ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୨୫।୧

ଢେଙ୍କାନାଳ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ଶୁକ୍ରବାର ୨୦୧୬ରେ ସଂଘଟିତ ଏକ ନାବାଳିକା ବଳାତ୍କାର ଏବଂ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ରାଜକିଶୋର ମହାପାତ୍ର ମାମଲାର ଅଭିଯୁକ୍ତ ଶିବାନନ୍ଦ ପ୍ରଧାନଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି। ମାମଲାକୁ ସ୍ବତନ୍ତ୍ର ପୋକ୍‌ସୋ ପବ୍ଲିକ ପ୍ରସିକ୍ୟୁଟର ସୁଲେମାନ ଖଁା ପରିଚାଳନା କରିଥିଲେ।
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ଜାନୁୟାରୀ ୨୪ ରାତି ପ୍ରାୟ ୯ଟାରେ ଭୁବନ ଥାନା ମାଳୁଆଗୋଡ଼ା ଗ୍ରାମର ସମ୍ପୃକ୍ତା ୧୦ ବର୍ଷୀୟା ନାବାଳିକା ନିଜ ଭାଇଙ୍କ ସହ ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ ଭାଇ ଘରକୁ ଫେରିଥିଲେ। ହେଲେ ନାବାଳିକାଙ୍କ ଖୋଜଖବର ମିଳି ନ ଥିଲା। ଘଟଣା ପରଦିନ ତାଙ୍କ ମୃତଦେହ ଗ୍ରାମର ଜଣେ ବ୍ୟକ୍ତିଙ୍କ ପାଳଗଦା ପାଖରୁ ଠାବ କରାଯାଇଥିଲା। ହେଲେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ ନ କରାଇ ପରିବାର ଲୋକେ ପୋତି ଦେଇଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ତଦନ୍ତରୁ ନାବାଳିକାଙ୍କୁ ବଳାତ୍କାର ପରେ ସେ ପିନ୍ଧିଥିବା ପୋଷାକରେ ତଣ୍ଟିଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ନଂ. ୧୮/୧୬ରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତ ଶିବାନନ୍ଦଙ୍କୁ ଗିରଫ କରିଥିଲା। ତତ୍କାଳୀନ ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଘଟଣାର ତଦନ୍ତ କରିଥିଲେ। ପଚରାଉଚୁରା ପରେ ଶିବାନନ୍ଦ ଦୋଷ ସ୍ବୀକାର କରିଥିଲେ। ମାମଲାର ସିଟି ସ୍ପେଶାଲ (ପୋକ୍‌ସୋ) କେସ୍‌ (ନଂ. ୮/୧୬) ଅନୁଯାୟୀ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଏହି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri