ଋଣ ଫେରସ୍ତ ପ୍ରସ୍ତାବ ଦୋହରାଇଲେ ମାଲ୍ୟା

ଲଣ୍ଡନ,୩୦-୪: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ନେଇ ବର୍ଷିଛନ୍ତି। ଏଥିସହ ସେ ତାଙ୍କର ବକେୟା ଋଣ ସମ୍ପୂର୍ଣ୍ଣ ଫେରସ୍ତ ଲାଗି ପ୍ରସ୍ତୁତ ଥିବା ଦୋହରାଇଛନ୍ତି।

ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ମାମଲାରେ ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲା ଚାଲିଛି। ଏହି ୬୩ ବର୍ଷୀୟ ମଦ ବ୍ୟବସାୟୀ ସୋମବାର ସୋସିଆଲ ମିଡିଆ ଜରିଆରେ ବ୍ୟାଙ୍କଗୁଡ଼ିକୁ ଏହି ପ୍ରସ୍ତାବ ଦେଇଛନ୍ତି। ଅର୍ଥର ଅଭାବ କାରଣରୁ ଗତ ମାସରେ ବନ୍ଦ ହୋଇଥିବା ଜେଟ୍‌ ଏୟାରଓ୍ବେଜ ଏବଂ ତାଙ୍କର ବିମାନ କମ୍ପାନୀ କିଙ୍ଗଫିଶର ଏୟାରଲାଇନ୍ସକୁ ନେଇ ମାଲ୍ୟା ଏକାଧିକ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, କିଙ୍ଗଫିଶର ସମେତ ଭାରତରେ ଏକାଧିକ ଏୟାରଲାଇନ୍ସ ବନ୍ଦ ହୋଇଗଲାଣି।  ଜେଟ୍‌ ଦିନେ ବନ୍ଦ ହୋଇଯିବ ଏହା କେହି ଭାବି ନ ଥିଲେ, କିନ୍ତୁ ଏହା ଘଟିଲା। କ୍ଷତି ଯୋଗୁ ବ୍ୟବସାୟ ବନ୍ଦ ହୋଇଯିବା ଏକ ସାଧାରଣ ଘଟଣା। କିନ୍ତୁ ସେ ଶତପ୍ରତିଶତ ଋଣ ଫେରସ୍ତ ଲାଗି ପ୍ରସ୍ତାବ ଦେବା ସତ୍ତ୍ୱେ ସିବିଆଇ/ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତାଙ୍କୁ ଅପରାଧି ଭାବେ ଦର୍ଶାଯାଉଛି। କାହିଁକି ଏପରି ହେଉଛି, କାହିଁକି ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ମାଲ୍ୟା ପ୍ରଶ୍ନ କରିଛନ୍ତି। ପୂର୍ବ ଭଳି ନିଜ ଟୁଇଟ୍‌ରେ ଏହି ମଦ ବ୍ୟବସାୟୀ  କହିଛନ୍ତି ଯେ, କିଙ୍ଗଫିଶର ନେଇଥିବା ଋଣକୁ ଫେରାଇବା ଲାଗି ସେ ରାଜି ଥିବା କହିଥିଲେ ହେଁ ତାଙ୍କ ପ୍ରସ୍ତାବକୁ ଭାରତର ବ୍ୟାଙ୍କଗୁଡ଼ିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ ଲେଖିଛନ୍ତି ଯେ, କର୍ମଚାରୀଙ୍କୁ ଦରମା ମିଳି ନ ଥିବା ବେଳେ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ନେଇ ଟିଭିରେ ହେଉଥିବା ଆଲୋଚନାକୁ ଦେଖି ଦୁଃଖିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri