କାର୍ଯ୍ୟରେ ଅବହେଳା: ଶିକ୍ଷକ ନିଲମ୍ବିତ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କାର୍ଯ୍ୟରେ ଅବହେଳା କାରଣ ଯୋଗୁ କପ୍ତିପଦା ବ୍ଲକ ଅଧୀନରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଶଶୀଧର ସିଂ ଚିଠି ନଂ.-୩୯୦୬ରେ ବୁଧବାର ନିଲମ୍ବନ କରିଛନ୍ତି ା ଶିକ୍ଷକ ଜଣକ ହେଲେ ଶାନ୍ତନୁ କୁମାର ଦାସ। ସେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଜାଆମ୍ବର ସ୍ଥାୟୀ ଶିକ୍ଷକ ହୋଇଥିବା ବେଳେ ତାଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଥୁରାସାହିକୁ ଡିପ୍ଲୋଏଡ କରାଯାଇଥିଲା। ସେଠାରେ କାର୍ଯ୍ୟରେ ଅବହେଳା କରିବା ସହିତ ନିଶାସକ୍ତ ଅବସ୍ଥାରେ ଶ୍ରେଣୀ ଗୃହରେ ଶୋଇବା ସଂକ୍ତାନ୍ତୀୟ ଏକ ଭିଡିଓ ଭାଇରାଲ ହୋଇଥିଲା ା ଏହି ଭିଡିଓ କ୍ଲିପ ବିଇଓ ସିଂ ପାଇବା ପରେ ଏବିଇଓ ଘନଶ୍ୟାମ ସିଂଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ା ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଇଓ ତାଙ୍କୁ ନିଲମ୍ବନ କରିଥିବା ବେଳେ ଏହି ଚିଠିର ନକଲ ଜିଲା ଶିକ୍ଷାଧିକାରୀ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସିଆରସିସି, ବିଆରସିସି ଓ ବିଲ୍‌ ସେକ୍ସନକୁ ମଧ୍ୟ ପଠାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri