କୋଚିଂ ସେଣ୍ଟରରେ ଅଗ୍ନିଶମ ଅଧିକାରୀ

ଅନୁଗୋଳ ଅଫିସ, ୧୩।୬- ଅନୁଗୋଳ ସହରର ବିଭିନ୍ନ କୋଚିଂ ସେଣ୍ଟରଗୁଡ଼ିକରେ ବୁଧବାର ଅଗ୍ନିଶମ ଅଧିକାରୀମାନେ ସଦଳବଳ ପହଞ୍ଚତ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅନୁଗୋଳର ୬ଟି ଓ ନାଲ୍‌କୋରେ ୨ଟି କୋଚିଂ ସେଣ୍ଟରରେ ୮ଟି ଟିମ୍‌ ସକାଳେ ପହଞ୍ଚତ୍ଥିଲେ। ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପରେ ଅଗ୍ନିକାଣ୍ଡର କାରଣ ଓ ଏଥିରୁ ସୁରକ୍ଷିତ ଭାବେ ବର୍ତ୍ତିବା ଦିଗରେ ଛାତ୍ରୀଛାତ୍ର ଓ କୋଚିଂ ସେଣ୍ଟର ମାଲିକଙ୍କୁ ସଚେତନ କରାଇଥିଲେ। ସହରର ପ୍ରାୟ ୧୫ଟି କୋଚିଂ ସେଣ୍ଟରରେ ଏହି ବ୍ୟବସ୍ଥା ନ ଥିବାରୁ ଏହାର ମାଲିକଙ୍କୁ ନୋଟିସ୍‌ ଜାରି କରାଯାଇଥିବା ଜଣାପଡିଛି। ଏଥିସହ ଅଗ୍ନିନିରାପତ୍ତା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଗ୍ନିଶମ କେନ୍ଦ୍ରରେ ଆବେଦନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।
ନିକଟରେ ଗୁଜରାଟର ସୁରଟସ୍ଥିତ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଓଡ଼ିଶା ଅଗ୍ନିଶମ ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ସହରରେ ଥିବା କୋଚିଂ ସେଣ୍ଟରରେ ଚଢ଼ାଉ ପରେ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସହ ଏବଂ ଆବାସିକ ପ୍ରତିଷ୍ଠାନଗୁଡିକରେ ମଧ୍ୟ ଚଢ଼ାଉ ହୋଇଥିଲା। ଅଗ୍ନିକାଣ୍ଡ ସମୟରେ ଭୟଭୀତ ନ ହୋଇ କିପରି ନିଜେ ସୁରକ୍ଷିତ ଭାବେ ମୁକୁଳିବା ସହ ଅନ୍ୟକୁ ସହଯୋଗ କରିହେବ ସେ ବାବଦରେ ବିଭିନ୍ନ କୌଶଳ ବିଭାଗୀୟ କର୍ମଚାରୀମାନେ ପ୍ରଦର୍ଶନ କରିଥିଲେ। ସେହିପରି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରକାର ତାଲିମ୍‌ ପ୍ରଦାନ କରାଯାଇଥିବା ଅନୁଗୋଳ ସର୍କଲ ଡେପୁଟି ଅଗ୍ନିଶମ ଅଧିକାରୀ ଚକ୍ରମୋହନ ରାଉତରାୟ ସୂଚନା ପ୍ରଦାନ କରିଛନ୍ତି। ଏଥିସହ କୋଚିଂ ସେଣ୍ଟରରେ କୌଣସି ବଡ଼ ଅଘଟଣ ଘଟିଲେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବାକୁ ବ୍ୟବସ୍ଥା ଅଛି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା। ଅଗ୍ନି ନିରାପତ୍ତା ପାଇଁ ଆବେଦନ କରିବା ପରେ ବିଭାଗ ପକ୍ଷରୁ ସମ୍ପୃକ୍ତ କୋଚିଂ ସେଣ୍ଟରକୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହା ନ କଲେ ସମ୍ପୃକ୍ତ କୋଚିଂ ସେଣ୍ଟର ତଥା ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri