ଆସିକା,୧୦ା୧(ଡି.ଏନ୍.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଗୁରୁବାର ଶ୍ରମିକମାନେ କଳାବ୍ୟାଜ ପରିଧାନ କରିଛନ୍ତି। ଦାବି ପୂରଣ ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ମଙ୍ଗଳବାର ଚିନିଶିଳ୍ପ ଶ୍ରମିକ ସଂଘ ପକ୍ଷରୁ କାରଖାନା କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦିଆଯାଇଥିଲା। ୧୬ ତାରିଖ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ୧୭ରୁ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଶ୍ରମିକ ସଂଘ କର୍ମକର୍ତ୍ତାମାନେ ଧାରଣାରେ ବସିବେ ଏବଂ ଆବଶ୍ୟକ ପଡିଲେ ମୁଖ୍ୟ ଫାଟକ ସମ୍ମୁଖରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ପୂର୍ବରୁ ବହୁବାର କାରଖାନା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ଏପରିକି ପୂର୍ବରୁ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିନାମା ମଧ୍ୟ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବାରେ ହେୟ ମନୋଭାବ ପୋଷଣ କରିଥିବା ଶ୍ରମିକ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର କର କହିଛନ୍ତି। ଏ ସମ୍ପର୍କରେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, କାରଖାନା ପକ୍ଷରୁ ଶ୍ରମିକଙ୍କ ଦାବି ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ କାଗଜ ପତ୍ର ପ୍ରସ୍ତୁତ କରି ପଠାଇବା ଲାଗି ପଦକ୍ଷେପ ନିଆଯାଇଛି। ନିର୍ଦ୍ଦେଶ ମୁତାବକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।
Posted inଆମ ଜିଲା ଖବର, ଗଞ୍ଜାମ View All
ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…
ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…
୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…
ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…
ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…
ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…
ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ
ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…
ଓରାଙ୍ଗଉଟାନ ଲିଙ୍କ୍ରେ ନୂଆ ସିସିଟିଭି ଫୁଟେଜ୍: ସାମ୍ନାକୁ ଆସିଲା ରାତିଅଧର…
ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍ ନେଇ ଚାଲିଥିବା ଛାନଭିନ୍ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…
ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…
ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…
୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ
ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…
ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ
ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

