ଅସୁରକ୍ଷିତ ଷ୍ଟାଡିୟମ ପୁରୁଣା ଗ୍ୟାଲେରି : ରକ୍ଷଣାବେକ୍ଷଣ କରିବାକୁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିନ୍ତୁ ମହାଆଡମ୍ବରରେ ପାଳନ ହେବାକୁ ଥିବା ଏହି ସ୍ବାଧୀନତା ଦିବସରେ ଲୋକମାନେ କେଉଁଠି ବସିବେ ତାହାକୁ ନେଇ ଚିନ୍ତା ପ୍ରକଟ କରିଛି ଜିଲା ପ୍ରଶାସନ।

ଅନୁଗୋଳ ଷ୍ଟାଡିୟମରେ ଥିବା ଦୁଇଟି ଗ୍ୟାଲେରି ମଧ୍ୟରୁ ଗୋଟିଏକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଅସୁରକ୍ଷିତ ଘୋଷଣା କରାଯାଇଥିଲେ ବି ବିଗତ ବର୍ଷମାନଙ୍କରେ ଉକ୍ତ ଗ୍ୟାଲେରିରେ ଦର୍ଶକମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ ଚଳିତ ବର୍ଷ ତାହାକୁ ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକରେ ଦାବି କରାଯାଇଥିଲା। ଏହାପରେ ଷ୍ଟାଡିୟମର ସ୍ଥିତି ପରଖିବାକୁ ଜିଲାପାଳ, ଅନୁଗୋଳ ଉପଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ସମେତ ବହୁ ପଦାଧିକାରୀମାନେ ଷ୍ଟାଡିୟମ ଯାଇଥିଲେ। ତେବେ ଉକ୍ତ ଗ୍ୟାଲେରି ଅସୁରକ୍ଷିତ ଥିବା ଦେଖିବା ପରେ ପୂର୍ତ୍ତ ବିଭାଗ ସହ ଆଲୋଚନା କରାଯାଇଛି। ଆବଶ୍ୟକ ପଡ଼ିଲେ ପରେଡ ସମୟରେ ଉକ୍ତ ଅସୁରକ୍ଷିତ ଗ୍ୟାଲେରିକୁ ବନ୍ଦ କରାଯିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି। ତେବେ ତାହାକୁ ମରାମତି କରାଯିବ ବୋଲି ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ନୂଆ ଗ୍ୟାଲେରି ଫୁଲ ହେବା ପରେ ପଡ଼ିଆ ମଝିରେ ହୋଇଥିବା ବ୍ୟାରିକେଟ ନିକଟରେ ରହି ଦର୍ଶକମାନେ ପରେଡ ଦେଖିପାରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଅସୁରକ୍ଷିତ ଥିବା ଗ୍ୟାଲେରିରୁ ବାରମ୍ବାର ପଲସ୍ତରା ଖସିବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଜିଲା ଆଥ୍‌ଲେଟିକ୍‌ସ କ୍ଲବ ଅଧୀନରେ ଷ୍ଟାଡିୟମ ରହିଥିବାବେଳେ ତାମଡା ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିଲା। ତେବେ ଅସୁରକ୍ଷିତ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଷ୍ଟାଡିୟମର ମରାମତି ପାଇଁ ପୂର୍ତ୍ତ ବିଭାଗକୁ ରିପୋର୍ଟ ମଗାଯାଇଥିଲା। ପୂର୍ତ୍ତ ବିଭାଗ ୧ କୋଟି ୬୩ ଲକ୍ଷ ୨୯ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଇଥିଲା। କିନ୍ତୁ ଅଦ୍ୟାବଧି ପ୍ରଶାସନ ନିକଟରୁ କୌଣସି ଉତ୍ତର ଆସିନାହିଁ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଷ୍ଟାଡିୟମର ରକ୍ଷଣାବେକ୍ଷଣ ପାଇଁ ଶୁକ୍ରବାର ଯୁବ ସାମାଜିକ କର୍ମୀ ଓ ଖେଳାଳିମାନେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଜିଲାର ପ୍ରଶାସନିକ ଅବହେଳା ଯୋଗୁ ଷ୍ଟାଡିୟମର ଉନ୍ନତି ପରିବର୍ତ୍ତେ ଦିନକୁ ଦିନ ଧ୍ୱଂସ ହେବାକୁ ଯାଉଛି। ତେଣୁ ଷ୍ଟାଡିୟମ ସୁରକ୍ଷା ପାଇଁ ମୁଖ୍ୟ ଫାଟକରେ ସିସିଟିଭି ଲଗାଯିବା ସହ ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଦୀନେଶ ପ୍ରଧାନଙ୍କ ନେତୃତ୍ୱରେ କ୍ରୀଡ଼ାବିତ ଓ ସାମାଜିକ କର୍ମୀମାନେ ଜିଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri