Posted inଖେଳ

ରାଜ୍ୟ ଭାରୋତ୍ତୋଳନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୧୦(ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତୋଳନ ସଙ୍ଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ସୋମବାର କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଭାରୋତ୍ତୋଳନ ପଦକଧାରୀ ତଥା ଜାତୀୟ ରେଫରି ଏସ୍‌. ଭି. ଚନ୍ଦନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ବୈଷୟିକ ନିର୍ଦ୍ଦେଶକ କଲୋନେଲ ଏ. ରାଜେଶ, ଜିଏମ୍‌ ଏଚ୍‌ପିସି କଲୋନେଲ ଆର. ଶର୍ମା, ଯୁଗ୍ମ ଶାସନ ସଚିବ ରଞ୍ଜିତ ପରିଡ଼ା, ଓଡ଼ିଶା ଭରୋତ୍ତୋଳନ ସଙ୍ଘ ସଭାପତି ଚିତ୍ତରଞ୍ଜନ ସ୍ବାଇଁଁ, କାର୍ଯ୍ୟକାରୀ ସଭାପତି ନାରାୟଣ ସାହୁ, ସମ୍ପାଦକ କେ. ରବି କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୧୧ଟି ଜିଲା ଏବଂ ୟୁନିଟ୍‌ରୁ ମୋଟ ୨୫୦ ମହିଳା ଓ ପୁରୁଷ ପ୍ରତିଯୋଗୀ ଏବଂ ୪୫ ଅଫିସିଆଲ ଭାଗ ନେଇଛନ୍ତି I
୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ସର୍ବକନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବର୍ଗର ମୋଟ ୬୦ଟି ଓଜନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି।
ପ୍ରଥମ ଦିବସରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ହର୍ଷବର୍ଦ୍ଧନ ସାହୁ ୬ଷ୍ଠ ଥର ଏବଂ ମୁନା ନାୟକ ୫ମ ଥର ପାଇଁ ନିଜ ରେକର୍ଡ ଭାଙ୍ଗିଛନ୍ତି। ୟୁଥ୍‌ ୪୯ କେଜି ବାଳକରେ ଗଞ୍ଜାମର ହର୍ଷବର୍ଦ୍ଧନ ସ୍ନାଚ୍‌ରେ ୭୫, କ୍ଲିନ୍‌ ଆଣ୍ଡ ଜର୍କରେ ୯୬ ଏହିପରି ମୋଟ ୧୭୧ କେଜି ଉତ୍ତୋଳନ କରି ୩ଟି ଯାକ ବିଭାଗରେ ରେକର୍ଡ ଭଙ୍ଗକରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସିନିୟର ୬୧ କେଜି ପୁରୁଷରେ ଗଞ୍ଜାମର ମୁନା ନାୟକ ସ୍ନାଚ୍‌ରେ ୧୧୨, କ୍ଲିନ୍‌ ଆଣ୍ଡ ଜର୍କରେ ୧୪୦ କେଜି ଏହିପରି ମୋଟ ୨୫୨ କେଜି ଉତ୍ତୋଳନ କରି ରେକର୍ଡର ଅଧିକାରୀ ହୋଇଛନ୍ତି। ୟୁଥ୍‌ ୬୧ କେଜି ବାଳକରେ ଖୋର୍ଦ୍ଧାର ସଦାନନ୍ଦ ବରିହା ମୋଟ ୨୨୫ (ସ୍ନାଚ୍‌-୧୦୦, କ୍ଲିନ ଆଣ୍ଡ ଜର୍କ-୧୨୫) କେଜି ଭାର ଉଠାଇ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ଅବସରରେ ସେ କ୍ଲିନ୍‌ ଆଣ୍ଡ ଜର୍କ ଓ ମୋଟ୍‌ ଉତ୍ତୋଳନରେ ରେକର୍ଡ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୟୁଥ୍‌ ୪୦ କେଜି ବାଳିକାରେ ଢେଙ୍କାନାଳର ପ୍ରୀତିସ୍ମିତା ଭୋଇ, ୟୁଥ୍‌ ୪୫ କେଜି ବାଳିକାରେ ଖୋର୍ଦ୍ଧାର ଜୟନ୍ତୀ ମଲିକ, ୟୁଥ୍‌ ୫୫ କେଜି ବାଳକରେ ଗଞ୍ଜାମର ରଗେବା ମଲିକ, ଜୁନିୟର ୫୫ କେଜି ପୁରୁଷରେ ଗଞ୍ଜାମର ରାମଚନ୍ଦ୍ର ମାଡ଼କାମି, ସିନିୟର ୫୫ କେଜିରେ ଢେଙ୍କାନାଳର କୁମ୍ଭେଶ୍ୱର ମଲିକ ଏବଂ ଜୁନିୟର ୬୧ କେଜି ପୁରୁଷରେ ଖୋର୍ଦ୍ଧାର ସଦାନନ୍ଦ ବରିହା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri