୬ ବର୍ଷ ହେଲା ହେଉନି ବ୍ଲକ ମହୋତ୍ସବ

ବଅଁରପାଳ,୯ା୨(ଡି.ଏନ.ଏ.) – ସ୍ଥାନୀୟ ଲୋକକଳା ତଥା ପ୍ରତିଭାର ବିକାଶ ପାଇଁ ପ୍ରତି ବ୍ଲକସ୍ତରରେ ଆୟୋଜନ ହେଉଛି ବ୍ଲକ ମହୋତ୍ସବ। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୬ ବର୍ଷ ହେଲା ଏଠାରେ ବ୍ଲକ ମହୋତ୍ସବର ଆୟୋଜନ କରାଯାଇନାହିଁ। ଏହାକୁ ନେଇ ବ୍ଲକର କଳାକାରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରଶାସନର ଇଚ୍ଛାଶକ୍ତି ଓ ଆନ୍ତରିକତା ଅଭାବ ଯୋଗୁ ମହୋତ୍ସବ ଆୟୋଜନ ହୋଇପାରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଆସନ୍ତା ୧୧ ତାରିଖରୁ ୩ ଦିନ ଧରି ଜିଲାସ୍ତରୀୟ ମହୋତ୍ସବ ପାଳନ ହେବ। ଏହା ପୂର୍ବରୁ ଜିଲାର ବିଭିନ୍ନ ବ୍ଲକରେ ଆୟୋଜିତ ବ୍ଲକ ମହୋତ୍ସବରୁ ବଛା ବଛା କଳାକାର ଜିଲାସ୍ତରରେ ପ୍ରତିଭା ପ୍ରଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ହେଲେ ବଅଁରପାଳ ବ୍ଲକରେ ୬ବର୍ଷ ଧରି ମହୋତ୍ସବ ପାଳନ କରାଯାଉ ନ ଥିବାରୁ ପୂର୍ବବର୍ଷଗୁଡ଼ିକ ପରି ଚଳିତବର୍ଷ ମଧ୍ୟ ଜିଲା ମହୋତ୍ସବରେ ସ୍ଥାନୀୟ ପ୍ରତିଭାମାନେ କଳା ପ୍ରଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ସେମାନେ ପ୍ରକାଶ କରିଛନ୍ତି। ବଅଁରପାଳ ବ୍ଲକ ପ୍ରଶାସନ ସ୍ଥାନୀୟ କଳା, ସଂସ୍କୃତିର ବିକାଶ ଦିଗ ପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ୩୫ଟି ପଞ୍ଚାୟତର ଦଣ୍ଡପାଲା, ଦାସକାଠିଆ, ପାଇକଆଖଡା, ନାମ ସଂକୀର୍ତ୍ତନ ଆଦିର ୪ ଶହରୁ ଊର୍ଦ୍ଧ୍ୱ କଳାକାର ସେମାନଙ୍କ କଳା ପ୍ରଦର୍ଶନରୁ ବଞ୍ଚିତ ହେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ କଳାକାରମାନଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି।
ଏ ସମ୍ପର୍କରେ କୁଲାଡ଼ ଗ୍ରାମର ପୁରୁଣା ଦଣ୍ଡ କଳାକାର ବାମଦେବ ସେଠ କୁହନ୍ତି, ପ୍ରଥମେ ବ୍ଲକ ମହୋତ୍ସବରେ ଅଂଶଗ୍ରହଣ କରିବା ପରେ ଜିଲା ମହୋତ୍ସବକୁ ମନୋନୀତ ହୋଇଥିଲି। ହେଲେ ୬ ବର୍ଷ ହେଲା ଆଉ ମହୋତ୍ସବ ହେଉ ନ ଥିବାରୁ ଅଞ୍ଚଳର ବହୁ କଳାକାର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଗିରାଙ୍ଗ ଗ୍ରାମର ପାଲା ଗାୟକ ମାନସ କର କୁହନ୍ତି, ସବୁ ବ୍ଲକରେ ମହୋତ୍ସବ କରାଯାଉଥିବାବେଳେ ବଅଁରପାଳରେ ଏହା ଆୟୋଜନ କରା ନ ଯିବା ଦୁର୍ଭାଗ୍ୟଜନକ। ଏଥିଯୋଗୁ କଳାକାର ନିରୁତ୍ସାହିତ ହେଉଛନ୍ତି। ଦଣ୍ଡ କଳାକାର ଯିଶୁ ବାରିକ କୁହନ୍ତି, ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବା ଯୋଗୁ କଳାକାରମାନେ ଦୁଃଖିତ। ମହୋତ୍ସବ ପୁନର୍ବାର ଆୟୋଜନ କରାଗଲେ ସେମାନେ ପ୍ରତିଭା ପ୍ରଦର୍ଶନ କରିପାରନ୍ତେ।
ଏ ସମ୍ପର୍କରେ ବଅଁରପାଳ ବ୍ଲକର ପୂର୍ବତନ ବିଡିଓ ଡ. ସ୍ବରୂପା ନନ୍ଦ ସାହୁ କହିଛନ୍ତି, ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଉଛି। କିନ୍ତୁ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅର୍ଥାଭାବରୁ ମହୋତ୍ସବ କରାଯାଇପାରୁ ନାହିଁ। କିନ୍ତୁ ଜିଲାସ୍ତରକୁ କଳାକାର ଚୟନ କରାଯାଇ ପଠାଯାଉଛି। ବର୍ତ୍ତମାନର ବିଡିଓ ଏଲିଜା ମିଶ୍ର କୁହନ୍ତି, ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛି। ଏ ବିଷୟରେ ଜାଣିନାହିଁ। ତଥାପି କଳାକାରଙ୍କ ବିକାଶ ଦିଗରେ ଧ୍ୟାନ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri