Posted inଜାତୀୟ

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି।
ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ ଏସ୍‌. ପାଣ୍ଡେ ଅନ୍ଧେରୀର ଟେନ୍‌ଥ କୋର୍ଟରେ ଖାନ୍‌ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ତାଙ୍କ ଓକିଲ ନୀରଜ ଗୁପ୍ତା କହିଛନ୍ତି। ଜୁଲାଇ ୧୨ରେ ଏହାର ଶୁଣାଣି ହେବ।
ଅଭିଯୋଗରେ ଦର୍ଶାଇଛନ୍ତି, ଏପ୍ରିଲ ୨୪ରେ ସେ କ୍ୟାମେରାମ୍ୟାନ୍‌ ସୟିଦ ଇରଫାନ୍‌ଙ୍କ ସହିତ କାର୍‌ରେ ଜୁହୁରୁ କାଣ୍ଡିଭାଲି ଯାଉଥିବାବେଳେ ସଲମାନ୍‌ ସାଇକେଲ୍‌ ଚଳାଇ ଯାଉଥିଲେ। ଦୁଇ ପାର୍ଶ୍ୱରେ ଥିଲେ ତାଙ୍କର ଦୁଇ ସହଯୋଗୀ। ତେବେ ସଲମାନ୍‌ଙ୍କର ଏହି ଦୃଶ୍ୟ ଶୁଟିଂ କରିବା ପାଇଁ ପାଣ୍ଡେ ଅନୁମତି ମାଗିବାରୁ ଦୁଇ ସହଯୋଗୀ ରାଜି ହୋଇଯାଇଥିଲେ। ସେ ଶୁଟିଂ ଆରମ୍ଭ କରିବା ମାତ୍ରେ ଉଭୟେ ପାଣ୍ଡେଙ୍କ ଉପରେ ଆକ୍ରମଣ କରିଥିଲେ। ଏପରି କି ସଲମାନ୍‌ ମଧ୍ୟ ପାଣ୍ଡେଙ୍କୁ ଆକ୍ରମଣ କରି ତାଙ୍କଠାରୁ ମୋବାଇଲ ଛଡାଇ ନେଇ ଭାଙ୍ଗିଦେବାକୁ ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ କରିବ ରୁଷିଆ, ଇରାନକୁ ଦେଲା ବଡ଼ ପ୍ରସ୍ତାବ! ପୁଟିନଙ୍କ ମନ୍ତ୍ରୀ-ଆରାଘଚିଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ପରେ…

ମସ୍କୋ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ଇରାନକୁ ମଧ୍ୟସ୍ଥତା ପ୍ରୟାସରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ଏହି ପରିପ୍ରେକ୍ଷୀରେ, ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ୧୫୮ କୋଟିର ପ୍ରକଳ୍ପ କରିବେ ଲୋକାର୍ପଣ

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଏଥର ରାଉରକେଲା ଆସୁଛନ୍ତି। ତେବେ ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

୧୫ ବର୍ଷ ପରେ ପଦ ଛାଡିବେ ଟିମ କୁକ୍‌, ଆପଲର ନୂଆ ସିଇଓ ହେବେ…

ଓ୍ବାଶିଂଟନ,୨୧।୪: ବିଶ୍ୱର ସର୍ବବୃହତ ଟେକ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ଆପଲ ୧୫ ବର୍ଷ ପରେ ଏହାର ଶୀର୍ଷ ନେତୃତ୍ୱ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ଜନ…

ଏସବୁ ଜିଲାରେ ଆଜି କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସହ ବିଜୁଳି, ସତର୍କ ସୂଚନା ଜାରି କରି…

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗତ କିଛିଦିନ ଧରି ପାରଦ ଉପରମୁହାଁ ରହିଛି। ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା…

ଇସଲାମାବାଦ ଶାନ୍ତି ଆଲୋଚନା ପୂର୍ବରୁ ବଡ଼ ଦାବି କଲେଣି ଟ୍ରମ୍ପ, ଜାଣନ୍ତୁ କାହାକୁ କହିଲେ ଦେଶଦ୍ରୋହୀ

ଓ୍ବାଶିଂଟନ,୨୧।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିରୋଧୀ ଡେମୋକ୍ରାଟିକ ପାର୍ଟି ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଥିଲେ। ଟ୍ରମ୍ପ ଅଭିଯୋଗ କରିଥିଲେ ଯେ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri