Odisha Elections 2024

ଲୁଟ୍‌ ଟଙ୍କାକୁ କ୍ଲବ୍‌ରେ ଉଡ଼ାଉଥିଲେ କ୍ରାଇମ୍‌ କୁଇନ୍‌ ମୁସ୍କାନ

ଭୁବନେଶ୍ୱର,୧୭।୧୦(ସୂର୍ଯ୍ୟକାନ୍ତ ବେହେରା):ରୂପ ଦେଖାଇ ଟ୍ରେନ୍‌ ଯାତ୍ରୀ ଓ ଯବାନଙ୍କୁ ଫସାଇ ନିଶା ଦେଇ ଲୁଟ୍‌ ଘଟଣାରେ ଗିରଫ ହୋଇଥିବା କ୍ରାଇମ୍‌ କୁଇନ୍‌ ମୁସ୍କାନ ଓରଫ ସାରିଫ ଖାନ୍‌ଙ୍କ ସହ ୩ ସହଯୋଗୀ ଏବେ ଜେଲ୍‌ରେ ଅଛନ୍ତି। ମୁସ୍କାନ ଓ ତାଙ୍କ ଗ୍ୟାଙ୍ଗ୍‌ର ଗୋଟିକ ପରେ ଗୋଟିଏ ଅପରାଧ ସାମ୍ନାକୁ ଆସୁଥିବାବେଳେ ଫେରାର ଥିବା ମୁଖ୍ୟ ସହଯୋଗୀଙ୍କୁ ଖାରବେଳନଗର ଥାନା ପୋଲିସ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିବା ପରେ ଗ୍ୟାଙ୍ଗ୍‌ର ବଡ଼ ଆପରାଧିକ ପୃଷ୍ଠଭୂମି ପଦାକୁ ଆସିଛି। ଗିରଫ ଅଭିଯୁକ୍ତ ହେଲେ ଧଉଳି ଅଞ୍ଚଳର ରାକେଶ ମହାନ୍ତି ଓରଫ ଚିଣ୍ଟୁ। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଚିଣ୍ଟୁଙ୍କୁ ବିଭାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଚିଣ୍ଟୁଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ପୂର୍ବରୁ ରାହାଜାନି, ହଣାକଟା, ଫାୟାରିଂ ଭଳି ୨୨ରୁ ଅଧିକ ଆପରାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଅପରପକ୍ଷେ କ୍ରାଇମ୍‌ କୁଇନ ମୁସ୍କାନ ନାଇଟ୍‌ କ୍ଲବ୍‌ ଓ ଡ୍ୟାନ୍ସ ବାର୍‌ରେ ସହଯୋଗୀଙ୍କୁ ଧରି ମଉଜମସ୍ତି କରିବା ସହ ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ଲୁଟ୍‌ ଟଙ୍କାରେ ଏସବୁ କରୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ମୁସ୍କାନଙ୍କ ଇଶାରାରେ ଆଉ କେତେଜଣ ଆପରାଧିକ କାର୍ଯ୍ୟରେ ସାମିଲ ଥିଲେ ତାହାର ଖୋଳତାଡ ଚାଲିଛି। ଏହାସହ ଏହି ଗ୍ୟାଙ୍ଗରେ କେତେଜଣ ଅଟୋ ଚାଳକ ଓ ଚା’ ଦୋକାନୀ ସଂପୃକ୍ତ ଥିବା ଜଣାପଡିବା ପରେ ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି। ଅପରପକ୍ଷେ ମୁସ୍କାନଙ୍କୁ ତାଙ୍କ ସ୍ବାମୀ ୭ବର୍ଷ ତଳେ ଛାଡି ଦେଇଥିବାବେଳେ ସେ ଜଣେ ଯୁବକଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ। ହେଲେ ସମ୍ପୃକ୍ତ ଯୁବକ ଏବେ ଜେଲ୍‌ରେ ଅଛନ୍ତି। ଏଥିସହ ମୁସ୍କାନଙ୍କର ଏକ ଛୋଟ ପୁଅ ଥିବା ପୋଲିସ କହିଛି।
ସୂଚନାନୁସାରେ, ମୁସ୍କାନ ଲଣ୍ଡା ଗ୍ୟାଙ୍ଗ୍‌ ସହ ହାତ ମିଳାଇ ବଡ଼ବଡ଼ ଅପରାଧ ଘଟାଉଥିଲେ। ବିଶେଷକରି ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ସମେତ ସହର ଓ ଆଖପାଖ ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିଲେ। ବିଶେଷକରି ଏକୁଟିଆ ଥିବା ଟ୍ରେନ ଯାତ୍ରୀ ଓ ଯବାନଙ୍କୁ ବିଭିନ୍ନ ବାହାନାରେ ପ୍ରଲୋଭିତ କରାଇ ଥଣ୍ଡା ପାନୀୟ, ଚା କିମ୍ବା ପାଉଁରୁଟିରେ ନିଶା ଦେଇ ସର୍ବସ୍ବ ଲୁଟି ନେଉଥିଲେ। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ଗତ ୧୪ ତାରିଖରେ ସୁନ୍ଦରୀ ମୁସ୍କାନଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri