ଅନୁଗୋଳ ରକ୍ତଭଣ୍ଡାର ଖାଲି

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ଫାଙ୍କା ପଡ଼ିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍‌ର ରକ୍ତ ନାହିଁ। ଫଳରେ ମେଡିକାଲରୁ ଚିଠା ଧରି ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଧାଉଁଥିଲେ ବି ନିରାଶ ହୋଇ ଫେରିବାକୁ ପଡ଼ୁଛି। ରକ୍ତ ମହଜୁଦ ନ ଥିବାରୁ କର୍ତ୍ତୃପକ୍ଷ, କର୍ମଚାରୀ ବି ନାଚାର ହୋଇପଡ଼ିଛନ୍ତି। ଏପରି ସ୍ଥିତିରେ ସାମାଜିକ କର୍ମୀମାନେ କେତେବେଳେ କେମିତି ସହାୟତା କରିପାରୁଥିବାରୁ କିଛି ଆବଶ୍ୟକତା ମେଣ୍ଟିଯାଉଛି। ହେଲେ ଅନେକ ରୋଗୀ ଏବେ ବି ଗୋଟିଏ ୟୁନିଟ୍‌ ରକ୍ତ ପାଇବାକୁ ଅପେକ୍ଷା କରିଛନ୍ତି। ଗୁରୁତର କିମ୍ବା ଅପରେଶନ କେସ୍‌ରେ ବି ସମ୍ପର୍କୀୟଙ୍କ ଆସିବା ପର୍ଯ୍ୟନ୍ତ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି।
ଅନୁଗୋଳ ରକ୍ତଭଣ୍ଡାରରୁ ପ୍ରତ୍ୟେକ ଦିନ ୪୦ ୟୁନିଟ୍‌ ରକ୍ତ ମେଡିକାଲକୁ ଦିଆଯାଇଥାଏ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଠାରୁ ଆରମ୍ଭ କରି ସର୍ଜରି ଯାଏ, ସବୁ ବିଭାଗକୁ ଆବଶ୍ୟକ ରକ୍ତ ଯୋଗାଯାଇଥାଏ। କିନ୍ତୁ ଏବେ ରକ୍ତ ଭଣ୍ଡାର ଖାଲି ପଡ଼ିଥିବାରୁ ରୋଗୀଙ୍କୁ ଯୋଗାଇବା ମୁସ୍କିଲ ହୋଇପଡ଼ୁଛି। ଆବଶ୍ୟକ ସ୍ଥଳେ ସାମାଜିକ କର୍ମୀମାନେ ଗୁରୁତର ଥିବା ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରୁଛନ୍ତି। କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ନ ଥିବାରୁ ଦୂର ଦୂରାନ୍ତରୁ ରୋଗୀଙ୍କୁ ନେଇ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ରକ୍ତ ପାଇଁ ବିଭିନ୍ନ ସ୍ଥାନରେ କାକୁତି ମିନତି ହେଉଥିଲେ ମଧ୍ୟ ରକ୍ତ ମିଳୁନାହିଁ। କର୍ମଚାରୀ ବି ହାତ ଟେକି ଦେଉଛନ୍ତି। ଷ୍ଟୋରରେ ଷ୍ଟକ୍‌ ନ ଥିବାରୁ କୌଣସି ସହାୟତା କରିପାରିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଉଛନ୍ତି। କର୍ମଚାରୀମାନଙ୍କ କହିବା ଅନୁଯାୟୀ, ୨/୩ ବର୍ଷ ହେବ ଏପରି ସଙ୍କଟ ଦେଖା ଦେଉଛି। ଖାସ୍‌ କରି ଗ୍ରୀଷ୍ମଦିନରେ ବେଶି ଅଭାବ ସୃଷ୍ଟି ହେଉଛି। ସାଧାରଣତଃ ଖରାଦିନେ ରକ୍ତ ସଂଗ୍ରହ କମ୍‌ ହୋଇଥାଏ। ଅନ୍ୟ ସମୟରେ ଯେଉଁ କ୍ୟାମ୍ପରେ ୧୦୦ରୁ ଊର୍ଦ୍ଧ୍ୱ ୟୁନିଟ ସଂଗ୍ରହ ହୁଏ ସେହି କ୍ୟାମ୍ପ ଗୁଡ଼ିକରେ ଏବେ ମାତ୍ର ୩୦ରୁ ୪୦ ୟୁନିଟ୍‌ ସଂଗ୍ରହ ହେଉଛି। ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ କ୍ୟାମ୍ପ କରାଯାଉଥିଲେ ବି ମାତ୍ର ୫୦ରୁ ୬୦ ୟୁନିଟ୍‌ ଭିତରେ ରକ୍ତ ମିଳିପାରୁଛି, ଯାହା ଗୋଟିଏ ଦିନରେ ସରି ଯାଉଛି। ତେଣୁ ଆବଶ୍ୟକ ସ୍ଥଳେ ଅଧିକ ରୋଗୀଙ୍କୁ ରକ୍ତ ଯୋଗାଇବା ସମ୍ଭବପର ହୋଇପାରୁ ନାହିଁ। ଜିଲାରେ ତାଳଚେର ଓ ଆଠମଲ୍ଲିକରେ ଆଉ ଦୁଇଟି ରକ୍ତଭଣ୍ଡାର ରହିଛି। ସେଠାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଗତ ବର୍ଷ ଆଠମଲ୍ଲିକରେ ଥିବା ରକ୍ତଭଣ୍ଡାର ସାମାନ୍ୟ ସହଯୋଗର ହାତ ବଢ଼ାଇଥିଲା। ଅନୁଗୋଳରେ ଅଭାବ ସମୟରେ ଆଠମଲ୍ଲିକରୁ ରକ୍ତ ଆସୁଥିଲା। କିନ୍ତୁ ତାଳଚେରରେ ସ୍ଥିତି ସଙ୍ଗିନ ଥିବାରୁ ସେଠାରୁ ରକ୍ତ ଆସିବା ସମ୍ଭବ ହୋଇପାରୁନାହିଁ।
ତେଣୁ ବିଭିନ୍ନ ସ୍ଥାନରେ
ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରିବା ପାଇଁ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ନିର୍ବାଚନ ଥିବାରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ହୋଇପାରିନାହିଁ। ଏପରି କି ନିର୍ବାଚନ ଫଳାଫଳ ପରେ ଦୁଇରୁ ତିନୋଟି ସ୍ଥାନରେ ଶିବିର ଅନୁଷ୍ଠିତ ହୋଇଥାନ୍ତା। କିନ୍ତୁ କେତେଜଣ ରାଜନେତା ପରାଜିତ ହେବାରୁ ସେମାନଙ୍କ ପକ୍ଷରୁ ପୂର୍ବରୁ ନିର୍ଦ୍ଧାରିତ ଉକ୍ତ ଶିବିର ଆୟୋଜନ ବନ୍ଦ କରିଦିଆଯାଇଛି। ଏହା ରକ୍ତ ଭଣ୍ଡାର ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ।...

ତୁଟୁନି ବିଜେଡିର ଟିକେଟ ଝମେଲା

ଭୁବନେଶ୍ୱର,(ଅନିଲ ଦାସ)/ ଅନୁଗୋଳ, ୧୦ା୪ (ଅମିତ କୁମାର ସାମଲ):ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଟିକେଟ ଝମେଲା ତୁଟୁନି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri