ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ

ଭୁବନେଶ୍ୱର, ୬।୧(ବନ୍ଦନା ସେଠୀ) : ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଆବାସିକ ଘର, ଦୋକାନ, ହୋଟେଲ, ଗେଷ୍ଟହାଉସ୍‌, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଶପିଂ ମଲ୍‌, ହାଟ, ହେଲ୍‌ଥ କେୟାର ୟୁନିଟ୍‌, ବିୟୁଟି ପାର୍ଲର, ସ୍ପା, ବିବାହ ମଣ୍ଡପ, କଲ୍ୟାଣ ମଣ୍ଡପ, ଭେଣ୍ଡିଂଜୋନ୍‌ ବ୍ୟବସାୟୀ, ଢାବା, ମଦ ଦୋକାନ, ମିଠା ଦୋକାନ, କଫି ଶପ୍‌, ପ୍ରିଣ୍ଟିଂ ପ୍ରେସ୍‌, ଇଣ୍ଡଷ୍ଟ୍ରିଜ୍‌, ପେଟ୍ରୋଲ ପମ୍ପ୍‌ ଆଦିରୁ ଅଳିଆ ଉଠାଇବାକୁ ମାସିକ ୟୁଜର୍ସ ଫି’ ଆଦାୟ କରିବ ବିଏମ୍‌ସି। ସବୁ ବର୍ଗ ପାଇଁ ଅଲଗା ଫି’ ଦର ଧାର୍ଯ୍ୟ ହୋଇଛି। ଫି’ ତାଲିକା ପ୍ରକାଶ କରାଯିବା ସହ ୨୦୧୮ ବାଇ ଲ’ ଅନୁଯାୟୀ ଫି’ ଆଦାୟ ଆରମ୍ଭ ହୋଇଛି। ଏନେଇ ‘ସଫା’ ଆପ୍‌ ଏବଂ ହ୍ବାଟ୍‌ସଆପ୍‌ ନଂ. ୭୬୫୩୦୧୧୮୩୨ ମାଧ୍ୟମରେ ଲୋକମାନେ ଅଧିକ ସୂଚନା ପାଇପାରିବେ ବୋଲି ସୋମବାର ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏଥିସହ ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (ୟୁଜର ଫି) ଦେବାକୁ ସେ ଅନୁରୋଧ କରିଛନ୍ତି। ଅଳିଆ ସଂଗ୍ରହ ପାଇଁ ବିଏମ୍‌ସିର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏଥିରେ ସହରବାସୀଙ୍କ ସହଯୋଗ ଲୋଡିଛନ୍ତି ମେୟର।
ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ଫି’ ଅନୁଯାୟୀ, ଇଡବ୍ଲ୍ୟୁଏସ୍‌/ଏଲ୍‌ଆଇଜି ବର୍ଗ (୮୦୦ବର୍ଗ ମି. କ୍ଷେତ୍ର) ପାଇଁ ମାସକୁ ୫୦ ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ଏମ୍‌ଆଇଜି ବର୍ଗ (୮୦୦ ବର୍ଗ ମି.ରୁ ୧୨୦୦ବର୍ଗ ମି.) ପାଇଁ ୭୫ ଟଙ୍କା ଏବଂ ଏଚ୍‌ଆଇଜି ବର୍ଗ ପାଇଁ ୧୨୫ଟଙ୍କା ୟୁଜର ଫି’ ରଖାଯାଇଛି। ଆର୍‌ଏଓ୍ବାଇ ଓ ପିଏମ୍‌ଏଓ୍ବାଇ ଯୋଜନାରେ ମିଳିଥିବା ଘର ପାଇଁ ୨୦ଟଙ୍କା ଏବଂ ଅନ୍ୟାନ୍ୟ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କଠାରୁ ବର୍ଗଫୁଟକୁ ୫୦ ପଇସା ପର୍ଯ୍ୟନ୍ତ ଦେବାକୁ ପଡିବ। ସେହିପରି ଘରୋଇ ଶିକ୍ଷାନୁଷ୍ଠାନ ୧୦୦ ଛାତ୍ରୀଛାତ୍ର ପର୍ଯ୍ୟନ୍ତ ୧୦୦୦ଟଙ୍କା, ୧୦୧ରୁ ୫୦୦ ଛାତ୍ରୀଛାତ୍ର ଥିଲେ ୩୦୦୦ଟଙ୍କା ଏବଂ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଥିଲେ ପ୍ରାୟ ୪୦୦୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ମହାନଗର ନିଗମ ଅଧୀନରେ ଥିବା ବିଭିନ୍ନ ହାଟରୁ ମଧ୍ୟ ୟୁଜର ଫି’ ଆଦାୟ ହେବ। ରାସ୍ତାକଡ଼ ଦୋକାନୀ ତଥା ଭେଣ୍ଡିଂ ଜୋନ୍‌ ବ୍ୟବସାୟୀଙ୍କ ପାଇଁ ୫୦ଟଙ୍କା ଅଥବା ଦୈନିକ ୨ଟଙ୍କା, ହାଟରେ ଥିବା ଦୋକାନ (୨ଶହ ବର୍ଗଫୁଟ ପର୍ଯ୍ୟନ୍ତ) ପାଇଁ ୧୦୦ ଟଙ୍କା, ୨୦୧ରୁ ୫୦୦ ବର୍ଗଫୁଟ ବିଶିଷ୍ଟ ଦୋକାନ ପାଇଁ ୨୫୦ଟଙ୍କା ଏବଂ ୫୦୦ ବର୍ଗଫୁଟରୁ ଅଧିକ ଦୋକାନ ଘର ପାଇଁ ୫୦୦ଟଙ୍କା ୟୁଜର୍ସ ଫି’ ଧାର୍ଯ୍ୟ କରାଯାଇଛି। ସେହିଭଳି ଏଥର ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ସହର ଭାବେ ଗଢ଼ିତୋଳିବା ପାଇଁ ମେୟର ବିଏମ୍‌ସି ପକ୍ଷରୁ ଲୋକଙ୍କ ସହଯୋଗ କାମନା କରିଛନ୍ତି। ସ୍ବଚ୍ଛ ପରିବେଶ ସହ ସ୍ବଚ୍ଛ ବାୟୁ ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେଥିପାଇଁ ବିଏମ୍‌ସି ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି)ର ନିୟମ ଅନୁଯାୟୀ ବିଭିନ୍ନ ପଦକ୍ଷେପ ନେଉଛି। ଏହିକ୍ରମରେ ସ୍ବଚ୍ଛସାଥୀମାନେ ନିଜ ୱାର୍ଡରୁ ୨୦୧୮ ମସିହାରେ ବିଏମ୍‌ସି ଦ୍ୱାରା ଧାର୍ଯ୍ୟ ୟୁଜର ଫି’ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୧ରୁ ସହରବାସୀଙ୍କଠାରୁ ୟୁଜର ଫି’ ଆଦାୟ ଆରମ୍ଭ ହୋଇଥିବାବେଳେ ଏବେଠାରୁ ଫୁଲ୍‌ ଫେଜ୍‌ରେ ଆଦାୟ କରାଯିବ ବୋଲି ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଅତିରିକ୍ତ କମିଶନର ରତ୍ନାକର ସାହୁ, ରାଜସ୍ବ ଡେପୁଟି କମିଶନର ଅଜୟ ମହାନ୍ତି ଏବଂ ପରିମଳ ଡେପୁଟି କମିଶନର ଏନ. ଗଣେଶ ବାବୁ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

ମାତ୍ର ଗୋଟିଏ ମିନିଟରେ ଟିକେଟ ରେଜିଷ୍ଟ୍ରେଶନ ଶେଷ! IND vs WI ମ୍ୟାଚ ପାଇଁ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ (ODI) ସିରିଜ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଏଥିରେ ରୋହିତ ଶର୍ମା…

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?