ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ ଟ୍ୟୁବ

ଭୁବନେଶ୍ୱର,୯-୨: ଉପକୂଳ ସୁରକ୍ଷା କ୍ଷେତ୍ରରେ ଜିଓ ଟେକ୍ସଟାଇଲ ଟ୍ୟୁବ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। କେନ୍ଦ୍ରାପଡା ଜିଲା ଉପକୂଳରେ ଏକ ଛୋଟିଆ ବସ୍ତି ପେନ୍ଥାଠାରେ ଉପକୂଳ ପ୍ରକଳ୍ପ ସୁରକ୍ଷା କ୍ଷେତ୍ରରେ ୩ ସ୍ତରୀୟ ଜିଓ ଟେକ୍ସଟାଇଲ ଉପଯୋଗ କରି ବେଶ ସଫଳ ହୋଇପାରିଛି। ରାଜ୍ୟରେ ଏହି ପ୍ରକଳ୍ପ ଗତ ୩ ବର୍ଷ ମଧ୍ୟରେ ସମ୍ପର୍ଣ୍ଣ ହୋଇଛି। ଫାଇଲିନ, ହୁଡହୁଡ ଏବଂ ଫନୀ ବାତ୍ୟା ସମୟରେ ଜିଓ ଟେକ୍ସଟାଇଲ ବ୍ୟବହାର ଦ୍ୱାରା ଉପକୂଳ ଅଞ୍ଚଳର ସୁରକ୍ଷାକୁ ଅଧିକ ନିଶ୍ଚିତ କରାଯାଇ ପାରିଛି। ସୁନାମୀ ତଥା ଉଚ୍ଚ ଜୁଆରରୁ ଉପକୂଳକୁ ସୁରକ୍ଷିତ ରଖିବାରେ ଏହା ବେଶ ସହାୟକ ହେଉଥିବା ଏଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ କହିଛନ୍ତି। ଗୁରୁଓ୍ବାରେ ଟେକ୍ନିକାଲ ଫାଇବର ଲିମିଟେଡ ଏହି ପ୍ରକଳ୍ପକୁ ସ୍ଥାପନ କରିଛି। ଏହା ବିଶ୍ୱ ବ୍ୟାଙ୍କ ସହାୟତାରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ୩୫ କୋଟି ଟଙ୍କା ବିନିଯୋଗ ହୋଇଛି।
୨୦୧୯ ଏପ୍ରିଲ ବାତ୍ୟା ସମୟରେ ପେନ୍ଥା ଗାଁ ତଥା ନିକଟବର୍ତ୍ତି ଗଁାଗୁଡିକ ଜିଓ ସିନ୍ଥେଟିକ ଟ୍ୟୁବର ବ୍ୟବହାର ଯୋଗୁ ବିଶେଷ ପ୍ରଭାବିତ ହୋଇ ନ ଥିଲା। ଏହି ପ୍ରକଳ୍ପ ଦ୍ୱାରା ପେନ୍ଥା ତଥା ଏହାର ନିକଟବର୍ତ୍ତୀ ଗ୍ରାମଗୁଡିକରେ ୬ ହଜାର ହେକ୍ଟର ଜମିରେ ଲୁଣା ପାଣି ମାଡିବାକୁ ପ୍ରତିରୋଧ କରାଯାଇଥିବା ଗୁରୁଓ୍ବାରେ ଟେକ୍ନିକାଲ ଫାଇବର ଲିମିଟେଡର ଜିଓ ସିନ୍ଥେଟିକ୍‌ ଡିଭିଜନ ସଭାପତି ତିରୁ କୁଲକର୍ଣ୍ଣୀ କହିଛନ୍ତି। ପେନ୍ଥା ପ୍ରକଳ୍ପ ସମୁଦ୍ରରେ ବନ୍ଧ କାର୍ଯ୍ୟ ସମ୍ପର୍ଣ୍ଣ କରିଥାଏ। ଏହାକୁ ରାଜ୍ୟ ଜଳସମ୍ପଦ ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି। ଏହାର ଡିଜାଇନ ଏବଂ ପ୍ରକଳ୍ପ ପରିଚାଳନା ପରାମର୍ଶ ମାଡ୍ରାସ ଆଇଆଇଟି ଦ୍ୱାରା କରାଯାଇଛି। ପେନ୍ଥାର ବସ୍ତି ବାସିନ୍ଦାଙ୍କୁ ସୁରକ୍ଷା ଦେବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ୪୫୫ ମିଟର କ୍ଷେତ୍ରକୁ ଏହି ପ୍ରକଳ୍ପ ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଉଛି। ଜିଓ ଟ୍ୟୁବ ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନ ଥାଏ। ବିଶ୍ୱ ବ୍ୟାଙ୍କ ସହାୟତାରେ କେନ୍ଦ୍ର ସରକାରଙ୍କ ସମନ୍ବିତ ଉପକୂଳ ଜୋନ ପରିଚାଳନା ପ୍ରକଳ୍ପ ଅନ୍ତର୍ଗତ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri