Posted inରାଜ୍ୟ

ଆଜି ବିଶ୍ୱ ପିତୃ ଦିବସ: ବଦଳିଯାଉଛି ପିତା ଧର୍ମ ପିତା ସ୍ବର୍ଗର ପରିଭାଷା, ପରିବାର ଥିଲେ ମଧ୍ୟ ସେମାନେ ଅବହେଳିତ

ଖଣ୍ଡପଡା,୧୬ା୬ – ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ହାତ ଧରି ଯିଏ ଚାଲିବା ଶିଖାଏ, ସମ୍ବଳ ନ ଥାଇ ମୁଣ୍ଡଝାଳ ତୁଣ୍ଡରେ ମାରି ଯିଏ ପିଲାର ଭବିଷ୍ୟତ ପାଇଁ ଚିନ୍ତାକରେ, ଯାହାଙ୍କୁ ପାଖରେ ପାଇଲେ ଶତ ସିଂହର ବଳ ଆସେ, ସିଏ ଆମର ବାପା। ଏକାନ୍ନ ପରିବାରରେ ମୂଲ୍ୟବୋଧର ଅବକ୍ଷୟ ଯୋଗୁ ପିତୃତ୍ୱ ଆଜି ବିପନ୍ନ । ପରିବାର ବିଭକ୍ତୀକରଣ ପ୍ରକ୍ରିୟାରେ ଅନେକ ସ୍ଥାନରେ ମା’ କିମ୍ବା ବାପାଙ୍କୁ ପିଲାମାନଙ୍କ ପାଖରେ ପାଳିକରି ରହିବାକୁ ପଡୁଛି। କାହିଁ କେଉଁ କାଳରୁ ରହିଆସିଥିବା ସେହି ମହାନ୍‌ ସଂସ୍କୃତି ପିତା ଧର୍ମଃ ପିତା ସ୍ବର୍ଗଃ ପିତାହିଁ ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ । ଏପରି ଭାବ ଆମ ସମାଜରେ ସମ୍ପ୍ରତି ହଜିଯିବାକୁ ବସିଲାଣି । ଅନେକ ବାପା ଅଛନ୍ତି ଯେଉଁମାନଙ୍କ ପାଇଁ ପିତୃ ଦିବସ ମୂଲ୍ୟହୀନ। ପରିବାରରେ ରହିଥିଲେ ମଧ୍ୟ ସେମାନେ ଅବହେଳିତ ଓ ଉପେକ୍ଷିତ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ଉପସ୍ଥାପନା।

କ’ଣ କହନ୍ତି ଏମାନେ…
-ପିତାଙ୍କୁ ସ୍ବର୍ଗଠାରୁ ଅଧିକ ଭାବରେ ଗ୍ରହଣ କରିଛି ଭାରତୀୟ ସଂସ୍କୃତି । ସନ୍ତାନକୁ ମା’ ଜନ୍ମ ଦେଲେ ମଧ୍ୟ ପିତାଙ୍କର ଭୂମିକା କିଛି କମ୍‌ ନୁହଁ । ସେଥିପାଇଁ କୁହାଯାଇଛି ପିତା ଥିବା ପୁତ୍ର ସଭାରେ ହାରେନା । କିନ୍ତୁ ବର୍ତ୍ତମାନ ଯୁଗରେ ଯେଉଁମାନେ ଉଚ୍ଚ ଶିକ୍ଷିତ ଓ ପ୍ରତିଷ୍ଠିତ ସେମାନେ ସେମାନଙ୍କ ପିତାଙ୍କୁ ହତାଦର କରୁଥିବା ଦେଖାଯାଉଛି । ପିତାଙ୍କ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କୁ ବହୁ ଭାବରେ ଅବହେଳା କରାଯାଉଛି । ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରି ବନବାସ ଯାଇ ଏକ ଆଦର୍ଶ ପୁତ୍ରର ପରିଚୟ ଦେଇଥିଲେ । ପିତୃ ଦିବସ ଗୋଟିଏ ଦିନ ପାଳନ କଲେ ହେବନି, ପିତାଙ୍କ ପ୍ରତି ପୁତ୍ରର ଯେଭଳି ଭାବେ ସମ୍ମାନ ପ୍ରଦର୍ଶନ କରିବା କଥା ତାହା ନ କଲେ ସେ ପୁତ୍ରର ଜୀବନରେ ଆଦୌ ଉନ୍ନତି ହେବ ନାହିଁ ।

ଗିରିଜା ଶଙ୍କର ତରାସିଆ, ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର

-ଆମମାନଙ୍କ ଜନ୍ମଦାତା ଆମମାନଙ୍କୁ ଉପଯୁକ୍ତ ସଂସ୍କାର, ଶିକ୍ଷା ଦିଅନ୍ତି। ପିତାଙ୍କ ଅବଦାନ କୌଣସି ପୁତ୍ର କେବେ ବି ଶୁଝିପାରି ନ ଥାଏ ା ମୋ ପାଇଁ ମୋ ବାପା ସବୁକିଛି। ମୁଁ ଯାହା ହୋଇଛି କେବଳ ତାଙ୍କରି ପାଇଁ । ଦୁର୍ଭାଗ୍ୟ ମୋର ୧୬ ବର୍ଷ ସମୟରେ ମୋ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ହେଲେ ସେ ଯେଭଳି ଖଣ୍ଡପଡାର ସେବା କରିବାର ବ୍ରତ ନେଇ କାର୍ଯ୍ୟ କରୁଥିଲେ ମୁଁ ତାଙ୍କରି ପଥ ଅନୁସରଣ କରିଚାଲିଛି। ଚେଷ୍ଟା କରୁଛି ତାଙ୍କ ସ୍ବପ୍ନକୁ ସାକାର କରି ସେହି ମାଧ୍ୟମରେ ମୋର ଭକ୍ତିପୁତ ସମ୍ମାନ ଜଣାଇବା ପାଇଁ ।

ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟକ, ଖଣ୍ଡପଡା

-ପିତୃତ୍ୱ ଏକ ପରୀକ୍ଷା, ପାରଦର୍ଶିତାର ପରିଭାଷା, ତ୍ୟାଗ ଓ ତିତିକ୍ଷାର ଅମ୍ଳାନ ଗାଥା। ପରିବାର ରୁପକ କୈଳାସ ପର୍ବତର ବାପା ହେଉଛନ୍ତି ମହାଦେବ ସଦୃଶ ା ଯିଏ ବିଷ ପିଇ ଆମକୁ ଅମୃତ ପିଆଇଥାନ୍ତି । ଯାହା ପାଖେ ବାପା ଥାଆନ୍ତି ସେ ସବୁଠି ବାଜିମାତ୍‌ କରନ୍ତି। ଏଣୁ ସଂସାରର ସବୁ ବାପାଙ୍କ ଓଠରେ ହସ ଭରିଦେବା ହିଁ ସବୁ ସନ୍ତାନଙ୍କର ଜୀବନର ଲକ୍ଷ୍ୟ ହେଉ, ପିତୃତ୍ୱ ଦିବସରେ ମୋର ଏହାହିଁ କାମନା ।
ରୁପାଲୀ ସାହୁ, ଛାତ୍ରୀ, ଓଡିଶା ଆଦର୍ଶ ବିଦ୍ୟାଳୟ

-ଜୀବନରେ କିଛି ଦରକାର ନାହିଁ । ଖାଲି ସ୍ନେହ, ପ୍ରେମଟିକେ ଦରକାର । ଯେଉଁ ନୀତି, ଆଦର୍ଶରେ ରାମରାଜ୍ୟ ଗଠିତ ହୋଇଥିଲା, ଆଜି ସେହି ନୀତି ଆଦର୍ଶ କଥା ଉଠିିଲେ ବାପାଙ୍କ କଥା ମନେପଡେ। ବାପା ଆଜି ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କର ସେହି ଦୁଇପଦ କଥା ମୋର ମନେ ଅଛି। ସେ କହୁଥିଲେ ଚାରିଧାମ ବୁଲିଲେ ଯେତିକି ପୂଣ୍ୟ ଅର୍ଜନ ହୋଇଥାଏ, ତା’ର ଦଶଗୁଣ ପୂଣ୍ୟ ମିଳିଥାଏ ମା’ବାପାଙ୍କ ସେବାରୁ ।
କ୍ଷୀରୋଦ କୁମାର ମହାପାତ୍ର, ହାଇଟେକ ହସ୍‌ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri