Posted inଖେଳ

ଏଥର ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ୩୫ ପାର୍‌ କ୍ରିକେଟରଙ୍କ ଜଲଓ୍ବା

ଇଂଲଣ୍ଡ, ୧୯।୫: ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ୍‌କୁ ନେଇ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍‌। ମେ ୩୦ରୁ ଆରମ୍ଭ ହେଉଥିବା ଏହି ମହାକୁମ୍ଭରେ ଯୁବ କ୍ରିକେଟରଙ୍କ ପ୍ରତିଭାର ପ୍ରଦର୍ଶନ ତ ଦେଖିବାକୁ ମିଳିବ, ଏହାସହ ସେହି ଖେଳାଳିଙ୍କ ଦମ ମଧ୍ୟ ଦେଖିବାକୁ ମିଳିବ ଯେଉଁମାନଙ୍କ ବୟସ ୩୫ ପାର୍‌ କରି ସାରିଛି। ସବୁ ଦଳରେ ରହିଛି ଯୁବ ଓ ବୟୋଜେଷ୍ଠ ଖେଳାଳିଙ୍କ ମିଶ୍ରଣ। ଯୁବ ଖେଳାଳି ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ଉତ୍ସୁକ ଥିବାବେଳେ ସେହିପରି ପୁରୁଖା ଖେଳାଳିଙ୍କ ଜଲଓ୍ବା ବି କିଛି କମ୍‌ ହେବ ନାହିଁ। ବହୁ ହେଭିଓ୍ବେଟ୍‌ କ୍ରିକେଟର ୩୫ ପାର୍‌ କରି ସାରିଲେଣି। ବୋଧହୁଏ ଏଥର କ୍ରିକେଟ ମହାକୁମ୍ଭ ତାଙ୍କ ପାଇଁ ଶେଷ ହୋଇପାରେ। ଏହିସବୁ ବୟସ୍କଙ୍କ ଭିତରେ ପ୍ରଥମେ ଅଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌। ବୟସ ୩୯ ପାର୍‌ କରିଥିଲେ ସୁଦ୍ଧା ଗେଲ୍‌ଙ୍କ ପ୍ରହାରରେ ଆଜିବି ଧରାଶାୟୀ ହୋଇପଡନ୍ତି ବିପକ୍ଷ। ଲମ୍ବା ଲମ୍ବା ଛକା ମାରିବାରେ ମାହିର ଗେଲଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୫୧୭ଟି ଛକା ରହିଛି। ଏଥିମଧ୍ୟରୁ ୩୧୪ଟି ଛକା ସେ ଏକଦିବସୀୟ କ୍ରିକେଟ ମାରିଛନ୍ତି। ସେହିପରି ଭାରତର ମିଷ୍ଟର କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଚତୁର୍ଥ ତଥା ସମ୍ଭବତଃ ଶେଷଥର ପାଇଁ ବିଶ୍ୱକପରେ ଜଲଓ୍ବା ଦେଖାଇବେ। ବ୍ୟାଟିଂ ହେଉ ବା ଷ୍ଟମ୍ପିଂରେ ୩୭ ବର୍ଷୀୟ ମାହି ରଣନୀତି ପ୍ରସ୍ତୁତ କରିବାରେ ଏକଦମ ମାହିର। ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ତାଙ୍କ ଦେଶର ବିଶ୍ୱକପ୍‌ ଟିମର ସବୁଠୁ ବୟସ୍କ ଖେଳାଳି ତାଙ୍କ ବୟସ ଏବେ ୪୦। କିନ୍ତୁ ସେ ଦଳର ପ୍ରମୁଖ ସ୍ପିନର ଭାବେ ଗଣା ହେଉଛନ୍ତି। ଏ ବୟସରେ ବି ତାଙ୍କର ଲେଗ୍‌ ସ୍ପିନ୍‌ ପ୍ରତି ଉତ୍ସାହ କାଏମ ରହିଛି। ଇମ୍ରାନଙ୍କୁ କ୍ଲାସିକ୍‌ ସ୍ପିନର୍‌ ବୋଲି ମଧ୍ୟ କୁହାଯାଏ। ତାଙ୍କ ଯାଦୁ ଚାଲିରେ ଦକ୍ଷିଣ ଆଫ୍ରିକା ଇଂଲଣରେ ଇତିହାସ ରଚିପାରେ ବୋଲି କ୍ରିକେଟ ପଣ୍ଡିତମାନେ କହୁଛନ୍ତି। ପାକିସ୍ତାନର ଅଲରାଉଣ୍ଡର ସୋଏବ ମଲିକ ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ବର୍ଷୀୟ ମଲିକ ଗତ କିଛି ମ୍ୟାଚରେ ପାକିସ୍ତାନ ପାଇଁ ଭଲ ଫିନିସର୍‌ ଭାବେ ପ୍ରମାଣିତ ହୋଇଆସିଛନ୍ତି। ମିଡିଲ ଅର୍ଡରକୁ ଦୃଢତା ଦେବା ସହ ଟିମରେ ସନ୍ତୁଳନ କାଏମ ରଖିବାର କାମ କରନ୍ତି। ଶ୍ରୀଲଙ୍କର ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ ବର୍ଷୀୟ ମାଲିଙ୍ଗାଙ୍କ ପ୍ରଦର୍ଶନ ଆଇପିଏଲରେ ଭଲ ରହିଛି। ଏଥର ବିଶ୍ୱକପ୍‌ରେ ବି ସେ ଶ୍ରୀଲଙ୍କାର ଟ୍ରମ୍ପକାର୍ଡ ପ୍ରମାଣିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

ଏବେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଦେବାକୁ ପଡିବ ଏତେ ଟଙ୍କା! ଜାରି ହେଲା ନୂଆ ଦାମ୍‌

ନୂଆଦିଲ୍‌ଲୀ,୨୧।୫: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ…

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

୪୦ ବିଲିୟନ ଡଲାର ନିବେଶ, ପ୍ରଯୁକ୍ତିବିଦ୍ୟା… ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦେଶ ଗସ୍ତରୁ କ’ଣ ହେଲା ହାସଲ? ଜାଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ, ୨୧।୫: ଭାରତ କେବଳ ଏକ ବଜାର ନୁହେଁ ବରଂ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ବିଶ୍ୱସ୍ତ ଶକ୍ତି ଭାବରେ ଉଭା ହେଉଛି। ଏହି କାରଣରୁ…

୪ ଓଭରଲୋଡ଼ିଙ୍ଗି ଚିପ୍ସ ବୋଝେଇ ହାଇୱା ଜବତ, ୨ଲକ୍ଷ ୭୭ ହଜାର…

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ଓଭର ଲୋଡ ଥିବା ୪ଚିପ୍ସ ବୋଝେଇ ହାଇୱାକୁ ଗୁରୁବାର ପାଟଣା ବୈତରଣୀ ନଦୀ ବ୍ରିଜ ନିକଟରୁ ଜବତ…

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri