ଏଇ ଭାରତରେ

ଲକ୍‌ଡାଉନ ସମୟରେ ସବୁ ପ୍ରକାର କାର୍ଯ୍ୟକଳାପ ଏକ ପ୍ରକାର ମାନ୍ଦା ପଡ଼ିଯାଇଥିବାବେଳେ କର୍ନାଟକ କୋଲାର ଡିଭିଜନ୍‌ର କେନ୍ଦ୍ରୀୟ ଡାକ ବିଭାଗର ପୋଷ୍ଟ୍‌ମାଷ୍ଟର ପ୍ରହଲାଦାରୋ ନିପ୍ର ତାଙ୍କ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି। ଜଣେ କରୋନା ଯୋଦ୍ଧା ଭାବେ ପ୍ରହଲାଦାରୋ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଇଲେକ୍ଟେ୍‌ରାନିକ ମନି ଅର୍ଡର (ଇଏମ୍‌ଓ)ଡେଲିଭରି କରିପାରିଛନ୍ତି। ଦୀର୍ଘ ୫୪ ବର୍ଷ ଧରି ଏହି ବ୍ରାଞ୍ଚ ଅଫିସ ଚାଲିଛି ଓ ପ୍ରହଲାଦୋରୋଙ୍କ ନିଷ୍ଠାପର କାର୍ଯ୍ୟ ଦ୍ୱାରା ଉକ୍ତ ଅଫିସ ଡିଭିଜନରେ ଥିବା ୩୪୯ଟି ବ୍ରାଞ୍ଚ ଅଫିସ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। କୋଭିଡ୍‌-୧୯ ସଂକ୍ରମଣ ସମୟରେ ସେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଛନ୍ତି। ସେ ଏହି ସମୟରେ ୪୨୭ ଜଣଙ୍କୁ ଇଏମ୍‌ଓ ଡେଲିଭରି କରିପାରିଛନ୍ତି। ସେ ଏହାକୁ ଲୋକମାନଙ୍କୁ ଦେବା ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର କରୁଛନ୍ତି। ଲୋକମାନଙ୍କୁ ଏହାକୁ ବ୍ୟବହାର କରିବା ସହ ଘରେ ରହିବା ଲାଗି ମଧ୍ୟ ପରାମର୍ଶ ଦେଉଛନ୍ତି। ୩୭ ବର୍ଷ ପୂର୍ବେ ସେ ପୋଷ୍ଟ୍‌ମ୍ୟାନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କରୋନା ମହାମାରୀ ସମୟରେ ତାଙ୍କ ବରିଷ୍ଠ ଅଧିତ୍କାରୀମାନେ ଅଫିସରେ ରହି କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ ମଧ୍ୟ ସେ ଲୋକମାନଙ୍କ ପାଖରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri