ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ସୂଚନା: ୫ ବର୍ଷରେ ହେବ ୩ଶହ ମିଲିୟନ ଟନ୍‌ ଉତ୍ପାଦନ

ତାଳଚେର,୧୬ା୬(ନି.ପ୍ର.)- ଆଗାମୀ ୫ ବର୍ଷରେ ଏମ୍‌ସିଏଲ୍‌ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିବ ବୋଲି ସିଏମ୍‌ଡି ଭୋଳାନାଥ ଶୁକ୍ଳା ପ୍ରକାଶ କରିଛନ୍ତି। ଡେରା ସିଏମ୍‌ଡି ବଙ୍ଗଳା ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଏମ୍‌ଡି କହିଥିଲେ ଯେ, ଏହି ସମୟ ମଧ୍ୟରେ କେବଳ ତାଳଚେର କୋଲ୍‌ ଫିଲଡ୍‌ସରୁ ୨ଶହ ମିଲିୟନ ଟନ କୋଇଲା ଉତ୍ତୋଳନ କରାଯିବ। ଏଥିପାଇଁ ୨ଶହ ଗ୍ରାମ ବିସ୍ଥାପିତ ହେବ। ୨୦୩୦ରେ ତାଳଚେରରୁ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ ହେବ। ଏହା ସହିତ ପ୍ରାଇଭେଟ କମ୍ପାନୀ ଦ୍ୱାରା ଆଉ ୩ଶହ ମିଲିୟନ ଟନ୍‌ ଉତ୍ପାଦନର ଯୋଜନା ରହିଛି। ଏହି କୋଇଲା ପରିବହନ ନିମନ୍ତେ ତାଳଚେରରୁ-ରାଜ ଆଠଗଡ ପର୍ଯ୍ୟନ୍ତ ଆଉ ଦୁଇଟି (୩ ଓ ୪ ନମ୍ବର) ରେଳପଥ ନିର୍ମାଣ କରାଯିବ। ରେଲ୍‌ୱେ, ୱାସରୀ, ସାଇଲୋ, ଏଚ୍‌ଇଏମ୍‌ର ଉନ୍ନତୀକରଣ କରାଯିବ।
ଏମ୍‌ସିଏଲ୍‌ର ନୂତନ ଯୋଜନା ସମ୍ପର୍କରେ ସିଏମ୍‌ଡି କହିଥିଲେ, ଆଗାମୀ ୧୦ ବର୍ଷ ଭିତରେ ଏମ୍‌ସିଏଲ୍‌ର କୌଣସି ସମସ୍ୟା ରହିବ ନାହିଁ। ତାଳଚେର ଓ ଏମ୍‌ସିଏଲ୍‌ର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ସୁରକ୍ଷିତ। ସବୁ କ୍ଷେତ୍ରରେ ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯିବ। କୋଇଲା ଉତ୍ତୋଳନ ବୃଦ୍ଧି ଦ୍ୱାରା ଡିଏମ୍‌ଏଫ୍‌ ଫଣ୍ଡକୁ ଅଧିକ ଟଙ୍କା ମିଳିବ। ଏହାଦ୍ୱାରା ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ। ତାଳଚେରର ଉନ୍ନତି ପାଇଁ ଏକ ମାଷ୍ଟରପ୍ଲାନ ସହ ବିଭିନ୍ନ ଉନ୍ନତିମୂଳକ କାମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମେଡିକାଲ କଲେଜ ନିର୍ମାଣ କାମ ବାକି ରହିଛି। ଏ ଦିଗରେ ଅନୁଧ୍ୟାନ କରାଯାଇ ଠିକ୍‌ ପଦକ୍ଷେପ ନିଆଯିବ। ଲୋକଙ୍କ ସହ ପ୍ରଶାସନର ସହଯୋଗ ଓ ଏମ୍‌ସିଏଲ୍‌ ଟିମ୍‌ ଠିକ୍‌ କାମ କଲେ ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟରେ କୌଣସି ଅସୁବିଧା ରହିବ ନାହିଁ। ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାଇରେକ୍ଟର ଫାଇନାନ୍ସ କେ.ଆର. ବାସୁଦେବନ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି. ବ୍ରହ୍ମପୁରକରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଶନିବାର ସନ୍ଧ୍ୟାରେ ସିଏମ୍‌ଡି ଏଠାରେ ପହଞ୍ଚିଥିଲେ। ରବିବାର ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହ ଉଚ୍ଚପଦାଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସୋମବାର ହିଙ୍ଗୁଳା ମନ୍ଦିର ଦର୍ଶନ ପରେ ଅନ୍ୟ କେତେକ ଖଣି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri