କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ସ୍କୁଲ ଶ୍ରେଣୀଗୃହ ନିର୍ମାଣ ହେଉନି: ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୦।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ହେଉନାହିଁ। ଫଳରେ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରାଗଲେ ବି କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନ ଥିବାରୁ ଛାତ୍ରୀଛାତ୍ର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୧୯୬୬ରେ ଗ୍ରାମର ଲୋକଙ୍କ ସହଯୋଗରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଥିରେ ୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୮ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଗୃହ ଥିବାବେଳେ ଗୋଟିଏରେ କାର୍ଯ୍ୟାଳୟ ରହିଛି। ଫଳରେ ଉକ୍ତ ୩ଟି ଗୃହରେ ୭ଟି ଶ୍ରେଣୀର ଛାତ୍ରୀଛାତ୍ର ପଢୁଥିବାବେଳେ ୪ର୍ଥ ଶ୍ରେଣୀର ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପଢୁଛନ୍ତି। ୨୦୧୩ରୁ ଏପରି ସମସ୍ୟା ଲାଗି ରହିଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ହୋଇ ନ ଥିବାରୁ ଗୋରୁଙ୍କ ଅବାଧ ପ୍ରବେଶ ଯୋଗୁ ପରିସର ମଧ୍ୟରେ କୌଣସି ବୃକ୍ଷରୋପଣ କରାଯାଇ ପାରୁନାହିଁ। ଶୌଚାଳୟକୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାବେଳେ ପିଇବା ପାଣି ଟାଙ୍କି ନିର୍ମାଣ କରାଯାଇନାହିଁ। ଫଳରେ ଛାତ୍ରୀଛାତ୍ରମାନେ ନଳକୂପରୁ ବାହାରୁଥିବା ଲୌହଗୁଣ୍ଡ ମିଶା ପାଣିକୁ ବ୍ୟବହାର କରୁଛନ୍ତି। ଖେଳ ପଡ଼ିଆ ମଧ୍ୟ ନ ଥିବାବେଳେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଗୃହ ନିର୍ମାଣ ହେଉ ନ ଥିବା ଯୋଗୁ ଖୋଲା ଆକାଶ ତଳେ ବସି ଛାତ୍ରୀଛାତ୍ରମାନେ ଖାଉଛନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଗ୍ରାମର ଲକ୍ଷ୍ମଣ ସାହୁ, ବାନା ବେହେରା, ପ୍ରେମାନନ୍ଦ ପ୍ରଧାନ, ପ୍ରଫୁଲ୍ଲ ସାହୁ, ପୁନିଆ ପ୍ରଧାନ, ଅଞ୍ଜଳି ବେହେରା, ଦମୟନ୍ତୀ ବେହେରା, ସରସ୍ବତୀ ପ୍ରଧାନ, କୁଶ ବେହେରା ପ୍ରମୁଖ ଦାବି କରିଛନ୍ତି।
ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ପ୍ରଧାନ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ବହୁବାର ଡିପିସିଙ୍କୁ ଅଭିଯୋଗ କରିଛୁ। କୌଣସି ସୁଫଳ ମିଳୁନାହିଁ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୈଜୟନ୍ତ ପ୍ରଧାନ କହିଛନ୍ତି, ବିଦ୍ୟାଳୟ ଶ୍ରେଣୀଗୃହ ଓ ପାଚେରି ନିର୍ମାଣ ପାଇଁ ଶିକ୍ଷା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ବିଧାୟକଙ୍କୁ ଅଭିଯୋଗ କରିଛୁ। ହେଲେ କେହି କର୍ଣ୍ଣପାତ କରୁନାହାନ୍ତି। ଛାତ୍ର ଦେବ ପ୍ରସାଦ ପ୍ରଧାନ, ବିନାୟକ ପ୍ରଧାନ, ଇତିଶ୍ରୀ ବିଶ୍ୱାଳ, ପ୍ରୀତିମଞ୍ଜରୀ ସାହୁ କହିଛନ୍ତି, ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି। ହେଲେ ସମାଧାନ କରାଯାଉ ନାହିଁ। ବିଶେଷକରି ଶ୍ରେଣୀଗୃହ ନ ଥିବା ଯୋଗୁ ବାରଣ୍ଡାରେ ପାଠ ପଢାଯାଉଛି। ବର୍ଷା ହେଲେ ବହୁ ହଇରାଣ ହେବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?