କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ ଟଙ୍କା ପାଇଥିଲେ ସୁଦ୍ଧା ଘର କାମ ସାରୁନାହାନ୍ତି। ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡୁନାହଁି। ଶୁକ୍ରବାର ବିଡିଓ ଦେବଦତ୍ତ ମାହନ୍ତ ଗ୍ରାମର ଅନେକ ହିତାଧିକାରୀଙ୍କ ଘରକୁ ଯାଇ ବୁଝାଇଛନ୍ତି। ଏଥିସହ ୫୨ଦିନ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ନ ସାରିଲେ ପଇସା ଫେରାଇ ନିଆଯିବ ବୋଲି ତାଗିଦ୍‌ କରିଛନ୍ତି।
ହିତାଧିକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ସାରୁ ନ ଥିବାରୁ ପ୍ରଶାସନ ଉପରେ ଚାପ ପଡୁଛି। ଏଣୁ ଝିପିଝିପି ବର୍ଷା ସତ୍ତ୍ୱେ ପିଇଓ ଦୀନେଶ ସାମଲ, ଜିଆର୍‌ଏସ୍‌ ଦେବାଶିଷ ପୃଷ୍ଟିଙ୍କୁ ସାଙ୍ଗରେ ଧରି ବିଡିଓ ହିତାଧିକାରୀଙ୍କୁ ଘରକୁ ଯାଇ ସଚେତନ କରାଇଥିଲେ। ଏ ନେଇ ବିଡିଓ କୁହନ୍ତି, ଗ୍ରାମର ୨୯ ହିତାଧିକାରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୩ଜଣ କାମ ସାରିଛନ୍ତି। ମାମି ସାହୁ, ସବିତା ସାହୁ, ମାନସ ସାହୁ, ପ୍ରହଲ୍ଲାଦ ସାହୁ, ଦୂତୀ ବେହେରା, ନମିତା ବେହେରା, କବିତା ନାଏକ ଘର କାମ ଆରମ୍ଭ କରିନାହାନ୍ତି। ୫୨ଦିନ ଭିତରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରହଲ୍ଲାଦ କହିଥିଲେ, ତାଙ୍କ ନାମରେ ବ୍ୟାଙ୍କରେ ଲୋନ୍‌ ରହିଛି। ସରକାରୀ ଅନୁଦାନ ଆସିବା ପରେ ସେଥିରୁ ଋଣ ବାବଦ ଟଙ୍କା କଟିଯାଇଛି। ତେଣୁ ସେ ଘର କାମ ଆରମ୍ଭ କରି ପାରୁନାହାନ୍ତି। ଏହାର ସମାଧାନ କରିବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ହିତାଧିକାରୀମାନେ ବର୍ଷାପାଗ ଛାଡ଼ିବା ପରେ ଘର କାମ ଆରମ୍ଭ କରିବେ ପ୍ରତିଶ୍ରୁତି ଦେଇଛନ୍ତି। ବ୍ଲକର ସବୁ ଗ୍ରାମରେ ଅନେକ ହିତାଧିକାରୀ ଘର କାମ ସମ୍ପୂର୍ଣ୍ଣ କରିନାହାନ୍ତି। ଆଗାମୀ ଦିନରେ ସମସ୍ତଙ୍କୁ ଏପରି ସଚେତନ କରାଯିବ। ସେମାନେ ନ ଶୁଣିଲେ ପ୍ରଶାସନ ପକ୍ଷରୁ ସେମାନଙ୍କ ଘର ଆଗରେ ପ୍ରତୀକ ଧାରଣା ଦିଆଯିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri