କୂଅର ଜଳ

ଅଞ୍ଜନ ଚାନ୍ଦ

ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ। ନିଜ ଦୁଇ ପୁଅଙ୍କୁ ପାଖକୁ ଡାକି କୂଅ ଦୁଇଟିକୁ ବାଣ୍ଟି ଦେଲେ। କହିଲେ, ମୁଁ ଆସିବାଯାଏ ଏହାର ଦାୟିତ୍ୱ ନେବ। ପାଣି ଯେମିତି ସୁରକ୍ଷିତ ରହେ ସେଥିପାଇଁ ଯତ୍ନ କରିବ।
ବଣିକ ତୀର୍ଥ କରିବାକୁ ଚାଲିଗଲେ। ବଡ଼ ପୁଅ ଲୁହାର ଢାଙ୍କୁଣିଟିଏ ତିଆରି କଲା। କୂଅର ମୁହଁ ଉପରେ ରଖି ଜଞ୍ଜିରରେ ବାନ୍ଧି ତାଲା ପକାଇଦେଲା। ସାନପୁଅ କୂଅ ଉପରେ ପୁଲିଟିଏ ଲଗାଇଲା। ସେଥିରେ ରଶି ଲଗାଇ ଗୋଟେ ବାଲ୍ଟି ବାନ୍ଧିଦେଲା। ଗାଁଲୋକଙ୍କୁ କହିଲା, ବାପା ତୀର୍ଥ କରିବାକୁ ଯାଇଛନ୍ତି। ଯିବା ଆଗରୁ ଏଇ କୂଅଟି ଆପଣମାନଙ୍କ ପାଇଁ ଖୋଳି ଦେଇଛନ୍ତି l ଏହାର ଜଳ ଶୀତଳ ଓ ମଧୁର। ସମସ୍ତେ ଆସି ଏଠାରୁ ପିଇବା ପାଇଁ ପାଣି ନେଇଯିବେ। ଗାଁ ଲୋକେ ଖୁସି ହେଲେ। ସବୁଦିନ ସେଠାକୁ ଆସି କୂଅରୁ ପାଣି ନେଲେ।
ବହୁଦିନ ବିତିଗଲା। ବଣିକ ତୀର୍ଥସାରି ଘରକୁ ଫେରି ଆସିଲେ। ଦେଖିଲେ ସାନପୁଅର କୂଅ ପାଖରେ ମେଳା ଲାଗିଛି। ସ୍ତ୍ରୀଲୋକମାନେ କଳସୀରେ ପାଣି ଭରୁଛନ୍ତି। ଛୋଟପିଲାମାନେ ପାଖରେ ଖେଳୁଛନ୍ତି। ଜାଗାଟି ସରସ, ଶୀତଳ ଓ ସବୁଜିମାରେ ସୁନ୍ଦର ଦିଶୁଛି। ବଡ଼ପୁଅ ବଣିକଙ୍କୁ ତା’ କୂଅପାଖକୁ ନେଇଗଲା। ତାଲା ଖୋଲି ଢାଙ୍କୁଣି କାଢ଼ିଦେଲା। କହିଲା, ଆପଣ ଯିବାସମୟରେ ପାଣି ଯେମିତି ଥିଲା ଆଜି ବି ସେମିତି ଅଛି। ବଣିକ କହିଲେ, କୂଅରୁ ପାଣି କାଢ଼ି ଦେଖ। ବଡ଼ପୁଅ ପାଣି ବାହାରକଲା। ତାହା କଦର୍ଯ୍ୟ ଦିଶୁଥିଲା ଓ ଦୁର୍ଗନ୍ଧ ହେଉଥିଲା।
ପ୍ରତ୍ୟେକ ଜିନିଷ ବ୍ୟବହାର ହେଲେ ହିଁ ତାହା ସୁନ୍ଦର ରହେ। ବ୍ୟବହାର ନ ହେଲେ ମନ୍ଦିର ବି ଭୂତଙ୍କ ଆଡ୍ଡା ବନିଯାଏ।
ଆମ ଦେଶ ଦୁନିଆରେ ଯେତେ ଖାଦ୍ୟ ରହିଛି ସମାନ ଆବଣ୍ଟନ ହେଲେ କେହି ଜଣେ ଅଭୁକ୍ତ ରହିବ ନାହିଁ। ଯେତେ ବସ୍ତ୍ର ଅଛି ସମସ୍ତଙ୍କ ଶରୀରକୁ ଢାଙ୍କିଦେବ। ଯେତେ ଘର ଅଛି ସଭିଙ୍କ ମୁଣ୍ଡ ଉପରେ ଛାତ ମିଳିଯିବ। ଅଥଚ ଆଜି ବି ଅନେକ ଲୋକ ଖରା ବର୍ଷା ଶୀତରେ ଖୋଲା ଆକାଶ ତଳେ ରହୁଛନ୍ତି। ଅର୍ଦ୍ଧ ଉଲଗ୍ନ ଘୂରି ବୁଲୁଛନ୍ତି। ଦିନକୁ ଦି’ ଓଳି ପେଟପୂରା ଖାଇବାକୁ ପାଉ ନାହାନ୍ତି। ଅବ୍ୟବହୃତ ଖାଦ୍ୟ ବସ୍ତ୍ର ଓ ଗୃହ ପଡ଼ି ପଡ଼ି ନଷ୍ଟ ହେଉଛି ଏବଂ ପ୍ରାକୃତିକ ତଥା ସାମାଜିକ ପରିବେଶକୁ ନଷ୍ଟ କରୁଛି।
ଏଇ କିଛିଦିନ ତଳେ ଶାନ୍ତି ଅପାଙ୍କ ଘରକୁ ଯାଇଥିଲି। ସେ ଜଣେ ଅବସରପ୍ରାପ୍ତ ଅଧ୍ୟାପିକା। ତାଙ୍କ ସ୍ବାମୀ ବଡ଼ କଣ୍ଟ୍ରାକ୍ଟର। ଘର ନାଁରେ ସେ ଯେବେ ବିଶାଳ ଅଟ୍ଟାଳିକାଟିକୁ ତିଆରି କରିଥିଲେ ତାହାକୁ ଦେଖି ସମସ୍ତଙ୍କ ଆଖି ଖୋସିହୋଇ ଯାଇଥିଲା। ଘରଟିକୁ ଅନ୍ୟମାନଙ୍କୁ ବୁଲାଇ ଦେଖାଇବାବେଳେ ଗର୍ବରେ ତାଙ୍କ ଛାତି ଫୁଲିଉଠୁଥିଲା। ଅଥଚ ଆଜି ସେଇ ଘରଟି ସେମାନଙ୍କ ପାଇଁ ବୋଝ ପାଲଟିଛି। ପିଲାମାନେ ବଡ଼ଲୋକ ହୋଇ ଯେ ଯାହାର ପରିବାର ସହିତ ଦେଶାନ୍ତରୀ ହୋଇଛନ୍ତି। କାହିଁ କେବେଠାରୁ ଦେଶକୁ ଆସିନାହାନ୍ତି। ସମୟକ୍ରମେ ସହର ଦୂରକୁ ଘୁଞ୍ଚତ୍ୟିବାରୁ ଭଡ଼ାଟିଆ କେହି ରହିବାକୁ ଆସୁନାହାନ୍ତି। ଏତେ ବଡ଼ ଘରେ ସ୍ବାମୀ ସ୍ତ୍ରୀ ଦୁଇ ପ୍ରାଣୀ। ଦିନବେଳେ ଜଣେ କାମବାଲୀ, ଅନ୍ୟକାମରେ କେହି କେବେ ଆସନ୍ତି। ରାତି ହେଲେ ଚାରିଆଡ଼େ ଖାଁ ଖାଁ। ଅସହ୍ୟ ଶୂନ୍ୟତା ଭରିଯାଏ ସବୁଠି। ଗଭୀର ରାତିରେ କେଜାଣି କେଉଁ ଘର ସନ୍ଧିରୁ ଅସ୍ବାଭାବିକ ଶବ୍ଦମାନ ଶୁଣାଯାଏ। ପତିପତ୍ନୀଙ୍କ ବୟସ୍କ ଛାତିରେ ଭୟ ସଞ୍ଚାର କରେ। କବାଟ ଖୋଲି ବାହାରକୁ ବାହାରିବାକୁ ସାହସ ହୁଏନାହିଁ। ମୁଁ କହିଲି, ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥା ବାଳାଶ୍ରମ ଖୋଲିବାକୁ ଘର ଖୋଜୁଛନ୍ତି। ଆପଣ ଏ ଘରୁ କିଛି ଅଂଶ ଦାନ କରି ଦିଅନ୍ତୁ। ଭାବନାର ବିପରୀତ ସ୍ବାମୀ ସ୍ତ୍ରୀ ଦୁହେଁ ହଠାତ୍‌ ଅନ୍ୟ ପ୍ରସଙ୍ଗକୁ ଚାଲିଗଲେ, ଯେମିତି ସେମାନେ ମୋ କଥା ଶୁଣିପାରି ନାହାନ୍ତି।
କିଛିବର୍ଷ ତଳେ ଘଟିଥିବା ଅନ୍ୟ ଏକ ଭୟଙ୍କର ଘଟଣା ଏବେ ମନକୁ ଆସୁଛି। ଜଣେ ଅଶୀତିପର ବୃଦ୍ଧଙ୍କୁ ହତ୍ୟାକରି ଦୁର୍ବୃତ୍ତମାନେ ଘରୁ ଟଙ୍କା ଓ ସୁନାଗହଣା ଲୁଟିନେଲେ। ତାଙ୍କ ପୁଅ ଝିଅମାନେ ସେମିତି ବାହାରେ ରହୁଥିଲେ। ସ୍ତ୍ରୀ ମରି ଯାଇଥିଲେ। ତାଙ୍କର ସୁନାଗହଣା ସବୁ ଝିଅବୋହୂଙ୍କୁ ନ ଦେଇ ସେ ନିଜ ପାଖରେ ରଖିଥିଲେ। ନିଜର ଯତ୍ନ ନେବାପାଇଁ ସମ୍ପର୍କୀୟ ପୁତୁରା ଓ ତା’ ସ୍ତ୍ରୀକୁ ପାଖରେ ରଖିଥିଲେ। ସେମାନେ ଜରୁରୀ କାମରେ ଯେଉଁଦିନ ଗାଁକୁ ଚାଲିଗଲେ ସେଇ ଦିନ ରାତିରେ ହିଁ ଏଇ ଦୁର୍ଘଟଣା ଘଟିଲା।
ଅସଲ ରହସ୍ୟ ହେଉଛି କିଛିଦିନ ପରେ ହତ୍ୟାକାରୀ ଭାବରେ ସେଇ ପୁତୁରା ଓ ତା’ ସ୍ତ୍ରୀକୁ ପୋଲିସ ଗିରଫ କଲା। ସେମାନେ ମାନିଲେ, ସେବା ବଦଳରେ ବୃଦ୍ଧଙ୍କଠାରୁ କିଛି ଆଶା କରୁଥିଲେ। ଗହଣା ଦି’ଖଣ୍ତ ପିନ୍ଧିବା ପାଇଁ ବୋହୂଟି ବାରମ୍ବାର ନେହୁରା ହୋଇ ନିରାଶ ହୋଇଥିଲା। ଟଙ୍କା, ସୁନା କିଛି ନ ପାଇ ଶେଷରେ ସେମାନେ ଏଇ ରାସ୍ତାକୁ ଆପଣେଇଥିଲେ ଏବଂ ଧରାପଡ଼ି ଜେଲଗଲେ।
ଏମିତି ଅନେକ ଅଘଟଣ ଦିନ ଦିନ ଆମେ ପ୍ରତ୍ୟକ୍ଷ କରୁଛୁ। ଅଥଚ ଅଯଥା ସଞ୍ଚତ୍ବାର ମୋହ ଆମ ମନରୁ ଯାଉନାହିଁ। ଜଣେ ଏକୁଟିଆ ଲୋକ, ମାତ୍ର କେତେ ବର୍ଷର ଆୟୁଷ କିନ୍ତୁ ସେ ନିଜକୁ ଅଜର ଅମର ଭାବି କୁଢ଼େଇ ଚାଲିଛି ସମ୍ପତ୍ତି। ମୋହରେ ପଡ଼ି ଭୁଲିଯାଉଛି ବାସ୍ତବତାକୁ। ସତ ହେଉଛି ବ୍ୟବହାର ନ ହୋଇ ପଡ଼ି ରହିଥିବା ସୁନା ବି କ୍ରମଶଃ ମଳିନ ପଡ଼ିଯାଏ। ଅଥଚ ବ୍ୟବହାର ହେଉଥିବା ବେଙ୍ଗି ପିତଳ ଖଣ୍ଡେ ବି ସୁନା ପରି ଚକ୍‌ଚକ୍‌ ଦିଶେ।
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri