ଏଇ ଭାରତରେ

ରାସ୍ତାକଡ଼ରେ ବହୁ ଅସହାୟ ଶିଶୁ ବୁଲୁଥିବା ଦେଖାଯାଏ। ସେମାନଙ୍କ ପରିବାର ବି ରାସ୍ତାକଡ଼ରେ ରହି ସେମାନଙ୍କୁ ଭିକ୍ଷା ପାଇଁ ପ୍ରେରିତ କରିଥାନ୍ତି। ଏହା ବ୍ୟତୀତ ରାସ୍ତାକଡ଼ ଢାବା କିମ୍ବା ବିଭିନ୍ନ ପ୍ଲାଷ୍ଟିକ୍‌ ସଂଗ୍ରହ କେନ୍ଦ୍ରରେ ଏମାନେ ପରିବାର ସଦସ୍ୟଙ୍କ ସହ କାମ ବି କରିଥାନ୍ତି। କମ୍‌ ବୟସରେ ନିଶା ସେବନକରି ଏହି ପିଲାମାନେ ଖାଇବା ଭୁଲିଯାଆନ୍ତି। ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ଏଭଳି ଅବସ୍ଥାରେ ରହୁଥିବା ପିଲାମାନଙ୍କୁ କୋଲକାତାର ମୋଇନ ବାନାର୍ଜୀ ଉଦ୍ଧାରକରି ଶିକ୍ଷାର ମୁଖ୍ୟ ସ୍ରୋତରେ ଯୋଡ଼ିବାରେ ଲାଗିଛନ୍ତି। ପ୍ରଥମେ ୭ରୁ ୧୧ ବର୍ଷ ବୟସର ପାଖାପାଖି କେତେଜଣ ଶିଶୁଙ୍କୁ ଉଦ୍ଧାରକରି ଶିକ୍ଷକଙ୍କ ସହାୟତାରେ ପଢ଼ାଇବା ଆରମ୍ଭ କରିଥିଲେ। ଏଥିପାଇଁ ସେ କାମ କରୁଥିବା ମହାଜୀବନ ସଂସ୍ଥାର ସହଯୋଗ ଲୋଡ଼ିଥିଲେ। ଏହା ସହ ଚାଇଲ୍ଡଲାଇଫ୍‌ ଏନ୍‌ଜିଓ ସହଯୋଗରେ ପିଲାମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ସହ ସେମାନଙ୍କ କାଉନସେଲିଂ କରୁଛନ୍ତି। ଏବେ ସେ ପାଖାପାଖି ୪୦ଜଣ ଶିଶୁଙ୍କୁ ନିଶା କବଳରୁ ମୁକ୍ତକରି ସ୍କୁଲକୁ ଆଣିପାରିଛନ୍ତି। ଏହି ପିଲାମାନଙ୍କ ପରିବାର ମଧ୍ୟ ଶିକ୍ଷାର ମହତ୍ତ୍ୱ ଉପଲବ୍ଧି କରିବା ପରେ ଶିକ୍ଷା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri