ଲୁଟ୍‌ ଟଙ୍କାକୁ କ୍ଲବ୍‌ରେ ଉଡ଼ାଉଥିଲେ କ୍ରାଇମ୍‌ କୁଇନ୍‌ ମୁସ୍କାନ

ଭୁବନେଶ୍ୱର,୧୭।୧୦(ସୂର୍ଯ୍ୟକାନ୍ତ ବେହେରା):ରୂପ ଦେଖାଇ ଟ୍ରେନ୍‌ ଯାତ୍ରୀ ଓ ଯବାନଙ୍କୁ ଫସାଇ ନିଶା ଦେଇ ଲୁଟ୍‌ ଘଟଣାରେ ଗିରଫ ହୋଇଥିବା କ୍ରାଇମ୍‌ କୁଇନ୍‌ ମୁସ୍କାନ ଓରଫ ସାରିଫ ଖାନ୍‌ଙ୍କ ସହ ୩ ସହଯୋଗୀ ଏବେ ଜେଲ୍‌ରେ ଅଛନ୍ତି। ମୁସ୍କାନ ଓ ତାଙ୍କ ଗ୍ୟାଙ୍ଗ୍‌ର ଗୋଟିକ ପରେ ଗୋଟିଏ ଅପରାଧ ସାମ୍ନାକୁ ଆସୁଥିବାବେଳେ ଫେରାର ଥିବା ମୁଖ୍ୟ ସହଯୋଗୀଙ୍କୁ ଖାରବେଳନଗର ଥାନା ପୋଲିସ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିବା ପରେ ଗ୍ୟାଙ୍ଗ୍‌ର ବଡ଼ ଆପରାଧିକ ପୃଷ୍ଠଭୂମି ପଦାକୁ ଆସିଛି। ଗିରଫ ଅଭିଯୁକ୍ତ ହେଲେ ଧଉଳି ଅଞ୍ଚଳର ରାକେଶ ମହାନ୍ତି ଓରଫ ଚିଣ୍ଟୁ। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଚିଣ୍ଟୁଙ୍କୁ ବିଭାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଚିଣ୍ଟୁଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ପୂର୍ବରୁ ରାହାଜାନି, ହଣାକଟା, ଫାୟାରିଂ ଭଳି ୨୨ରୁ ଅଧିକ ଆପରାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଅପରପକ୍ଷେ କ୍ରାଇମ୍‌ କୁଇନ ମୁସ୍କାନ ନାଇଟ୍‌ କ୍ଲବ୍‌ ଓ ଡ୍ୟାନ୍ସ ବାର୍‌ରେ ସହଯୋଗୀଙ୍କୁ ଧରି ମଉଜମସ୍ତି କରିବା ସହ ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ଲୁଟ୍‌ ଟଙ୍କାରେ ଏସବୁ କରୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ମୁସ୍କାନଙ୍କ ଇଶାରାରେ ଆଉ କେତେଜଣ ଆପରାଧିକ କାର୍ଯ୍ୟରେ ସାମିଲ ଥିଲେ ତାହାର ଖୋଳତାଡ ଚାଲିଛି। ଏହାସହ ଏହି ଗ୍ୟାଙ୍ଗରେ କେତେଜଣ ଅଟୋ ଚାଳକ ଓ ଚା’ ଦୋକାନୀ ସଂପୃକ୍ତ ଥିବା ଜଣାପଡିବା ପରେ ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି। ଅପରପକ୍ଷେ ମୁସ୍କାନଙ୍କୁ ତାଙ୍କ ସ୍ବାମୀ ୭ବର୍ଷ ତଳେ ଛାଡି ଦେଇଥିବାବେଳେ ସେ ଜଣେ ଯୁବକଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ। ହେଲେ ସମ୍ପୃକ୍ତ ଯୁବକ ଏବେ ଜେଲ୍‌ରେ ଅଛନ୍ତି। ଏଥିସହ ମୁସ୍କାନଙ୍କର ଏକ ଛୋଟ ପୁଅ ଥିବା ପୋଲିସ କହିଛି।
ସୂଚନାନୁସାରେ, ମୁସ୍କାନ ଲଣ୍ଡା ଗ୍ୟାଙ୍ଗ୍‌ ସହ ହାତ ମିଳାଇ ବଡ଼ବଡ଼ ଅପରାଧ ଘଟାଉଥିଲେ। ବିଶେଷକରି ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ସମେତ ସହର ଓ ଆଖପାଖ ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିଲେ। ବିଶେଷକରି ଏକୁଟିଆ ଥିବା ଟ୍ରେନ ଯାତ୍ରୀ ଓ ଯବାନଙ୍କୁ ବିଭିନ୍ନ ବାହାନାରେ ପ୍ରଲୋଭିତ କରାଇ ଥଣ୍ଡା ପାନୀୟ, ଚା କିମ୍ବା ପାଉଁରୁଟିରେ ନିଶା ଦେଇ ସର୍ବସ୍ବ ଲୁଟି ନେଉଥିଲେ। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ଗତ ୧୪ ତାରିଖରେ ସୁନ୍ଦରୀ ମୁସ୍କାନଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri