Posted inରାଜ୍ୟ

ଆଜି ବିଶ୍ୱ ପିତୃ ଦିବସ: ବଦଳିଯାଉଛି ପିତା ଧର୍ମ ପିତା ସ୍ବର୍ଗର ପରିଭାଷା, ପରିବାର ଥିଲେ ମଧ୍ୟ ସେମାନେ ଅବହେଳିତ

ଖଣ୍ଡପଡା,୧୬ା୬ – ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ହାତ ଧରି ଯିଏ ଚାଲିବା ଶିଖାଏ, ସମ୍ବଳ ନ ଥାଇ ମୁଣ୍ଡଝାଳ ତୁଣ୍ଡରେ ମାରି ଯିଏ ପିଲାର ଭବିଷ୍ୟତ ପାଇଁ ଚିନ୍ତାକରେ, ଯାହାଙ୍କୁ ପାଖରେ ପାଇଲେ ଶତ ସିଂହର ବଳ ଆସେ, ସିଏ ଆମର ବାପା। ଏକାନ୍ନ ପରିବାରରେ ମୂଲ୍ୟବୋଧର ଅବକ୍ଷୟ ଯୋଗୁ ପିତୃତ୍ୱ ଆଜି ବିପନ୍ନ । ପରିବାର ବିଭକ୍ତୀକରଣ ପ୍ରକ୍ରିୟାରେ ଅନେକ ସ୍ଥାନରେ ମା’ କିମ୍ବା ବାପାଙ୍କୁ ପିଲାମାନଙ୍କ ପାଖରେ ପାଳିକରି ରହିବାକୁ ପଡୁଛି। କାହିଁ କେଉଁ କାଳରୁ ରହିଆସିଥିବା ସେହି ମହାନ୍‌ ସଂସ୍କୃତି ପିତା ଧର୍ମଃ ପିତା ସ୍ବର୍ଗଃ ପିତାହିଁ ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ । ଏପରି ଭାବ ଆମ ସମାଜରେ ସମ୍ପ୍ରତି ହଜିଯିବାକୁ ବସିଲାଣି । ଅନେକ ବାପା ଅଛନ୍ତି ଯେଉଁମାନଙ୍କ ପାଇଁ ପିତୃ ଦିବସ ମୂଲ୍ୟହୀନ। ପରିବାରରେ ରହିଥିଲେ ମଧ୍ୟ ସେମାନେ ଅବହେଳିତ ଓ ଉପେକ୍ଷିତ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ଉପସ୍ଥାପନା।

କ’ଣ କହନ୍ତି ଏମାନେ…
-ପିତାଙ୍କୁ ସ୍ବର୍ଗଠାରୁ ଅଧିକ ଭାବରେ ଗ୍ରହଣ କରିଛି ଭାରତୀୟ ସଂସ୍କୃତି । ସନ୍ତାନକୁ ମା’ ଜନ୍ମ ଦେଲେ ମଧ୍ୟ ପିତାଙ୍କର ଭୂମିକା କିଛି କମ୍‌ ନୁହଁ । ସେଥିପାଇଁ କୁହାଯାଇଛି ପିତା ଥିବା ପୁତ୍ର ସଭାରେ ହାରେନା । କିନ୍ତୁ ବର୍ତ୍ତମାନ ଯୁଗରେ ଯେଉଁମାନେ ଉଚ୍ଚ ଶିକ୍ଷିତ ଓ ପ୍ରତିଷ୍ଠିତ ସେମାନେ ସେମାନଙ୍କ ପିତାଙ୍କୁ ହତାଦର କରୁଥିବା ଦେଖାଯାଉଛି । ପିତାଙ୍କ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କୁ ବହୁ ଭାବରେ ଅବହେଳା କରାଯାଉଛି । ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରି ବନବାସ ଯାଇ ଏକ ଆଦର୍ଶ ପୁତ୍ରର ପରିଚୟ ଦେଇଥିଲେ । ପିତୃ ଦିବସ ଗୋଟିଏ ଦିନ ପାଳନ କଲେ ହେବନି, ପିତାଙ୍କ ପ୍ରତି ପୁତ୍ରର ଯେଭଳି ଭାବେ ସମ୍ମାନ ପ୍ରଦର୍ଶନ କରିବା କଥା ତାହା ନ କଲେ ସେ ପୁତ୍ରର ଜୀବନରେ ଆଦୌ ଉନ୍ନତି ହେବ ନାହିଁ ।

ଗିରିଜା ଶଙ୍କର ତରାସିଆ, ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର

-ଆମମାନଙ୍କ ଜନ୍ମଦାତା ଆମମାନଙ୍କୁ ଉପଯୁକ୍ତ ସଂସ୍କାର, ଶିକ୍ଷା ଦିଅନ୍ତି। ପିତାଙ୍କ ଅବଦାନ କୌଣସି ପୁତ୍ର କେବେ ବି ଶୁଝିପାରି ନ ଥାଏ ା ମୋ ପାଇଁ ମୋ ବାପା ସବୁକିଛି। ମୁଁ ଯାହା ହୋଇଛି କେବଳ ତାଙ୍କରି ପାଇଁ । ଦୁର୍ଭାଗ୍ୟ ମୋର ୧୬ ବର୍ଷ ସମୟରେ ମୋ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ହେଲେ ସେ ଯେଭଳି ଖଣ୍ଡପଡାର ସେବା କରିବାର ବ୍ରତ ନେଇ କାର୍ଯ୍ୟ କରୁଥିଲେ ମୁଁ ତାଙ୍କରି ପଥ ଅନୁସରଣ କରିଚାଲିଛି। ଚେଷ୍ଟା କରୁଛି ତାଙ୍କ ସ୍ବପ୍ନକୁ ସାକାର କରି ସେହି ମାଧ୍ୟମରେ ମୋର ଭକ୍ତିପୁତ ସମ୍ମାନ ଜଣାଇବା ପାଇଁ ।

ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟକ, ଖଣ୍ଡପଡା

-ପିତୃତ୍ୱ ଏକ ପରୀକ୍ଷା, ପାରଦର୍ଶିତାର ପରିଭାଷା, ତ୍ୟାଗ ଓ ତିତିକ୍ଷାର ଅମ୍ଳାନ ଗାଥା। ପରିବାର ରୁପକ କୈଳାସ ପର୍ବତର ବାପା ହେଉଛନ୍ତି ମହାଦେବ ସଦୃଶ ା ଯିଏ ବିଷ ପିଇ ଆମକୁ ଅମୃତ ପିଆଇଥାନ୍ତି । ଯାହା ପାଖେ ବାପା ଥାଆନ୍ତି ସେ ସବୁଠି ବାଜିମାତ୍‌ କରନ୍ତି। ଏଣୁ ସଂସାରର ସବୁ ବାପାଙ୍କ ଓଠରେ ହସ ଭରିଦେବା ହିଁ ସବୁ ସନ୍ତାନଙ୍କର ଜୀବନର ଲକ୍ଷ୍ୟ ହେଉ, ପିତୃତ୍ୱ ଦିବସରେ ମୋର ଏହାହିଁ କାମନା ।
ରୁପାଲୀ ସାହୁ, ଛାତ୍ରୀ, ଓଡିଶା ଆଦର୍ଶ ବିଦ୍ୟାଳୟ

-ଜୀବନରେ କିଛି ଦରକାର ନାହିଁ । ଖାଲି ସ୍ନେହ, ପ୍ରେମଟିକେ ଦରକାର । ଯେଉଁ ନୀତି, ଆଦର୍ଶରେ ରାମରାଜ୍ୟ ଗଠିତ ହୋଇଥିଲା, ଆଜି ସେହି ନୀତି ଆଦର୍ଶ କଥା ଉଠିିଲେ ବାପାଙ୍କ କଥା ମନେପଡେ। ବାପା ଆଜି ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କର ସେହି ଦୁଇପଦ କଥା ମୋର ମନେ ଅଛି। ସେ କହୁଥିଲେ ଚାରିଧାମ ବୁଲିଲେ ଯେତିକି ପୂଣ୍ୟ ଅର୍ଜନ ହୋଇଥାଏ, ତା’ର ଦଶଗୁଣ ପୂଣ୍ୟ ମିଳିଥାଏ ମା’ବାପାଙ୍କ ସେବାରୁ ।
କ୍ଷୀରୋଦ କୁମାର ମହାପାତ୍ର, ହାଇଟେକ ହସ୍‌ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri