କରୋନା ପାଇଁ ସତର୍କ ପ୍ରଶାସନ

ଢେଙ୍କାନାଳ ଅଫିସ, ୧୮।୩ – କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ବିଶ୍ୱବ୍ୟାପୀ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାକୁ ପ୍ରତିହତ କରିବାକୁ ସତର୍କ ହୋଇଉଠିଛି ଢେଙ୍କାନାଳ ଜିଲା ପ୍ରଶାସନ। ସଂକ୍ରମଣ ରୋକିବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲାଇସେନ୍ସ୍‌ ଆବେଦନ ଏବଂ ଡ୍ରାଇଭିଂ ଟେଷ୍ଟ ଉପରେ କଟକଣା ଜାରି କରାଯାଇଛି। ସେହିପରି ବାହାର ରାଜ୍ୟରୁ ଜିଲାକୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି।
ମାର୍ଚ୍ଚ ୧ରୁ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ସତ୍ତ୍ୱେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଭିଡ଼ କମୁନି। ଭିଡ଼କୁ ନିୟନ୍ତ୍ରଣ କରିବାକୁ ବିଭାଗ ପକ୍ଷରୁ ସାମୟିକ କଟକଣା ଜାରି କରାଯାଇଛି। ଏଣିକି ଦିନକୁ ୫୦ ଜଣ ଲେଖାଏ ଲାଇସେନ୍ସ ପାଇଁ ଆବେଦନ କରିବେ। ସେହିପରି ସମାନ ସଂଖ୍ୟକ ଗାଡ଼ି ଚାଳକ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ ବୋଲି ନିୟମ କରାଯାଇଛି। କାର୍ଯ୍ୟାଳୟରେ ଆବେଦନକାରୀମାନେ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବାକୁ ସଚେତନ କରାଯାଉଛି। ସ୍ଥାନୀୟ ବସ୍‌ଷ୍ଟାଣ୍ଡ ଏବଂ ବାଜିଚୌକସ୍ଥିତ ଆହାର କେନ୍ଦ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ଆହାର କେନ୍ଦ୍ରରେ ପଇସା ହାତକୁ ନ ଦେଇ ବାକ୍ସରେ ପକାଇବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଖାଇବାକୁ ଆସୁଥିବା ଲୋକମାନେ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା, ନିଜ ନିଜ ମଧ୍ୟରେ ବ୍ୟବଧାନ ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି। ଲୋକମାନଙ୍କ ସୁବିଧା ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଆହାର କେନ୍ଦ୍ର ଖୋଲା ରଖିବାକୁ କୁହାଯାଇଛି। ଜିଲାବାସୀଙ୍କୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ୧୪୪ ଧାରା ଜାରି କରାଯାଇଛି। ଶପିଂମଲଗୁଡ଼ିକ ବନ୍ଦ କରାଯାଇଥିବାରୁ ଏହାର ପ୍ରଭାବ ଆଞ୍ଚଳିକ ଅର୍ଥନୀତି ଉପରେ ପଡ଼ିଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ତହସିଲଦାର ଲକ୍ଷ୍ମୀଧର ରାଉତ, ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ଅଜିତ କୁମାର ସୁବୁଦ୍ଧି ପ୍ରମୁଖ ଗ୍ରୋସରି ସାମଗ୍ରୀ ବିକ୍ରି କରାଯାଉଥିବା ଶପିଂ ମଲକୁ ଯାଇ ବ୍ୟବସାୟୀଙ୍କୁ ସଚେତନ କରାଇଛନ୍ତି। ଜରୁରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କଳାବଜାରୀ ନ କରିବାକୁ ଅଧିକାରୀମାନେ କଡ଼ା ତାଗିଦ୍‌ କରିଛନ୍ତି। ଅନ୍ୟପଟେ ସହରବାସୀଙ୍କୁ ମଶା ଉପଦ୍ରବରୁ ସୁରକ୍ଷା ଦେବାକୁ ମଙ୍ଗଳବାର ମଶାଧୂଅଁା ଛଡ଼ାଯାଇଛି।
ଏ ନେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ୧୪ଦିନ ଯାଏ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଜିଲାପାଳ କୁହନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri