ବଇଣ୍ଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସ ରାତି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରୁ ନ ଥିବାରୁ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏ ନେଇ ଏସ୍ୟୁସିଆଇ (କମ୍ୟୁନିଷ୍ଟ) କିଶୋରନଗର ଶାଖା ପକ୍ଷରୁ ମଙ୍ଗଳବାର ଅନୁଗୋଳ ଏସ୍ପିଙ୍କୁ ଅଭିଯୋଗ କରାଯାଇଛି।
ଏସୟୁସିଆଇ ପକ୍ଷରୁ କୁହାଯାଇଛି, କିଶୋରନଗର ଥାନା ଅଞ୍ଚଳରେ କିଛି ମାସ ହେବ ଅପରାଧ ବୃଦ୍ଧି ପାଉଛି। କିଛିମାସ ତଳେ ଘୋଷର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ କଟୁରିରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ। ସେହିପରି ଜାନୁୟାରୀରେ ହିମିତିରା-ଅଙ୍ଗପଡ଼ା ରାସ୍ତାର ହିମିତିରା ନିକଟରେ କେନ୍ଦୁନାଳୀର ଜଣେ ବ୍ୟବସାୟୀଙ୍କୁ ଅଟକାଇ ୬୦ ହଜାର ଟଙ୍କା ଲୁଟ୍ କରାଯାଇଥିଲା। ଶନିବାର ବାମୁରରୁ ଧଉରାପାଲି ଅଭିମୁଖେ ଘରକୁ ଯାଉଥିବାବେଳେ ଖବରଦାତା ଗୌରଚନ୍ଦ୍ର ସାହୁଙ୍କୁ ଆକ୍ରମଣ ସହ ଲୁଟ୍ ଉଦ୍ୟମ ହୋଇଥିଲା। ବାରମ୍ବାର ଲୁଟ୍ ହେଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ମଦ ସହ ଡିଜେଲ, ପେଟ୍ରୋଲ ଆଦିର ଚୋରା କାରବାର ବୃଦ୍ଧି ପାଉଛି। ଥାନାରେ ଫୋନ ଅଚଳ ଥିବାବେଳେ ଏହାକୁ ମରାମତି କରାଯାଉ ନାହିଁ। ମାସକୁ ଅଧାଦିନ ଫୋନ ଅଚଳ ରହୁଥିବା ଯୋଗୁ ଚୋରା ବ୍ୟବସାୟୀମାନେ ଖୁଲମ୍ଖୁଲା କୋଇଲା, କାଠ, କେନ୍ଦୁପତ୍ର ଚାଲାଣ କରୁଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍ପି ଦୃଷ୍ଟି ଦେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ତୀର୍ଥବାସୀ ଭୋଇ, ରମଣିରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ରଣଜିତ ଲାଲ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କିଶୋରନଗର ଆଇଆଇସି ପ୍ରତିମା ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।
ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ
ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…
ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା
ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…
ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ
ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…
ବିଲକୁ ଯାଇଥିଲେ ୨ ଭାଇ, ହଠାତ୍ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…
ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…
ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….
ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…
ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ
ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…
ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା
ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…
ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ
ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…
Archives

