ଏମିତି କରୁଛି ପୋଲିସ କାର୍ଯ୍ୟ: ଅଟୋରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଅଟୋରେ କୋର୍ଟଚାଲାଣ କରିଛି। ଜରପଡ଼ାରୁ ଅନୁଗୋଳ କୋର୍ଟର ଦୂରତା ୨୭ କିମି ହୋଇଥିଲେ ବି ମାତ୍ର ୩ କର୍ମଚାରୀ ୨ ଅଭିଯୁକ୍ତଙ୍କୁ ଅଟୋରେ ମେଡିକାଲ ଆଣିବା ଓ କୋର୍ଟରେ ହାଜର କରାଇବା ସୁରକ୍ଷା ଦୃଷ୍ଟିରୁ କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ପାଟ୍ରୋଲିଂ ବେଳେ ଦୁଇ ସନ୍ଧିଗ୍ଧ ବନ୍ତଳା ଥାନା ଶଙ୍ଖପୁରର ଲିପୁ ଓରଫ ବିଶ୍ୱଜିତ ସାହୁ(୧୯) ଓ ସାନହିସଂରର ବୀରେନ୍‌ ଦେହୁରୀ(୨୦)ଙ୍କୁ ପୋଲିସ ଅଟକାଇଥିଲା। ସେମାନଙ୍କ ନିକଟରେ ଦୁଇଟି ଟ୍ରକ୍‌ ବ୍ୟାଟେରି ଥିବାରୁ ପୋଲିସର ସନ୍ଦେହ ବଢ଼ିଯାଇଥିଲା। ଥାନାକୁ ନେଇ ପଚାର ଉଚରା ପରେ ଦୁହେଁ ବ୍ୟାଟେରି ଚୋରିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏଥିସହ ୬ଟି ଟ୍ରକ୍‌ ବ୍ୟାଟେରି ଜବତ କରାଯାଇଥିଲା। ବିଶ୍ୱଜିତ ଅନୁଗୋଳ ଉପକଣ୍ଠରେ ଥିବା ଏକ ଗ୍ୟାରେଜରେ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବା ବେଳେ ସେ ବୀରେନ ସହ ମିଶି ବ୍ୟାଟେରି ଚୋରି କରୁଥିବା ପୋଲିସକୁ କହିଥିଲେ। ପୋଲିସ ନଂ. ୧୨୭/୧୯ରେ ଏକ ମାମଲା ରୁଜୁ କରି ମଙ୍ଗଳବାର ଦୁହିଁଙ୍କୁ କୋର୍ଟଚାଲାଣ କରିଥିଲା। କିନ୍ତୁ ଥାନା ଗାଡ଼ି ବଦଳରେ ଏକ ଅଟୋରେ ୩ଜଣ କର୍ମଚାରୀ ୨ ଅଭିଯୁକ୍ତଙ୍କୁ ୨୭ କିମି ଦୂର ଆଣି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟପରୀକ୍ଷା କରିଥିଲେ। ସେଠାରୁ ଅନୁଗୋଳ କୋର୍ଟକୁ ନେଇଥିଲେ। ଏ ନେଇ ଜରପଡ଼ା ଥାନା ଅଧିକାରୀ ବିନ୍ଦୁ ବାସିନୀ ବିଶ୍ୱାଳ କହିଛନ୍ତି, ଥାନାରେ ଗୋଟିଏ ଗାଡ଼ି ରହିଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ସେଥିରେ ମେଡିକାଲକୁ ନିଆଯାଇଥିଲା। ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିବାରୁ ବାଧ୍ୟ ହୋଇ ଅଟୋରେ ଦୁଇ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର ପାଇଁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri