଜଂଗଲ ଘେରା ଗଁାମାନକେ ବେଶି ଶୀତ ଜନାପଡ଼ୁଛେ। ଲୋକ୍‌ ବେଲ୍‌ବୁଡେ ଆର ପହଁତିଆନୁ କାଠ୍‌ଗଁଡିରେ ନିଅଁା ଧରେଇ ଅଁତ୍‌ରା ତାପୁଛନ୍‌। ଶୀତର ପରକୋପରେ ରାତିର ୮ ବାଜ୍‌ଲେ ଗଁାଗଁଡ଼ା, ରାସ୍‌ତାଘାଟ ଶୂନସାନ ହେଇଯାଉଛେ। ଇଆଡ଼େ କେତେ ବେଲେ ପାଗ୍‌ ବାଦ୍‌ଲିଆ କରି ଥଁଡା ପବନ୍‌ ମାରୁଛେ ତ ଆରକେତେବେଲେ ପାଗ୍‌ ଫଟ୍‌କେଇ ଦେଉଛେ। ଲୋକ୍‌ ଶୀତର ଲାଗି ଗଧାବୁଡ଼ା କରବାକେ ବି ଡରୁଛନ୍‌। ଶୀତର ପରକୋପରୁ ବଁଚ୍‌ବାକେ ଘରେ ଘରେ ବୁଢ଼ାବୁଢ଼ି, ରୁଗୀମାନେ ଖଟତଲେ ଉଁଭେଇ ଦେଇ ଶୁଉଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାପାଣିରେ ଧୋଇଗଲା ରାସ୍ତା: ଯାତାୟାତରେ ବାଧକ

ନୂଆପଡ଼ା,୧୪ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ହାତୀସରା ଗଁା ଧାମନଡୋଙ୍ଗିଆ ପଡା ରାସ୍ତା ପୋଲ ବର୍ଷାପାଣିରେ ଧୋଇଯାଇ ଯାତାୟାତରେ ବାଧକ ସାଜିଛି। ସୂଚନା…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri