ଆଲିଗଡ଼ର ତାଲା ଦେଇଛି ରୋଜଗାର: ପେଟ ପାଇଁ ପରିଶ୍ରମ କରନ୍ତି

କେନ୍ଦୁଝର,୨୮ା୭ (ସ୍ବ.ପ୍ର.)-ଆଗ୍ରହ ଓ ଉଦ୍ୟମ ଥିଲେ ରୋଜଗାରର ବାଟ ଦେଖାଦେବ ା ଏଭଳି ରୋଜଗାର ପାଇଁ ଉତ୍ତରପ୍ରଦେଶର ଆଲିଗଡ଼ରୁ ଯୁବକମାନେ ଆସି କେନ୍ଦୁଝରରେ ତାଲା ବିକ୍ରି କରିବା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି। ଆଲିଗଡ଼ ତାଲା କାରଖାନା ପାଇଁ ପ୍ରସିଦ୍ଧ ା ଏଠାରେ ଛୋଟ ବଡ ବହୁ ନାମୀଦାମୀ କମ୍ପାନୀର ତାଲା କାରଖାନା ରହିଥିବା ବେଳେ ଅନେକ ଲୋକ ହାତରେ ତାଲା ତିଆରି କରି ପେଟ ପୋଷୁଛନ୍ତି। ଏହି ତାଲାଗୁଡ଼ିକ ଦେଶର ବିଭିନ୍ନ ସ୍ଥାନକୁ ବିକ୍ରି ହେବାକୁ ଯାଇଥାଏ ା ବଡ ବଡ କମ୍ପାନୀ ତାଲାକୁ ଭଲ ଭଲ ପ୍ୟାକେଟରେ ଭର୍ତ୍ତି କରି ଡିଲର ଜରିଆରେ ଦେଶର ବିଭିନ୍ନ ରାଜ୍ୟକୁ ପଠାଇ ବ୍ୟବସାୟ କରିଥାନ୍ତି। ତେବେ ଛୋଟ ଛୋଟ କମ୍ପାନୀଗୁଡ଼ିକ ଯୁବକମାନଙ୍କୁ କର୍ମନିଯୁକ୍ତିର ସୁଯୋଗ ଯୋଗାଇଦେବା ସହ ସେମାନଙ୍କ ଜରିଆରେ ଦେଶରେ ତାଲା ବିକିଥାନ୍ତି। ଏହି ଯୁବକମାନେ ବିଭିନ୍ନ ରାଜ୍ୟକୁ ଯାଇ ତାଲା ବିକି ଦୁଇପଇସା ଲାଭ କରି ଘରକୁ ଫେରନ୍ତି। ସେମାନେ ପ୍ରତ୍ୟେକ ବର୍ଷ ଦୁଇ ଥର କେନ୍ଦୁଝର ଆସନ୍ତି। ଦିନରେ ରହି ବିଭିନ୍ନ ହାଟବଜାର ବୁଲି ତାଲା ବିକି ଫେରିଯାଆନ୍ତି। ଦିନକୁ ୩୦୦ ରୁ ୪୦୦ ଟଙ୍କା ଲାଭ ମିଳିଥାଏ ବୋଲି କୁହନ୍ତି ତାଲା ବ୍ୟବସାୟୀ ମହମ୍ମଦ ଚାନ୍ଦ ମଲ୍ଲିକ। ଘରଦ୍ୱାର ଛାଡି ବିଭିନ୍ନ ରାଜ୍ୟ ବୁଲି ବୁଲି ତାଲା ଚାବି ବିକ୍ରି କରିଥାନ୍ତି। ମାସେ/ଦୁଇ ମାସରେ ଘରକୁ ଚାଲିଯାଆନ୍ତି। ପୁଣି ଅନ୍ୟ ରାଜ୍ୟକୁ ଯାଇ ତାଲା ବିକିଥାନ୍ତି ବୋଲି କୁହନ୍ତି। ଓଡ଼ିଶା ବ୍ୟତୀତ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ସେ ତାଲା ବିକିଥାନ୍ତି ବୋଲି କହିଛନ୍ତି। ସେମାନେ ୪/୫ ଜଣ ଗ୍ରୁପ ହୋଇ ଆସିଥାନ୍ତି। ଏକାଠି ଧର୍ମଶାଳାରେ ଗୋଟିଏ ରୁମ୍‌ରେ ରହି ଦିନରେ ବୁଲି ବୁଲି ତାଲା ବିକିଥାନ୍ତି ବୋଲି କହିଛନ୍ତି ୟୁନିସ ମଲ୍ଲିକ।
ପାଠପଢ଼ା ଯୋଗ୍ୟତା ସମସ୍ତଙ୍କର କମ୍‌ ଥିଲେ ହେଁ ପରିଶ୍ରମ କରି ପେଟ ପୋଷିବା ସେମାନଙ୍କ ଧର୍ମ ହୋଇଛି ା ୧୫୦ ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ସାଇଜ ଓ କମ୍ପାନୀର ତାଲା ସେମାନେ ବିକିଥାନ୍ତି। ଏହି ତାଲା ବିକି ପରିବାର ଚଳାଇବା ପରମ୍ପରା ସେମାନଙ୍କର ବହୁ ପୁରୁଣା ା ସେମାନଙ୍କ ବାପା ଦାଦା ମାନେ ଏହି କାମ କରିଆସୁଛନ୍ତି ଏବଂ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି କାମ କରିବେ ବୋଲି ସେମାନଙ୍କ ବିଶ୍ୱାସ ରହିଛି ା
ଫଟୋ -ତାଲା ବିକୁଛନ୍ତି ଆଲିଗଡ଼ ଯୁବକ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri