ଏଇ ଭାରତରେ

ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଉପରେ ଯେଉଁ କେତେଜଣ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ତାମିଲନାଡୁର ଆଇଏଏସ୍‌ ଅଧିକାରୀ ସନ୍ଦିପ ନନ୍ଦୁରି। ସେ ୩୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ନେଇ କୋଭିପଟ୍ଟିରେ ଭାରତର ସର୍ବ ପ୍ରଥମ ମିଲ୍କ କୋଅପରେଟିଭ ସୋସାଇଟି ଗଠନ କରିଛନ୍ତି। ସନ୍ଦିପ ଏହି ଫାର୍ମକୁ ନିୟମିତ ବ୍ୟବଧାନରେ ନିରୀକ୍ଷଣ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଟ୍ରାନ୍ସଜେଣ୍ଡରମାନେ ଏଥିରୁ ଏବେ ମାସକୁ ୩ ଲକ୍ଷ ଟଙ୍କାର କାରବାର କରି ପ୍ରତ୍ୟେକେ ୮,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଏହି ସୋସାଇଟିର ନାମ ରଖାଯାଇଛି ‘ମନ୍ଥିଥୋପେ ଟ୍ରାନ୍ସଜେଣ୍ଡର୍ସ ମିଲ୍କ ପ୍ରଡ୍ୟୁସର୍ସ୍‌ କୋଅପରେଟିଭ ସୋସାଇଟି’। ସନ୍ଦିପ ଥୁଥୁକୋଡ଼ି ଜିଲାର ଜିଲାପାଳ ଭାବେ ଦାୟିତ୍ୱ ନେବା ପରେ ଜିଲାରେ ପ୍ରାୟ ୨୫୦ ଟ୍ରାନ୍ସଜେଣ୍ଡରଙ୍କୁ ଠାବ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଏହି ସୋସାଇଟି ଆରମ୍ଭ କରିଥିଲେ। ଫାର୍ମରେ କାର୍ଯ୍ୟରତ ୩୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ବି ପ୍ରାଣୀପାଳନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରତ୍ୟେକଙ୍କୁ ଗୋଟିଏ ଲେଖା ଗାଈ ହିସାବରେ ୩୦ଟି ଗାଈ ଲାଗି ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କରୁ ଋଣ ଦିଆଯାଇଛି। କ୍ଷୀର ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ଅଭିନ୍ନ ନାମକ ଏକ ମିଲ୍କ୍‌ ବ୍ରାଣ୍ଡ୍‌ ସହ ଚୁକ୍ତି କରିଛି। ସକାଳ ୬ଟାରୁ ଉଠି ସେମାନେ କାମରେ ଲାଗି ଯାଉଛନ୍ତି ଓ କ୍ଷୀର ଦୁହଁି ଅଭିନ୍ନକୁ ଦେଉଛନ୍ତି। ଯାହା ଆୟ ହୁଏ ,ତାହାକୁ ସୋସାଇଟି ଆକାଉଣ୍ଟରେ ଜମା କରାଯାଏ ଓ ପରେ ତାହାକୁ ସମାନ ଭାବେ ବାଣ୍ଟି ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri