ପୁଲିଜର ବିଜୟିନୀ

ନିକୋଲ୍‌ ହନ୍ନା-ଜୋନ୍ସ

ଖବରକାଗଜ, ପତ୍ରିକା ଓ ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧରଙ୍କୁ ଆମେରିକା ପକ୍ଷରୁ ପ୍ରତିବର୍ଷ ପୁଲିଜର ପୁରସ୍କୃତ ପ୍ରଦାନ କରାଯାଇଆସୁଛି। ଖ୍ୟାତନାମା ପ୍ରକାଶକ ଯୋଶେଫ୍‌ ପୁଲିଜର ଇଚ୍ଛାପତ୍ରରେ ଦର୍ଶାଇଥିଲେ ଯେ, କଲମ୍ବିଆ ବିଶ୍ୱବିଦ୍ୟାଳୟ ତାଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରେ ଏକ ସାମ୍ବାଦିକତା ସଂସ୍ଥାନ ଖୋଲିବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଦେବା ଲାଗି ପୁରସ୍କାର ପ୍ରତିଷ୍ଠା କରିପାରିବ। ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ କଲମ୍ବିଆ ବିଶ୍ୱବିଦ୍ୟାଳୟ ୧୯୧୭ରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲା। ସେବେଠାରୁ ଅଦ୍ୟାବଧି ବହୁ ବିଦ୍ୱାନ୍‌ ଓ ସୃଜନଶୀଳ ବ୍ୟକ୍ତିଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଉଛି। ତେବେ ଚଳିତବର୍ଷ ମନୋନୀତଙ୍କ ମଧ୍ୟରୁ ୪ ଜଣଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ଦିଆଯିବା ନେଇ ଘୋଷଣା ହେବା ପରେ ଏହା ବିବାଦୀୟ ହୋଇପଡ଼ିଛି। ଫଟୋ ଜର୍ନାଲିଜମ୍‌ କ୍ଷେତ୍ରରେ ଜମ୍ମୁ-କଶ୍ମୀରର ୩ ଫଟୋ ଜର୍ନାଲିଷ୍ଟ ମୁଖ୍‌ତାର ଖାନ୍‌, ୟାସିନ୍‌ ଦାର ଓ ଚନ୍ନି ଆନନ୍ଦଙ୍କୁ ବଛାଯାଇଛି। ସମ୍ମିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରିବର୍ତ୍ତୀ ସ୍ଥିତିକୁ କ୍ୟାମେରା ଲେନ୍ସରେ ଚମତ୍କାର ଭାବେ ତୋଳିବାରେ ସକ୍ଷମ ହୋଇଥିବାରୁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପୁଲିଜର ପ୍ରାଇଜ୍‌ ବୋର୍ଡ ଫଟୋ ଜର୍ନାଲିଷ୍ଟଙ୍କୁ ସମ୍ମାନିତ କରିବାକୁ ଯାଇ କଶ୍ମୀର ଉପରେ ଭାରତର ବୈଧତା ନେଇ ପ୍ରଶ୍ନ ଉଠାଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ‘ନ୍ୟୁୟର୍କ ଟାଇମ୍ସ’ ପତ୍ରିକାର ଅନୁସନ୍ଧାନମୂଳକ ସାମ୍ବାଦିକା ନିକୋଲ୍‌ ହନ୍ନା-ଜୋନ୍ସଙ୍କ ନାମ ବେଷ୍ଟ କମେଣ୍ଟ୍ରି ଆଓ୍ବାର୍ଡ ପାଇଁ ଘୋଷଣା ହେବା ପରେ ତାହାକୁ ନେଇ ବିବାଦ ମଧ୍ୟ ଉଠିଛି। ନିକୋଲ୍‌ ‘ଦି ୧୬୧୯ ପ୍ରୋଜେକ୍ଟ’ରେ କୃଷ୍ଣକାୟମାନଙ୍କୁ ଦାସ ଭାବେ ବିବେଚନା କରାଯିବା ସଂକ୍ରାନ୍ତ ଇତିହାସର ପୁନର୍ବିନ୍ୟାସ ଏବଂ ଜାତୀୟ ସ୍ତରରେ ସମୃଦ୍ଧି ଆଣିବାରେ ଆମେରିକୀୟ କୃଷ୍ଣକାୟଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଏଥିସହିତ ନ୍ୟାଶନାଲ ପବ୍ଲିକ୍‌ ରେଡିଓ ବ୍ରଡ୍‌କାଷ୍ଟ୍‌ରେ ଆମେରିକୀୟ ସ୍କୁଲରେ ଜାତି ଓ ବର୍ଣ୍ଣଗତ ବିଭେଦତା ଏବଂ ଜାତିଗତ ପ୍ରଥାର ବିଲୋପ ଭଳି ବିଷୟରେ ତାଙ୍କ କମେଣ୍ଟ୍ରି ବା ବିବରଣୀ ଉପସ୍ଥାପନା ତାଙ୍କୁ ଅନେକ ସମୟରେ ବିବାଦୀୟ କରିପକାଇଛି। ତେବେ ପୁଲିଜର ପୁରସ୍କାର ପାଇଁ ତାଙ୍କୁ ବଛାଯିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ନିକୋଲ୍‌ ୯ ଏପ୍ରିଲ ୧୯୭୬ରେ ଆଇଓ୍ବା ପ୍ରଦେଶର ଓ୍ବାଟରଲୁଠାରେ ଜନ୍ମଗ୍ରହଣ କରିଥିଲେ। ପିତା ମିଲଟନ୍‌ ହାନ୍ନା ଆଫ୍ରିକୀୟ ଆମେରିକା ହୋଇଥିବା ବେଳେ ମାତା ଚେରିଲ୍‌ ଏ. ନୋଭାଟିନି ଚେକ୍‌ର ନାଗରିକ। ନିକୋଲ୍‌ ହେଉଛନ୍ତି ମାତାପିତାଙ୍କ ୩ କନ୍ୟାଙ୍କ ମଧ୍ୟରେ ଦ୍ୱିତୀୟ। ନିକୋଲ୍‌ ଓ୍ବାଟରଲୁ ଓ୍ବେଷ୍ଟ ହାଇସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ସେହି ସମୟରେ ସେ ସ୍କୁଲରୁ ପ୍ରକାଶ ପାଉଥିବା ଖବରକାଗଜରେ ପ୍ରଥମେ ଲେଖାଲେଖି କରିଥିଲେ। ପିଲାଟି ବେଳୁ ଲେଖା ପ୍ରତି ଆଗ୍ରହ ତାଙ୍କୁ ସାମ୍ବାଦିକ ହେବାକୁ ପ୍ରେରଣା ଦେଇଥିଲା। ୧୯୯୮ରେ ୟୁନିଭର୍ସିଟି ଅଫ୍‌ ନୋଟ୍ରି ଡାମ୍‌ରୁ ସେ ଇତିହାସ ଏବଂ ଆଫ୍ରିକାନ୍‌-ଆମେରିକାନ୍‌ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ନର୍ଥ କରୋଲିନା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୩ରେ ସେ ଶିକ୍ଷା ସମ୍ପର୍କିତ ବିଷୟ ଉପରେ ବୃତ୍ତିଗତ ଭାବେ ଲେଖାଲେଖି ଆରମ୍ଭ କରିଥିଲେ। ତେବେ ୨୦୧୧ରେ ସେ ଅଣଲାଭଦାୟକ ନ୍ୟୁଜ୍‌ ସଂସ୍ଥା ‘ପ୍ରୋପବ୍ଲିକା’ରେ ଯୋଗଦେଇଥିଲେ। ସେଠାରେ ସେ ନାଗରିକଙ୍କ ଅଧିକାର ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରି ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ। ସେବେଠାରୁ ଅଦ୍ୟାବଧି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ତାଙ୍କ ରିପୋର୍ଟ ସାମ୍ବାଦିକତା ଦୁନିଆର ଦୃଷ୍ଟି ଆକର୍ଷଣ କରିପାରିଛି। ଅନୁସନ୍ଧାନମୂଳକ ଲେଖା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକୋଲ୍‌ଙ୍କୁ ୨୦୧୭ରେ ମ୍ୟାକ୍‌ଅର୍ଥର ଫାଉଣ୍ଡେଶନର ‘ଜିନିୟସ୍‌ ଆଓ୍ବାର୍ଡ’ ମିଳିଥିବା ବେଳେ ୨୦୨୦ ଲାଗି ପୁଲିଜର ପୁରସ୍କାର ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଉଜ୍ଜ୍ୱଳ କରିପାରିଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri