ଏଇ ଭାରତରେ

ବିନା ମାଟିରେ ହାଇଡ୍ରୋପୋନିକ ଉପାୟରେ କେବଳ ପାଣିରେ ଚାଷ କରାଯିବା ଜାଣିଛନ୍ତି। କିନ୍ତୁ ଏବେ ତାମିଲନାଡୁର କୃଷି ଇଞ୍ଜିନିୟର ପ୍ରଭୁ ଶଙ୍କର ପବନରେ ହିଁ ଚାଷ କରୁଛନ୍ତି। ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଏହି ପଦ୍ଧତିକୁ କୁହାଯାଉଛି ଏରୋପୋନିକ। ବିନା ମାଟିରେ ପବନରେ ଗଛର ଚେରକୁ ଝୁଲାଇ ଦିଆଯାଇ ଏହି ଚାଷ କରାଯାଉଛି। ଆଦୌ ବର୍ଷା ହେଉ ନ ଥିବା କିମ୍ବା କମ୍‌ ବର୍ଷା ହେଉଥିବା ଅଞ୍ଚଳରେ ଏହିି ପଦ୍ଧତିରେ ଚାଷ କରାଯାଇପାରିବ ବୋଲି କହନ୍ତି ୪୭ ବର୍ଷୀୟ ଶଙ୍କର। ଏଥିରେ କୀଟମାନଙ୍କ ଭୟ ବି ରହୁନି। ପ୍ରଭୁ ୧୦ ହଜାର ବର୍ଗଫୁଟ୍‌ ଫାର୍ମରେ ଟମାଟୋ,ଆଳୁ, ବାଇଗଣ, ବିଟ୍‌, ଗାଜର, ପିଆଜ, ପୋଦିନା ଆଦି ୧୮ ପ୍ରକାର ପରିବା ଚାଷ କରୁଛନ୍ତି। କୋଏମ୍ବାଟୁର୍‌ରେ ରୁହନ୍ତି ପ୍ରଭୁ। ୧୦ ବର୍ଷ ଗବେଷଣା କରିବା ପରେ ସେ ଏହି ପଦ୍ଧତିରେ ଚାଷ କରୁଛନ୍ତି। ପାରମ୍ପରିକ ଉପାୟରେ ଯେତିକି ଅମଳ ହେଉଛି ଏରୋପୋନିକ୍‌ରେ ସେ ୧୫ ଗୁଣ ଅଧିକ ପରିବା ଫଳାଉଛନ୍ତି। ପାରମ୍ପରିକ ଚାଷ ପାଇଁ ଆବଶ୍ୟକ ପାଣିର ମାତ୍ର ୧୦ ପ୍ରତିଶତରେ ଏହି ଚାଷ ହୋଇପାରୁଛି। ଉକ୍ତ ଚାଷକୁ ବ୍ୟାପକ କରିବା ପାଇଁ ତାଙ୍କ ନିଜସ୍ବ କମ୍ପାନୀ ନେଓପୋନିକସ୍‌ ପ୍ରୋଜେକ୍ଟସ୍‌ ଇଣ୍ଡିଆ ଅଧୀନରେ ଜାନୁୟାରୀ ୨୦୧୯ରେ ସେ ‘ନେଓପୋନିକ’ ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ସେ ଚାଷୀମାନଙ୍କୁ ଏରୋପୋନିକ ଫାର୍ମ ନିର୍ମାଣ କରିବାରେ ସହାୟତା କରୁଛନ୍ତି। ଫାର୍ମର ନାମ ରଖିଛନ୍ତି ‘ନେଓ ଫାର୍ମ’। ବ୍ୟବସାୟିକଭିତ୍ତିରେ ଚାଷ କରିବାକୁ ଚାହଁୁଥିବା କୃଷକମାନଙ୍କୁ ଏହି ପଦ୍ଧତି ଢ଼େର ଲାଭ ଦେବ ବୋଲି କହନ୍ତି ଶଙ୍କର। ୧୯୯୮ରେ ସେ ଚାକିରି ଛାଡି ଫାର୍ମ କରିଥିଲେ। ୬ ଜଣିଆ ଟିମ୍‌ ଏଠାରେ କାଯର୍‌ୟ କରିବା ପରେ ଧୀରେ ଧୀରେ ଏହିି ଚାଷରେ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri